ETV Bharat / city

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି, ଘେରିଲା କଂଗ୍ରେସ - ମହଙ୍ଗା ଭତ୍ତା ବୃଦ୍ଧି ନେଇ କଂଗ୍ରେସର ପ୍ରତିକ୍ରିୟା

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Congress reaction on Dearness allowance hike ) ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । ଅଧିକ ପଢନ୍ତୁ

Congress criticized Odisha govt on Govt employees Dearness allowance hike
ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି, ଘେରିଲା କଂଗ୍ରେସ
author img

By

Published : Sep 19, 2022, 9:54 PM IST

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness allowance hike) ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇଛି (Congress reaction on Dearness allowance hike ) । ଫଳରେ ଏହା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ହୋଇଛି । ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ ।

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି, ଘେରିଲା କଂଗ୍ରେସ

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ଦୁର୍ଗାପୂଜା ପୂର୍ବରୁ ଏଭଳି ମହାଙ୍ଗା ଭତ୍ତା ବୃଦ୍ଧି ହୋଇଥାଏ । ଏଥିରେ କିଛି ନୂତନତ୍ବ ନାହିଁ । ଗୋଟିଏ ପଟେ ରାଜ୍ୟସରକାର ସରକାରୀ କର୍ମଚାରୀଙ୍କ ପେନ୍‌ସନ୍‌ ବନ୍ଦ କରିସାରିଲେଣି । ରିହାବିଲିଟେସନ ସ୍କିମ୍‌ରେ ନୁଯୁକ୍ତି ଦିଆଯାଉନାହିଁ । ଚୁକ୍ତି ଭିତ୍ତିରେ ସରକାର ନିଯୁକ୍ତି ଦେଉଛନ୍ତି । ଏଭଳି କ୍ଷତ୍ରରେ ଏ ମହାଙ୍ଗା ଭତ୍ତାର କଣ ଅର୍ଥ ରହିଛି ?"

ଏହା ବି ପଢ଼ନ୍ତୁ ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, ୩ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହଙ୍ଗା ଭତ୍ତା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହାଦ୍ବାରା ରାଜ୍ୟ ସରକାରଙ୍କ ମୋଟ୍‌ ୭.୫ ଲକ୍ଷ କର୍ମଚାରୀ ଉପକୃତ ହେବେ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ୨୦୨୨ରୁ ପିଛିଲା ଭାବରେ ଲାଗୁ ହେବ । ସଂଶୋଧିତ ହାରରେ ପେନ୍‌ସନ୍‌ ପାଉଥିବା ପେନ୍‌ସନ୍‌ ଭୋଗୀଙ୍କ ଟିଆଇରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି । କର୍ମଚାରୀ ଓ ପେନ୍‌ସନ୍‌ ଭୋଗୀମାନେ ଚଳିତ ମାସର ଦରମାରେ ଏହି ବର୍ଦ୍ଧିତ ଭତ୍ତା ପାଇବା ସହିତ ୨୦୨୨ ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତା ଅଲଗା ଭାବେ ପ୍ରଦାନ କରାଯିବ । ଏହାଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

ଗତବର୍ଷ ନୂଆ ବର୍ଷ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଉପହାର ଦେଇଥିଲେ ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏହି ମହଙ୍ଗା ଭତ୍ତାକୁ ଗତ ଜୁଲାଇ ୨୦୨୧ରୁ ପିଛିଲା ଭାବରେ ଲାଗୁ ହୋଇଥିଲା । ସପ୍ତମ ବେତନ କମିଶନ ୩୦ ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର । କର୍ମଚାରୀମାନେ ସପ୍ତମ ବେତନ କମିଶନ ଅନୁଯାୟୀ, ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ ବର୍ଦ୍ଧିତ ଦରମାର ୫୦ ପ୍ରତିଶତ ପାଇସାରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.