ଭୁବନେଶ୍ବର: ପାଞ୍ଚ ରାଜ୍ୟ ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଉଛି । କଂଗ୍ରେସ ହାତରୁ କ୍ଷମତା ଖସି ଯାଇଛି । 4 ରାଜ୍ୟରେ ବିଜେପିକୁ ବହୁମତ ମିଳିଛି । ସେହିପରି ଉତ୍ତରପ୍ରଦେଶ ବାସୀ ଯୋଗୀଙ୍କ ଉପରେ ପୁଣି ଭରସା କରିଛନ୍ତି । ଯଦିଓ ବିଜେପିର ଭୋଟ ପ୍ରତିଶତ କମିଛି । ହେଲେ ସରକାର ବଜାୟ ରଖିବାରେ ସକ୍ଷମ ହୋଇଛି ।
ଏପଟେ କଂଗ୍ରେସର ଏଭଳି ବିପର୍ଯ୍ୟୟକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି କଂଗ୍ରେସ ନେତା ଓ କର୍ମୀ । କଂଗ୍ରେସ ବିଧାୟକ ସୁର ରାଉତରାୟ କଂଗ୍ରେସର ଅନ୍ତଃ କନ୍ଦଳ ଯୋଗୁଁ ଏଭଳି ପରିଣାମ ଭୋଗିବାକୁ ପଡିଛି ବୋଲି କହିଛନ୍ତି । ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ପାଇଁ ଆଜି କଂଗ୍ରେସ 5 ରାଜ୍ୟରେ ନିର୍ବାଚନରେ ପ୍ରତ୍ୟାଖ୍ୟାତ ହୋଇଛି । ଖାଲି ପଞ୍ଜାବ ନୁହେଁ ସବୁ ରାଜ୍ୟରେ କଂଗ୍ରେସ ଭିତରେ ବାଦ ବିବାଦ ଯୋଗୁ କଂଗ୍ରେସ ଦୁର୍ବଳ ହେଉଛି ହେଲେ ଏହାର କୌଣସି ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ