ETV Bharat / city

ମମିତା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାକୁ ଘଟଣାସ୍ଥଳକୁ ଯିବ କଂଗ୍ରେସ: ସୁର - Congress party

କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜୋର ଧରିଛି ନ୍ୟାୟ ଦାବି । ଏନେଇ ଘଟଣାସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରାଯିବା ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ମମିତା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବାକୁ ଘଟଣାସ୍ଥଳକୁ ଯିବ କଂଗ୍ରେସ: ସୁର

author img

By

Published : Oct 20, 2021, 8:35 PM IST

ଭୁବନେଶ୍ବର: କଳାହାଣ୍ଡି ସନସାଇନ ସ୍କୁଲର ଶିକ୍ଷୟିତ୍ରୀଙ୍କ ହତ୍ୟାକାଣ୍ଡର ଖୋଲିବ ଗୁମର । ଏହି ଘଟଣାରେ ରାଜ୍ୟ କଂଗ୍ରେସ ପକ୍ଷରୁ ମହାଲିଙ୍ଗ କଲେଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ସ୍ଥଳକୁ ଯାଇ ସମସ୍ତ ଘଟଣାର ସ୍ଥିତି ପରଖିବ ।

ମମିତା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବାକୁ ଘଟଣାସ୍ଥଳକୁ ଯିବ କଂଗ୍ରେସ: ସୁର

ଏନେଇ କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ନେତୃତ୍ବରେ ଏକ 5 ଜଣିଆ ଟିମ ଉକ୍ତ ଅଞ୍ଚଳ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିବ। ପରେ ପିସିସିକୁ ଏକ ରିପୋର୍ଟ ପ୍ରଦାନ କରିବ ଏହି ଟିମ । ତେବେ ମମିତା ମେହେର ମୃତ୍ୟୁ କିଭଳି ହେଲା, କିଏ କିଏ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ବିଷୟରେ ଟିକନିଖ ଖବର ସଂଗ୍ରହ କରିବ କଂଗ୍ରେସ।

ସେପଟେ ଏଭଳି ଦୁଃଖଦ ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କୁ ପୋଲିସ ତଦନ୍ତ କରି ଦୋଷୀଙ୍କୁ ଖୋଜି ବାହାର କରିବା ସହ ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.