ETV Bharat / city

ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପାଖରୁ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ହଟାଯାଉ: କଂଗ୍ରେସ

author img

By

Published : Aug 10, 2021, 3:46 PM IST

ଜଗତସିଂହପୁର ରଘନାଥପୁରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରିତମୂର୍ତ୍ତି ନିକଟରେ ରହିଛି ସ୍ବର୍ଗତଃ ବିଜେଡି ନେତା ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି । ଏହି ମୂର୍ତ୍ତି ହଟାଇବାକୁ କଂଗ୍ରେସ ଦାବି କରିଛି । ଅଧିକ ପଢନ୍ତୁ...

ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପାଖରୁ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ହଟାଯାଉ: କଂଗ୍ରେସ
ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପାଖରୁ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ହଟାଯାଉ: କଂଗ୍ରେସ

ଭୁବନେଶ୍ବର: ଜଗତସିଂପୁର ଜିଲ୍ଲା ରଘୁନାଥପୁରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ବିଜେଡ଼ି ନେତା ସ୍ବର୍ଗତଃ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ରହିଛି । ଏହି ପ୍ରସଙ୍ଗଙ୍କୁ ନେଇ କଂଗ୍ରେସ ପକ୍ଷରୁ ମୁଖପାତ୍ର ଗୋବିନ୍ଦ ଭୂୟାଁ ସାମ୍ବାଦିକ ସମ୍ମିଳନୀ କରି ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ହଟାଇବା ପାଇଁ ଦାବି କରିଛନ୍ତି ।

୧୯୮୭ ମସିହାରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ସେହି ସ୍ଥାନରେ ଲକଡାଉନ ଚାଲିଥିବା ସମୟରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ବିଷ୍ଣୁ ଦାସଙ୍କ ଭଳି ଦିବଂଗତ ନେତାଙ୍କ ସହିତ କଂଗ୍ରେସର କୌଣସି ଶତ୍ରୁତା ନାହିଁ । କିନ୍ତୁ ପୂଜ୍ୟ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଲାଗଇ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରିବା ଏକ ମହାପାପ । ଗୋପବନ୍ଧୁ ଓଡ଼ିଶାର ଜଣେ ମହାନ ମନୁଷ୍ୟ । ସେ ଜଣେ ଜାତୀୟବାଦୀ ମହାନ ବ୍ୟକ୍ତିତ୍ବ, ଏଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ସେ ମୂର୍ତ୍ତିକୁ ସେଠାରୁ ହଟାନ୍ତୁ ବୋଲି ସେ ଦାବି କରିଛନ୍ତି ।

ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ କେବଳ ବିଷ୍ଣୁ ଦାସଙ୍କ ନୁହେଁ କୌଣସି ରାଜନେତାଙ୍କ ପ୍ରତିମୂର୍ତ୍ତିକୁ ସେଠାରେ ବସାଇବା ଅନୁଚିତ । ରାଜ୍ୟ କଂଗ୍ରେସ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ତୁରନ୍ତ ମୂର୍ତ୍ତି ଉଠାଇବାକୁ ଦାବି କରିଛି । ବିଜୁ ଜନତା ଦଳ ଆଜି ସନ୍ଧ୍ୟା ସୁଦ୍ଧା ମୂର୍ତ୍ତି ହଟାଇ ପ୍ରାୟଶ୍ଚିତ କରନ୍ତୁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.