ETV Bharat / city

କମୁନି କଂଗ୍ରେସ କନ୍ଦଳ, ତାରା-ମୋକିମଙ୍କ କଳିରେ ମୁହଁ ଖୋଲିଲେ ବରିଷ୍ଠ ନେତା - Congress infighting continues senior leader

କମୁନି କଂଗ୍ରେସ ଦଳ କନ୍ଦଳ । ଦିନକୁ ଦିନ ଉଗ୍ରରୂପ ନେଉଛି କଂଗ୍ରେସ କଳି (internal fighting in congress party) । ରାଜ୍ୟରେ ତେଜୁଛି କଂଗ୍ରେସର ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ । ତାରାପ୍ରସାଦ ବାହିନୀପତି ଓ ମହମ୍ମଦ ମୋକିମ ଦଳୀୟ ରାଜନୀତିକୁ ନେଇ ମୁଁହାମୁହିଁ ହୋଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Sep 21, 2022, 8:26 PM IST

ଭୁବନେଶ୍ବର: କମୁନି କଂଗ୍ରେସ ଦଳ କନ୍ଦଳ । ଦିନକୁ ଦିନ ଉଗ୍ରରୂପ ନେଉଛି କଂଗ୍ରେସ କଳି (internal fighting in congress party ) । ରାଜ୍ୟରେ ତେଜୁଛି କଂଗ୍ରେସର ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ । ତାରାପ୍ରସାଦ ବାହିନୀପତି ଓ ମହମ୍ମଦ ମୋକିମ ଦଳୀୟ ରାଜନୀତିକୁ ନେଇ ମୁଁହାମୁହିଁ ହୋଇଛନ୍ତି । ସେପଟେ କଂଗ୍ରେସ ଭବନରେ ଚାଲିଛି ସମୀକ୍ଷା ଉପରେ ସମୀକ୍ଷା । ୨୦୨୪ ନିର୍ବାଚନ ବୈତରଣୀ ପାର ହେବାକୁ ତିଆରି ହୋଇଛି ନୂଆ ଆକ୍ସନ ପ୍ଲାନ ।

କମୁନି କଂଗ୍ରେସ କନ୍ଦଳ, ତାରା ମୋକିମଙ୍କ କଳିରେ ମୁହଁ ଖୋଲିଲେ ବରିଷ୍ଠ ନେତା

ରାହୁଲ ଗାନ୍ଧୀ ଭାରତଯୋଡ କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗଠନକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି । ଏପଟେ ଗତକାଲି ବିଧାନସଭା ପରିସରରେ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ମହମ୍ମଦ ମୋକିମଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଫଳରେ କଂଗ୍ରେସର ଭିତିରି କଥା ପଦାରେ ପଡିଛି ।

ରାଷ୍ଟ୍ରପତି ନିର୍ବାଚନରେ କଟକ ବାରବାଟୀ ବିଧାୟକ ଦଳର ନିଷ୍ପତ୍ତି ବାହାରକୁ ଯାଇ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ । ସେଥିପାଇଁ କଂଗ୍ରେସ ଦଳ ପକ୍ଷରୁ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଥିଲା । ଏହାକୁ ନେଇ ଏବେ କଂଗ୍ରେସ ରାଜନୀତି ସରଗରମ । ବାରବାଟି ବିଧାୟକ କହିଛନ୍ତି, "ଯେ ପର୍ଯ୍ୟନ୍ତ ଦଳ ପକ୍ଷରୁ କାରଣ ଦର୍ଶାଅ ଉତ୍ତର ନେଇ କୌଣସି ଚିଠି ମିଳିନି ସେ ପର୍ଯ୍ୟନ୍ତ ମୁଁ କଂଗ୍ରେସ କାର୍ଯ୍ୟାଳୟକୁ ଯିବିନି କି କଂଗ୍ରେସର କୌଣସି ବି କାର୍ଯ୍ୟକ୍ରମରେ ସାମିଲ ହେବିନି । କେବଳ କଟକ ଭିତରେ ସୀମିତ ରହିବି ।"

ଏହି ପ୍ରସଙ୍ଗକୁ ନେଇ ଆଜି ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଦଳ ତାଙ୍କ (ମହମ୍ମଦ ମୋକିମ) ପାଇଁ କଣ କରିଛି ସେକଥା ବୋଧ ହୁଏ ଭୁଲିଯାଇଛନ୍ତି । ନଚେତ ସେ କେବେ ବି କହିନଥାନ୍ତେ କଂଗ୍ରେସ ଭବନ ଯିବିନାହିଁ ବୋଲି । ତେବେ ଦେଖିବାର କଥା କଂଗ୍ରେସର ଏହି କଥା କଟାକଟି କେବେ ଅନ୍ତ ହେଉଛି । ଦଳ କେବେ ଏଥିରୁ ବାହାରି ସଂଗଠନ ସୁଦୃଢ କରି ନର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ।

ପାଖେଇ ଆସୁଛି 2024 ନିର୍ବାଚନ । 9 ରୁ 90 ଆସନ ଲକ୍ଷ୍ୟ ରଖିଛି ରାଜ୍ୟ କଂଗ୍ରେସ । ତ୍ରୁଣମୂଳ ସ୍ତରରେ ଦଳକୁ ସଜାଡିବା ପାଇଁ ପିସିସି ସଭାପତିଙ୍କ ନେତୃତ୍ବରେ ଜାରି ରହିଛି କାର୍ଯ୍ୟକ୍ରମ । ଏପରି ସ୍ଥିତିରେ ଦଳର ବିଧାୟକଙ୍କ ମଧ୍ୟରେ ଏକତା ନରହିବା ଦଳ ପାଇଁ ମହଙ୍ଗା ପଡିବ ନାହିଁ ତ ?

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.