ଭୁବନେଶ୍ବର: ଅବିଭକ୍ତ କୋରାପୁଟ ଜିଲ୍ଲାରେ ଯାହା ସାଂଗଠନିକ ସସମ୍ୟା ଥିଲା ସେ ନେଇ ଆଲୋଚନା ଚାଲିଛି । ତାରା ପ୍ରସାଦ ବାହିନୀପତିଙ୍କ ସହ ଜିଲ୍ଲା ନେତୃବୃନ୍ଦଙ୍କ ଯେଭଳି ମାନମାଳିନ୍ୟ ହୋଇଥଲା ପ୍ରଭାରୀଙ୍କ ଉପସ୍ଥିତିରେ ଆଲୋଚନା ଚାଲିଛି ବୋଲି କହିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ।
ସେହିପରି ପ୍ରଦୀପ କହିଛନ୍ତି ରାତି ୧୧ ସୁଦ୍ଧା କିଛି ନିଷ୍କର୍ଷ ବାହାରିବା ନେଇ ଆଶା ରଖାଯାଇଛି । କୈଳାସ କୁଳେସିକାଙ୍କ ସହ କଣ ତାରା ବାହିନୀପତି ବିଚାରବିମର୍ଶ କରୁଛନ୍ତି ପ୍ରଭାରୀ ହିଁ ଏ ସମ୍ପର୍କରେ ସ୍ପଷ୍ଟ କହିପାରିବେ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ