ETV Bharat / city

ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସର ଅଭିଯୋଗ ଫର୍ଦ୍ଦ ଜାରି - କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ମନୋଜ ମହାପାତ୍ର

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଉଭୟ ବିଜେପି ଓ ବିଜେଡ଼ି ବିରୋଧରେ ଅଭିଯୋଗ ଫର୍ଦ୍ଦ ଜାରି କରିଛି କଂଗ୍ରେସ । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସର ଅଭିଯୋଗ ଫର୍ଦ୍ଦ ଜାରି

author img

By

Published : Feb 3, 2022, 5:27 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ 'ଅଭିଯୋଗ ଫର୍ଦ୍ଦ' ଜାରି କଲା କଂଗ୍ରେସ । ବିଜେଡ଼ି ଶାସନର 22 ବର୍ଷରେ 22ଟି କଳା କାରନାମା ନେଇ ଅଭିଯୋଗ ପତ୍ର ଉନ୍ମୋଚନ କରିଛି ଦଳ । ଏହାସହ ବିଭିନ୍ନ ପ୍ରସଙ୍ଗକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଆସନ୍ତା ଫେବୃଆରୀ 5 ତାରିଖ ଦିନ ନିର୍ବାଚନୀ ଇସ୍ତାହାର ଜାରି କରିବ କଂଗ୍ରେସ ।

ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡ଼ି ଓ ବିଜେପି ମଧ୍ୟରେ ଏକ ଅଘୋଷିତ ମେଣ୍ଟ ହୋଇଛି । ଏହି ଦଳ ବିରୋଧରେ ଉଭୟ ବିଜେପି ଓ ବିଜେଡ଼ି ବିରୋଧରେ ଅଭିଯୋଗ ପତ୍ର ଜାରି କରିଛି କଂଗ୍ରେସ । ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୨ ବର୍ଷର କଳା କାରନାମା ଉଲ୍ଲେଖ କରାଯାଇଛି ବୋଲି ସେ କହିଛନ୍ତି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ହୋଇଥିବା ବେଳେ ରାଜ୍ୟରେ ୩୦ ଲକ୍ଷ ପରିବାରର ୬୦ ହଜାର କୋଟି ଟଙ୍କା ଚିଟଫଣ୍ଡରେ ଲୁଟ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସର ଅଭିଯୋଗ ଫର୍ଦ୍ଦ ଜାରି

ଏହା ବି ପଢନ୍ତୁ: PM Awas Yojana: ରାଜ୍ୟସଭାରେ ଦାବି ଦୋହରାଇଲା BJD

ଦର ବୃଦ୍ଧି ହୋଇଥିଲେ ମଧ୍ୟ ଉଭୟ ଦଳ ଚୁପ ରହିଛି । ସେ ଆଉ ଏକ ଅଭିଯୋଗ ଆଣିଛନ୍ତି ଯେ ପାରାଦ୍ବୀପ ବନ୍ଦରରେ ଚୋରା ଲୁହା ପଥର ରପ୍ତାନୀ କରାଯାଉଛି, ତେବେ ଏ ନେଇ ସିବିଆଇ ତଦନ୍ତ କଣ ପାଇଁ ହେଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ନାନା ସମସ୍ୟା ଦେଇ ଗତି କରୁଥିବା ପାରାଦ୍ବୀପ ବନ୍ଦର ଓ ପରିବେଶକୁ ନେଇ କେବେ ତଦନ୍ତ ହେବ ବୋଲି ସେ ପ୍ରଶ୍ନ କରିଥିବା ପ୍ରେସମିଟରେ ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

TAGGED:

Congress pc
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.