ETV Bharat / city

ଆର୍ଦଶ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ କଂଗ୍ରେସର ଅଭିଯୋଗ

ଝାରସୁଗୁଡା ଜିଲ୍ଲାରେ ଶାସକ ଦଳର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ । ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନାରେ ଝାରସୁଗୁଡା ପ୍ରଶାସନ ବିଫଳ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Feb 9, 2022, 10:38 PM IST

ଆର୍ଦଶ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ଦେଲା କଂଗ୍ରେସ

ଭୁବନେଶ୍ବର: ଝାରସୁଗୁଡା ଜିଲ୍ଲାରେ ଶାସକ ଦଳର ନିର୍ବାଚନ ଆଚରଣ ବିଧି ଉଲ୍ଲଘନ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ । ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନାରେ ଝାରସୁଗୁଡା ପ୍ରଶାସନ ବିଫଳ ହୋଇଛନ୍ତି । ନିର୍ବାଚନ ଆୟୋଗଙ୍କ ନିୟମ ମୁତାବକ କଂଗ୍ରେସ ଦଳ ଘରକୁ ଘର ଭୋଟ ପ୍ରଚାର କରୁଥିବା ବେଳେ ସ୍ଥାନୀୟ ଶାସକ ଦଳର ପ୍ରଭାବଶାଳୀ ନେତାଙ୍କ ପ୍ରରୋଚନାରେ ବିଜେଡ଼ି ନେତୃବୃନ୍ଦ କଂଗ୍ରେସ ଲୋକଙ୍କୁ ଆଶାଳୀନ ଭାଷା ପ୍ରୟୋଗ କରି ଧମକ-ଚମକ ଦେଉଛନ୍ତି ।

ଫଳରେ ଝାରସୁଗୁଡା ଜିଲ୍ଲାର ଗ୍ରାମାଞ୍ଚଳରେ ନିରୀହ ଜନସାଧାରଣ ଭୟଭୀତ ଅବସ୍ଥାରେ ଅଛନ୍ତି । ବିଶେଷ କରି ଝାରସୁଗୁଡାର ରାଜପୁର (କ) ଜୋନ ଏବଂ ବ୍ରଜରାଜ ନଗର ଜିଲ୍ଲା ପରିଷଦ ଅଞ୍ଚଳରେ ଶାସକ ଦଳର ନେତୃବୃନ୍ଦ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କ୍ରମାଗତ ଭାବେ କରି ଚାଲିଛନ୍ତି । ଏହାକୁ ଜିଲ୍ଲା ପ୍ରଶାସନ ସବୁଜାଣି ନ ଜାଣିଲା ପରି ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି କଂଗ୍ରେସ କହିଛି ।

ତେବେ ଏହା ଦୁଃଖ ଓ ପରିତାପର ବିଷୟ ଅଟେ । ଏହି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ଆଚରଣ ଉଲ୍ଲଙ୍ଘନ ନେଇ ପିସିସି ଉପସଭାପତି ତଥା, ନିର୍ବାଚନ କମିଟିର ଆବାହକ ଯଜ୍ଞଶ୍ବର ବାବୁଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ସହ ଦାବିପତ୍ର ପ୍ରଦାନ କରିଛନ୍ତି ।

ଅନ୍ୟପଟେ ନିର୍ବାଚନ ଆୟୋଗ ଅଭିଯୋଗ ପତ୍ର ଗ୍ରହଣ କରି ବିଧି ବ୍ୟବସ୍ଥା ଅନୁସାରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅବାଧ ଓ ନିରପେକ୍ଷ ଭାବରେ ନିର୍ବାଚନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି କଂଗ୍ରେସ କହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.