ETV Bharat / city

ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାକୁ କଂଗ୍ରେସର ଭର୍ତ୍ସନା - congress ctitisized to covid management

ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାକୁ କଂଗ୍ରେସର ଭର୍ତ୍ସନା । ଯେଉଁପରି ଭାବେ କୋଭିଡ ପରିଚାଳନା ହେବା ଉଚିତ, ତାହା କରାଯାଉନାହିଁ । ଏଣୁ ଆଜି ସଂକ୍ରମଣ ଗାଁ ଆଡକୁ ମୁହାଁଇଛି ବୋଲି ଆରୋପ କଲା ଦଳ । ଅଧିକ ପଢନ୍ତୁ...

ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାକୁ କଂଗ୍ରେସର ଭତ୍ସନା

author img

By

Published : May 18, 2021, 1:07 PM IST

ଭୁବନେଶ୍ବର: ଗତକାଲି(ସୋମବାର) କଂଗ୍ରେସ କମିଟି ବୈଠକ ବସିଥିଲା । ଯେଉଁଥିରେ ଓଡିଶା ସରକାରଙ୍କ କୋଭିଡ୍ ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଦଳ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କଂଗ୍ରେସ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛି । ଯେଉଁପରି ଭାବେ କୋଭିଡ ପରିଚାଳନା ହେବା ଉଚିତ, ତାହା କରାଯାଉନାହିଁ । ଫଳସୂରୁପ ଆଜି ସଂକ୍ରମଣ ଗାଁ ଆଡକୁ ମୁହାଁଇଛି । 57 ପ୍ରତିଶତ ସଂକ୍ରମଣ ଗାଁରେ ଦେଖାଯାଉଛି । ସୋମବାର ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳ ଦାୟିତ୍ୱ ଦେଇଛନ୍ତି । ଏହା ଆବଶ୍ୟକତା ନା ବାଧ୍ୟ ବାଧକତା ବୋଲି କଂଗ୍ରେସ ପ୍ରଶ୍ନ କରିବା ସହ କାହିଁକି ଗ୍ରାମାଞ୍ଚଳଗୁଡ଼ିକରେ ଟେଷ୍ଟିଂ ଵୃଦ୍ଧି କରାଗଲା ନାହିଁ ବୋଲି ଦଳ ଉତ୍ତର ମାଗିଛି ।

ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାକୁ କଂଗ୍ରେସର ଭତ୍ସନା

ଏପ୍ରିଲ 15ରୁ ମହାମାରୀ ରାଜ୍ୟରେ ଭୟାବହ ରୂପ ନେଲାଣି । ଛତିଶଗଡ଼ ସୀମାବର୍ତ୍ତୀ 10ଟି ଜିଲ୍ଲାରେ ପ୍ରଥମେ ସଂକ୍ରମଣ ବ୍ୟାପିଲା । ଆଉ ଏବେ ସମଗ୍ର ରାଜ୍ୟର ଗ୍ରାମାଞ୍ଚଳରେ ସ୍ଥିତି ବିପର୍ଯ୍ୟସ୍ତ । ଅଫିସରମାନେ କେଵଳ ଭର୍ଚୁଆଲି କାମ କରୁଛନ୍ତି । କିନ୍ତୁ ଫିଜିକାଲି କାମ କରୁନାହାନ୍ତି ।

ଆଜି ସଂକ୍ରମଣରୁ ବଣ୍ଡା ଜନଜାତି ମଧ୍ୟ ବାଦ୍ ପଡ଼ିନାହାନ୍ତି । ଗତବର୍ଷ ସରକାର ତତ୍ପରତା ସହ କାମ କଲେ । କିନ୍ତୁ ଦ୍ବିତୀୟ ଲହରରେ ସେମିତି କାମ କଲେ ନାହିଁ । ରାଜ୍ୟରେ ସରକାର କାହିଁକି ପ୍ରଥମରୁ ମିଶନ ମୋଡ଼ରେ କାମ କଲେ ନାହିଁ ? କେନ୍ଦ୍ରୀୟ ସହାୟତା ଓ ଅନୁଦାନକୁ କାହିଁକି ରାଜ୍ୟ ସରକାର ଅନେଇ ବସିଲେ ? ମୁଖ୍ୟମନ୍ତ୍ରୀ ଲୋକଙ୍କ ଜୀବନକୁ ପ୍ରାଥମିକତା ଦିଆଯିବ ବୋଲି କହିଥିଲେ । ଯଦି ଜୀବନ ମୂଲ୍ୟବାନ । ତାହେଲେ ସ୍ୱର୍ଣ୍ଣଲତା ପାଳଙ୍କୁ କାହିଁକି ସ୍ବାସ୍ଥ୍ୟ ସେବା ମିଳିଲା ନାହିଁ ? ସେ 8ଟି ହସ୍ପିଟାଲ ବୁଲିଲେ । ହେଲେ କାହିଁକି ବେଡ଼ ମିଳିଲା ନାହିଁ ବୋଲି ଦଳ ପ୍ରଶ୍ନ କରିବା ସହ ଏଭଳି ଅନେକ ଘଟଣାକୁ ନେଇ ତୀବ୍ର ନିନ୍ଦା କରିଛି । ରାଜ୍ୟ ସରକାର ସବୁବେଳେ ନାରୀ ସୁରକ୍ଷା କଥା କହୁଛନ୍ତି କିନ୍ତୁ ଏହି ଘଟଣାରୁ ପ୍ରମାଣିତ ହେଲା ଯେ ନାରୀ ସମାଜକୁ ରାଜ୍ୟ ସରକାର ସମ୍ମାନ ଦେଇ ପାରିଲେ ନାହିଁ ବୋଲି କଂଗ୍ରେସ କଟାକ୍ଷ କରିଛି । ଏହି ଅବସରରେ କଂଗ୍ରେସ ରାଜ୍ୟ ସରକାରଙ୍କୁ କେତେକ ପ୍ରଶ୍ନ କରିଛି । ଯେପରିକି

ସ୍ୱର୍ଣ୍ଣଲତା ପାଳଙ୍କୁ କାହିଁକି ମିଳିଲା ନାହିଁ ଚିକିତ୍ସା ?

ବାଲିଅନ୍ତା ହସ୍ପିଟାଲ ଓ କ୍ୟାପିଟାଲ ମେଡ଼ିକାଲରେ କାହିଁକି ତାଙ୍କର ଟେଷ୍ଟିଂ କରାଗଲା ନାହିଁ ?

ଓଡିଶା ସରକାର କହିଥିଲେ 70 ପ୍ରତିଶତ ଆଇସିୟୁ ବେଡ଼ ଖାଲି ଅଛି । ମହିଳା ଜଣଙ୍କ ବିଭିନ୍ନ ମେଡ଼ିକାଲ ବୁଲିଲେ । ତେବେ 15 ତାରିଖ ଦିନ ସେହି ସମସ୍ତ ମେଡ଼ିକାଲଗୁଡ଼ିକର ଆଇସିୟୁ ବେଡ଼ ଫୁଲ ଥିଲେ କି ? ସେଦିନ କେତେ ରୋଗୀ ଆଡମିଟ୍ ଥିଲେ ? ଯଦି ଖାଲି ଥିଲା, ତେବେ ଏହା ସିଧାସଳଖ ହତ୍ୟାକାଣ୍ଡ । ଏଣୁ ସ୍ବାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, କୌଣସି ରୋଗୀଙ୍କୁ ହସ୍ପିଟାଲମାନେ ଫେରାଇ ପାରିବେ ନାହିଁ । ଆଡମିଟ କରିବାକୁ ବାଧ୍ୟ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟ ଏହି ସମାନ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଅନୁରୋଧ ସେ ତୁରନ୍ତ ସେହି ମେଡ଼ିକାଲମାନଙ୍କ ଉପରେ କଣ୍ଟେମ୍ପ୍ଟ ଅଫ କୋର୍ଟ ଲଗାନ୍ତୁ ବୋଲି ଦଳ ଦାବି କରିଛି ।

ଏଥିସହ ସ୍ୱର୍ଣ୍ଣଲତାଙ୍କୁ ଟେଷ୍ଟିଂ କରିବା ପାଇଁ 8 ଘଣ୍ଟା ଲାଗିଗଲା । 8 ଘଣ୍ଟା ପରେ ଟେଷ୍ଟିଂ କରିବାର 10 ମିନିଟ ପରେ ତାଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ସହରରେ ଯଦି ଏ ଅବସ୍ଥା, ତାହେଲେ ସମଗ୍ର ଓଡିଶାରେ କେମିତି ସ୍ଥିତି ଥିବ ବୋଲି କଂଗ୍ରେସ ପ୍ରଶ୍ନ କିରିଛି । ରାଜ୍ୟ ସରକାର ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି କେଵଳ ସ୍ଲୋଗାନରେ ସୀମିତ ରହି ଯାଇଛନ୍ତି । ସମଗ୍ର ରାଜ୍ୟରେ ସଂକ୍ରମଣ ପିକରେ ଅଛି ଓ ସରକାର ଏହି ସମୟରେ ଏସଓପି ଜାରି କରୁଛନ୍ତି । ଏଣୁ କଂଗ୍ରେସ ସରକାରଙ୍କୁ ଚେତାବନୀ ଦେଉଛି ଯେ ସରକାର ତୁରନ୍ତ ଦୃଢ ପଦକ୍ଷେପ ନିଅନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.