ETV Bharat / city

କେନ୍ଦ୍ର ଓ ରାଜ୍ୟ ବିରୁଦ୍ଧରେ ଯୁବ କଂଗ୍ରେସଙ୍କୁ ଏକାଠି କଲା କଂଗ୍ରେସ - bhubaneswar news

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଛାତ୍ର ସଂଗଠନକୁ ମଜବୁତ କରିବା ପାଇଁ ମଙ୍ଗଳବାର ସମସ୍ତ ଛାତ୍ର ନେତାଙ୍କୁ ଏକାଠି କରାଯାଇଥିଲା । ଦଳୀୟ କାର୍ଯ୍ୟାଳୟରେ ଛାତ୍ର ନେତାଙ୍କୁ ନେଇ ବସିଥିବା ପ୍ରଥମ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ହୋଇଥିଲା ଆଲୋଚନା ।

Congress held a student meeting on the orders of PCC President
କେନ୍ଦ୍ର ଓ ରାଜ୍ୟ ବିରୁଦ୍ଧରେ ଯୁବ କଂଗ୍ରେସଙ୍କୁ ଏକାଠି କଲା କଂଗ୍ରେସ
author img

By

Published : Dec 11, 2019, 9:07 AM IST

ଭୁବନେଶ୍ବର: ଧୀରେ ଧୀରେ ଚର୍ଚ୍ଚାର ପରିସରକୁ ଆସୁଛି ଓଡିଶା କଂଗ୍ରେସ । ବିଶେଷକରି ବିଭିନ୍ନ ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିବା ହେଉ କିମ୍ବା ନିଜ ଛାମୁଆ ସଙ୍ଗଠନକୁ ସଜାଡ଼ିବାରେ ହେଉ ଦଳ ଏବେ ବେଶ ସକ୍ରିୟ ହୋଇଛି । ଏହି କ୍ରମରେ କଂଗ୍ରେସ ଏବେ ଯୁବକଙ୍କୁ ଏକାଠି କରିବାକୁ ଅଣ୍ଟା ଭିଡ଼ିଛି ।

କେନ୍ଦ୍ର ଓ ରାଜ୍ୟ ବିରୁଦ୍ଧରେ ଯୁବ କଂଗ୍ରେସଙ୍କୁ ଏକାଠି କଲା କଂଗ୍ରେସ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଛାତ୍ର ସଂଗଠନକୁ ମଜବୁତ କରିବା ପାଇଁ ମଙ୍ଗଳବାର ସମସ୍ତ ଛାତ୍ର ନେତାଙ୍କୁ ଏକାଠି କରାଯାଇଥିଲା । ତେବେ ନିରଞ୍ଜନଙ୍କ ଏହି ନିର୍ଦ୍ଦେଶର ନେତୃତ୍ବ ନେଇଥିଲେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ । ଦଳୀୟ କାର୍ଯ୍ୟାଳୟରେ ଛାତ୍ରନେତାଙ୍କୁ ନେଇ ଏହା ପ୍ରଥମ ବୈଠକ ବସିଥିଲା । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ବିଶେଷ କରି କେନ୍ଦ୍ର ସରକାରଙ୍କ ବିରୋଧରେ କିଭଳି ଦଳ ଏଜେଣ୍ଡା ପ୍ରସ୍ତୁତ କରି ଲୋକଙ୍କ ନିକଟକୁ ଯିବ ସେ ନେଇ ଆଲୋଚନା ହୋଇଥିବା କହିଛନ୍ତି କମିଟି ମୁଖ୍ୟ ଦେବାଶିଷ ପଟ୍ଟନାୟକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଓଡିଶା କଂଗ୍ରେସ ଧୀରେ ଧୀରେ ଚର୍ଚ୍ଚାର ପରିସରକୁ ଆସୁଛି। ବିଶେଷକରି ବିଭିନ୍ନ ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିବା ହେଉ ଅବା ନିଜ ଛାମୁଆ ସଙ୍ଗ ଠନକୁ ସଜାଡ଼ିବାରେ ହେଉ ଦଳ ଏବେ ବେଶ ସକ୍ରିୟ ହୋଇଛି। ଯୁବକ ମାନଙ୍କୁ ଏକାଠି କରିବାକୁବଦଲ ଅଣ୍ଟା ଭିଡ଼ିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଛାତ୍ର ସଂଗଠନ କୁ ମଜବୁତ କରିବା ପାଇଁ ଦେବାଶିଷ ପଟ୍ଟନାୟକ ଙ୍କୁ ଦାୟିତ୍ବ ଦିଆଯାଇଛି। ସେ ସବୁ ଛାତ୍ର ନେତାଙ୍କୁ ଏକାଠି କରିଛନ୍ତି। ଆଜି ଦଳୀୟ କାର୍ଯ୍ୟାଳୟରେ ଏନେଇ ପ୍ରଥମ ବୈଠକ ବସିଥିଲା। ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ବିଶେଷ କରି କେନ୍ଦ୍ର ସରକାରଙ୍କ ବିରୋଧରେ କିଭଳି ଦଳ ଏଜେଣ୍ଡା ପ୍ରସ୍ତୁତ କରି ଲୋକଙ୍କ ନିକଟକୁ ଯିବା ସେନେଇ ଆଲୋଚନା ହୋଇଛି ବୋଲି କମିଟି ମୁଖ୍ୟ ଦେବାଶିଷ ପଟ୍ଟନାୟକ କହିଛନ୍ତି।

Body:ବାଇଟ ଦେବାଶିଷ ପଟ୍ଟନାୟକ, କଂଗ୍ରେସ ନେତା

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.