ETV Bharat / city

କଂଗ୍ରେସର 6 ଘଣ୍ଟିଆ ହରତାଳ: କେଉଁଠି କେମିତି ରହିଛି ପ୍ରଭାବ... - ଓଡିଶା ବନ୍ଦ

ଆଜି ରାଜ୍ୟ କଂଗ୍ରେସ ତରଫରୁ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା, ଦେଖନ୍ତୁ LIVE

author img

By

Published : Nov 12, 2021, 6:41 AM IST

Updated : Nov 12, 2021, 6:35 PM IST

18:24 November 12

ସମ୍ବଲପୁରରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ହରତାଳ

ସମ୍ବଲପୁରରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ହରତଳ

ସମ୍ବଲପୁର: ସମ୍ବଲପୁରରେ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ପ୍ରତିବାଦ କରିଛି କଂଗ୍ରେସ । 6 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ବନ୍ଦ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଥିଲା । ପରେ ଆଜି ସମ୍ବଲପୁରରେ ଜିଲ୍ଲା କଂଗ୍ରେସ ଶାନ୍ତିପୂର୍ଣ୍ଣ ହରତାଳ କରିଥିଲା ।  

ତେବେ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ସବୁ ଖୋଲା ରହିଥିବା ବେଳେ ଗାଡିମୋଟର ଚଳାଚଳ ସବୁ ସ୍ବାଭାବିକ ଥିଲା । ସମ୍ବଲପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ମାନେ ଏକ ପ୍ରତିବାଦ ଶୋଭାଯାତ୍ରରେ ବାହାରି ସହରର ମୁଖ୍ୟ ସଡକ ଦେଇ ଡିଆଇଜି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

18:23 November 12

ବ୍ରହ୍ମପୁରରେ କଂଗ୍ରେସର ବନ୍ଦ, ଶାନ୍ତିପୂର୍ଣ୍ଣ ପ୍ରତିବାଦ

ବ୍ରହ୍ମପୁରରେ କଂଗ୍ରେସର ବନ୍ଦ: ଶାନ୍ତିପୂର୍ଣ୍ଣ ପ୍ରତିବାଦ

ବ୍ରହ୍ମପୁର: ଓଡିଶା ବନ୍ଦର ପ୍ରଭାବ ବ୍ରହ୍ମପୁର ସହରରେ ଆଂଶିକ ଦେଖିବାକୁ ମିଳିଛି । ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରିବାକୁ ରାଜ୍ୟ କଂଗ୍ରେସ ଡାକରା ଦେବା ପରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ ହୋଇଥିବା ଦେଖିବାକୁ ମିଳିଥିଲା ।  

କଂଗ୍ରେସ କାର୍ଯ୍ୟାଳୟ ନିକଟରୁ କର୍ମୀମାନେ ଏକ ମୋଟର ସାଇକେଲରେ ବାହାରି ସହର ପରିକ୍ରମା କରି ଫେରିଥିଲେ । ତେବେ ଯେପର୍ଯ୍ୟନ୍ତ ମନ୍ତ୍ରୀ ଏହି ଘଟଣାରେ ଇସ୍ତଫା ନଦେଇଛନ୍ତି ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁହାଯିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ଓ ମୁଖ୍ୟମନ୍ତ୍ରୀଙ୍କ ଧ୍ରୁତରାଷ୍ଟ୍ର ଭୂମିକା ନେଇ ଦଳ ପକ୍ଷରୁ ସମାଲୋଚନା କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

18:22 November 12

ପୁରୀରେ ବନ୍ଦ ପ୍ରଭାବ: ବିଭିନ୍ନ ଛକ ରାସ୍ତାରେ କଂଗ୍ରେସର ଶୋଭାଯାତ୍ରା

ପୁରୀ: ଶିକ୍ଷୟିତ୍ରୀ ମମିତା ମେହେର ଘଟଣାକୁ ନେଇ ଆଜି ଓଡିଶାରେ ବନ୍ଦ ପାଳନ କରିଛି କଂଗ୍ରେସ । ତେବେ ପୁରୀରେ ମଧ୍ୟ ଯୁବ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀ ମଧ୍ୟ ଆନ୍ଦୋଳନ କରିବା ସହ ନାରବାଜି କରିଥିଲେ । ବିଭିନ୍ନ ଛକ ରାସ୍ତାରେ ଶୋଭାଯାତ୍ରା କରିଥିଲେ ।  

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମମିତା ମର୍ଡର କେଶରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଆସୁଥିବା ବେଳେ ସରକାର ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ନକରି ତାଙ୍କୁ ଘଣ୍ଟ ଘୋଡାଉଛନ୍ତି, ଯାହାକି ଅତି ଦୁର୍ଭାଗ୍ୟ ବିଷୟ। ଯଦି ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ତୁରନ୍ତ ବହିଷ୍କାର କଂଗ୍ରେସ ଚେତାବନୀ ଦେଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ କଂଗ୍ରେସ ପକ୍ଷରୁ ଆଜି ପୁରୀ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

18:21 November 12

ନୂଆପଡାରେ ବନ୍ଦର ପ୍ରଭାବ, ଦୋକାନ ବଜାର ବନ୍ଦ

ନୂଆପଡାରେ ବନ୍ଦର ପ୍ରଭାବ: ଦୋକାନ ବଜାର ବନ୍ଦ

ନୂଆପଡା: ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ଡ଼ାକରାରେ ରାଜ୍ୟବ୍ୟାପି ହରତାଳ କରିଛି କଂଗ୍ରେସ । ଏହି କ୍ରମରେ ନୂଆପଡା ଜିଲ୍ଲା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ନେତୃତ୍ବରେ ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳ ଠାରେ ହରତାଳ ଓ ବନ୍ଦ ପାଳନ ହୋଇଛି । ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଓଡ଼ିଶା ସରକାରଙ୍କ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ସାମିଲ ଥିବା ନେଇ ବିରୋଧ କରିଛି କଂଗ୍ରେସ ।  

ଏଭଳି ଜଘନ୍ୟ ହତ୍ୟାକାଣ୍ଡ ପାଇଁ ଖୋଦ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦାୟୀ । ତେଣୁ, ଓଡିଶା ସରକାର ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର କରନ୍ତୁ । ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଖଡ଼ିଆଳ ବିଧାୟକ ଚେତାବନୀ ଦେଇଛନ୍ତି । ବନ୍ଦ ପ୍ରଭାବରେ ନୂଆପଡା ଜିଲ୍ଲାର ଖଡ଼ିଆଳ, କୋମନା, ବୋଡେନ, ସିନାପାଲି, ନୂଆପଡା ଆଦି ଅଞ୍ଚଳର ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

17:25 November 12

ବନ୍ଦରେ ସାମିଲ ହେବାକୁ ଢେଙ୍କାନାଳ କଂଗ୍ରେସର ନିବେଦନ

ଢେଙ୍କାନାଳ: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ କଂଗ୍ରେସର ଓଡ଼ଶା ବନ୍ଦ ଡାକରାର ପ୍ରଭାବ ଢେଙ୍କାନାଳରେ ପଡିଛି । ଏପରିକି ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ସ୍ଥାନୀୟ ବାଜିଚୌକ ଠାରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ମମିତା ମେହେର ପରିବାରକୁ ନ୍ୟାୟ ଦେବାକୁ ବିଭିନ୍ନ ଦୋକାନ ବଜାର ବ୍ୟାଙ୍କ ଆଦି ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କୁ ଏହି ବନ୍ଦରେ ସାମିଲ ହେବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା ।  

ପରେ କଂଗ୍ରେସ କର୍ମୀମାନେ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ସ୍ବଚ୍ଛତା ପ୍ରମାଣିତ କରିବାକୁ ଦାବି କରିଥିଲେ । କଂଗ୍ରେସର ଏହି ୬ ଘଣ୍ଟିଆ ଓଡିଶା ବନ୍ଦ ଡ଼ାକରାକୁ ସମର୍ଥନ ଦେଇ ଢେଙ୍କାନାଳରେ ପ୍ରାୟତଃ ଦୋକାନ ବଜାର ଆଦି ବିଭିନ୍ନ ବ୍ୟବସାୟୀଙ୍କ ପ୍ରତିଷ୍ଠାନ ବନ୍ଦ ଥିବା ଦେଖିବାକୁ ମିଳିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

17:25 November 12

ଗଜପତିରେ ବନ୍ଦ ଶାନ୍ତିପୂର୍ଣ୍ଣ

ଗଜପତିରେ ବନ୍ଦ ଶାନ୍ତିପୂର୍ଣ୍ଣ

ଗଜପତି: ମମିତା ମେହେର ହତ୍ୟା ମାମଲାରେ ସଠିକ ତାଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ପାରଳାଖେମୁଣ୍ଡି ହାଇସ୍କୁଲ ଛକ ଠାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯାଇଛି ।  

ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ନେତୃତ୍ଵରେ କଂଗ୍ରେସ କର୍ମୀ ମାନେ ସରକାରଙ୍କ ବିରୁଦ୍ଧରେ ନାରା ଦେବା ସହ ମନ୍ତ୍ରି ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

17:24 November 12

ଅନୁଗୋଳରେ ବନ୍ଦର ପ୍ରଭାବ ସେତେଟା ଦେଖିବାକୁ ମିଳିନାହିଁ

ଅନୁଗୋଳ: ମମିତା ମେହେର ମୃତ୍ୟୁ ଘଟଣାରେ ଆଜି ସାରା ଓଡ଼ିଶାରେ କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦେଇଥିଲା । ଏହି ପ୍ରରିପ୍ରେକ୍ଷୀରେ ଅନୁଗୋଳ ଜିଲ୍ଲାରେ ମଧ୍ୟ କଂଗ୍ରେସ ପକ୍ଷରୁ ହରତାଳ କରାଯାଇଥିଲା । ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ଜିତେନ୍ଦ୍ର ସାହୁଙ୍କ ନେତୃତ୍ତ୍ବରେ ଶତାଧିକ କଂଗ୍ରେସ କର୍ମୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ । ସେଠାରେ ପ୍ରତିବାଦ ସଭା କରିଥିଲେ । ସଭା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଥଲେ । ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୂର୍ଣ୍ଣ ସମ୍ପୃକ୍ତି ଥିବାରୁ ତାଙ୍କୁ ତୁରନ୍ତ ବହିଷ୍କାର ଓ ଗିରଫ ଦାବି କରିଥିଲେ । ତେବେ ଆଜି କଂଗ୍ରେସ ବନ୍ଦ ପାଳନର ପ୍ରଭାବ ସେତେଟା ଜଣାପଡିନଥିଲା । ସମସ୍ତ ଦୋକାନ ବଜାର ଖୋଲା ରହିଥିବା ବେଳେ ଗାଡି ଚଳାଚଳ କରିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

16:55 November 12

ରାୟଗଡାରେ ଦିବ୍ୟଶଙ୍କରଙ୍କ କୁଶପୁତ୍ତଳିକା ଦାହ

ରାୟଗଡାରେ କଂଗ୍ରେସ ହରତାଳ ଜୋରଦାର କରିଛି

ରାୟଗଡା: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି କଂଗ୍ରେସ ପକ୍ଷରୁ 6 ଘଣ୍ଟିଆ ହରତାଳର ଡାକରା ଦିଆଯାଇଥିଲା । ରାୟଗଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ହରତାଳକୁ ଜୋରଦାର ପାଳନ କରାଯାଉଛି ।  

ଜିଲ୍ଲା ସଭାପତି ଦୁର୍ଗା ପଣ୍ଡାଙ୍କ ନେତୃତ୍ତ୍ବରେ ପ୍ରଥମେ କପିଳାସ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ଅଫିସ ସମ୍ମୁଖରେ ପିକେଟିଂ କରିଥିଲେ । ଶେଷରେ ତହସିଲ ଛକରେ କଂଗ୍ରେସ ନେତା ଏକତ୍ରୀତ ହୋଇ ଦିବ୍ୟଶଙ୍କରଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ରାୟଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

16:54 November 12

ବାଲେଶ୍ବରରେ କଂଗ୍ରେସର ବନ୍ଦ ପାଳନ

ବାଲେଶ୍ବରରେ କଂଗ୍ରେସର ବନ୍ଦ ପାଳନ

ବାଲେଶ୍ବର: ପ୍ରଦେଶ କଂଗ୍ରେସ କମିଟିର ୬ ଘଣ୍ଟିଆ ବନ୍ଦ ପାଳନ ଡାକରା ବାଲେଶ୍ଵରରେ ମଧ୍ୟ ଦେଖିବାକୁ ମିଳିଥିଲା । ଜିଲ୍ଲା କଂଗ୍ରେସ ପକ୍ଷରୁ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ମମିତା ମେହେର ହତ୍ୟାକାଣ୍ଡକୁ ନେଇ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ହାଇକୋର୍ଟଙ୍କ ରାୟ ପରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ମିଶନ ପଡିଆ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ କରିଥିଲା । ପୋଲିସ ଚାପରେ ରହି ଘଟଣାର ସତ୍ୟାସତ୍ୟ ଉପରୁ ପରଦା ଉଠାଇ ପାରୁନଥିବା ଅଭିଯୋଗ ହୋଇଛି । ପୂର୍ବରୁ କୌଣସି ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆସିଲେ ମୁଖ୍ୟମନ୍ତ୍ରୀ ତୁରନ୍ତ ସମ୍ପୃକ୍ତ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରୁଥିବା ବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପ୍ରତି ଏତେ ଅନୁକମ୍ପାର କାରଣ କ’ଣ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

16:53 November 12

ନିଆଳିରେ ବନ୍ଦର ପ୍ରଭାବ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପଞ୍ଚାନନ କାନୁନଗୋ

ନିଆଳିରେ ବନ୍ଦର ପ୍ରଭାବ: ରାଜ୍ୟ ସରକାର ଉପରେ ବର୍ଷିଲେ ପଞ୍ଚାନନ କାନୁନଗୋ

ନିଆଳି: ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବର୍ଷିଛି କଂଗ୍ରେସ । ରାଜ୍ୟରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ଅସମ୍ଭାଳ ହୋଇପଡୁଛି । ପ୍ରତିଦିନ ଓଡିଶାର ଝିଅ ବୋହୂ ମାନଙ୍କ ଉପରେ ଅତ୍ୟାଚାର କରାଯାଉଛି । ସେମାନଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଜୀବନରୁ ମାରି ଦିଆଯାଉଛି, ପ୍ରତିବାଦ କଲେ କୌଣସି ସୁଫଳ ମିଳୁନାହିଁ ବୋଲି କଟକ ଜିଲ୍ଲା ନିଆଳି ତହସିଲ ନିକଟରେ ଏକ ପ୍ରତିବାଦ ସଭା ମାଧ୍ୟମରେ ବିରୋଧ କରିଛି କଂଗ୍ରେସ ।  

ବିଜେଡ଼ିକୁ ବିଭିନ୍ନ ପ୍ରକାରର ପ୍ରଶ୍ନ ବାଣରେ ପୋତିଛି କଂଗ୍ରେସ । କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ମାନସ ଚୋଧୁରୀ, ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକ, ଶଶୀକାନ୍ତ ଲେଙ୍କା, ପ୍ରଭାତ ଭୂୟାଁଙ୍କ ସମେତ ଅନେକ କଂଗ୍ରେସ ନେତା ବନ୍ଦ ଓ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ । ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳରେ ମଧ୍ୟ କଂଗ୍ରେସ ବନ୍ଦ ଡାକରା ଦେଇଛି । ଏହି ବନ୍ଦ ଡାକରା ସାଧାରଣ କର୍ମୀ ଓ ନେତା ସାମିଲ ହୋଇଥିଲେ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

16:16 November 12

କଳାହାଣ୍ଡିରେ ବନ୍ଦର ପ୍ରଭାବ: ଦୋକାନ ବଜାର ବନ୍ଦ

ଭବାନୀପାଟଣା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ବିରୋଧୀ ବାରମ୍ବାର ଆନ୍ଦୋଳନ ଓ ବିରୋଧ କରୁଛି । ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ କାଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖା ଦେଇଛି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ରାସ୍ତାରୋକ କରାଯାଇନଥିଲେ ମଧ୍ୟ ଭବାନୀପାଟଣା ସମେତ ଜିଲ୍ଲାର ଅନ୍ୟ ବ୍ଲକ ମାନଙ୍କରେ ଦୋକାନ ବଜାର ବନ୍ଦ ଥିବାବେଳେ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲଙ୍କ ନେତୃତ୍ତ୍ବରେ ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ସମେତ ବରିଷ୍ଠ ନେତାମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ହରତାଳ କରୁଥିବା ଦେଖିବାକୁ ମିଳିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

16:16 November 12

ମାଲକାନଗିରିରେ କଂଗ୍ରେସର ବନ୍ଦ ପାଳନ

ମାଲକାନଗିରିରେ କଂଗ୍ରେସର ବନ୍ଦ ପାଳନ

ମାଲକାନଗିରି: ମମିତା ମେହେରଙ୍କ ହତ୍ୟା ଘଟଣାର ହତ୍ୟାକାରୀକୁ ରାଜ୍ୟ ସରକାର ସୁରକ୍ଷା ଦେବା ପ୍ରତିବାଦ ଏବଂ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ କଂଗ୍ରେସର ବନ୍ଦ ପାଳନ । ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପୋକ୍ଷରୁ ଆଜି ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।  

 ହାଇକୋର୍ଟଙ୍କ ବନ୍ଦ ପାଳନର କଟକଣା ସତ୍ତ୍ବେ ଆଜି ମାଲକାନଗିରିରେ ବନ୍ଦ ପାଳନର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । କେବଳ ସଦର ମହକୁମା, ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ଆଂଶିକ ଚାଲୁଥିଲା  । ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ତ୍ବରେ ଶତାଧିକ କଂଗ୍ରେସ କର୍ମୀ ବସଷ୍ଟାଣ୍ଡ, ଡିଏନକେ ଛକ ସ୍ଥାନ ମାନଙ୍କରେ ଶାନ୍ତିପୂର୍ଣ୍ଣ ଭାବରେ ହରତାଳ କରିଥିଲେ । ଏହି ଅବସରରେ ପ୍ରମୁଖ କଂଗ୍ରେସ ନେତାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

16:14 November 12

ସୁବର୍ଣ୍ଣପୁରରେ ଲୋକେ ସ୍ବତଃ ବନ୍ଦ ପାଳନ କରିଛନ୍ତି

ସୁବର୍ଣ୍ଣପୁର: ଜିଲ୍ଲାରେ ଆଜି 6 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୂର୍ବରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଉଚ୍ଚ ନ୍ୟାୟାଳୟର ଆଦେଶ ପରେ କଂଗ୍ରେସ ବନ୍ଦ କରିବାରୁ ନିବୃତ୍ତ ରହିଥିଲା । ଜଣେ ହେଲେ ବି କଂଗ୍ରେସ କର୍ମୀ ବନ୍ଦ ପାଳନ କରିବାକୁ ବାହାରି ନଥିଲେ । ହେଲେ ଲୋକେ ସ୍ବତଃ ବନ୍ଦ ପାଳନ କରିଛନ୍ତି ।  

ତେବେ ସହରରେ କାଁ ଭାଁ ଗାଡି ମୋଟର ଚାଲିଥିବା ବେଳେ କିଛି ପାନ ଚା’ ଦୋକାନ ଖୋଲା ରହିଛି । 95 ଭାଗ ଦୋକାନ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ବନ୍ଦ ରହଛି । ତେବେ ଏହି ବନ୍ଦ ସନ୍ଧ୍ୟା ପର୍ଯ୍ୟନ୍ତ ରହିବ ବୋଲି ଅନୁମାନ କରାଯାଉଛି । ଅପ୍ରିତିକର ପରିସ୍ଥିତିକୁ ଏଡେଇବା ପାଇଁ ସହରର ଗୁରୁତ୍ବପୂର୍ଣ୍ଣ ଯାଗା ଗୁଡିକରେ ପୋଲିସ ମୁତୟନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

13:34 November 12

ମୟୂରଭଞ୍ଜରେ ଓଡିଶା ବନ୍ଦର ପ୍ରଭାବ

ମୟୂରଭଞ୍ଜରେ ଓଡିଶା ବନ୍ଦର ପ୍ରଭାବ

ବାରିପଦା: ଓଡିଶା ବନ୍ଦର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଏହି ବନ୍ଦ ଡାକରାରେ ଜିଲ୍ଲାର କଂଗ୍ରେସ ମମିତା ହତ୍ୟା ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରକୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ ଓ ଇସ୍ତଫା ଦେବା ଦେବାକୁ  ଦାବି କରିଛି  । ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଦଳର କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲାର ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁର ରେ ମଧ୍ୟ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

13:06 November 12

ଯାଜପୁରରେ ଓଡିଶା ବନ୍ଦ ପ୍ରଭାବ

ଯାଜପୁରରେ ଓଡିଶା ବନ୍ଦର ପ୍ରଭାବ

ଯାଜପୁର: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଆଜି କଂଗ୍ରେସ ତରଫରୁ ଓଡିଶା ହରତାଳ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ହରତାଳ କରାଯାଇଛି। ବ୍ୟାସନଗର ଗୋପବନ୍ଧୁ ଛକରେ ନଗର କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି। ଏହି ବିକ୍ଷୋଭରେ ରାଜ୍ଯ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, କଂଗ୍ରେସ ନେତା ବିଦ୍ୟାଧର ମହାନ୍ତି, ହୃଦାନନ୍ଦ ସାମଲ, ଦିଲ୍ଲିପ୍ ମଲ୍ଲିକ ପ୍ରମୁଖ ନେତା ଓ କର୍ମୀ ସାମିଲ ହୋଇଥିଲେ। କଂଗ୍ରେସ କର୍ମୀମାନେ ଗୋପବନ୍ଧୁ ଛକ ଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଏଥିରେ ମହିଳା କଂଗ୍ରେସ, ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

13:06 November 12

ପୁରୀରେ ଓଡିଶା ବନ୍ଦର ପ୍ରଭାବ

ପୁରୀରେ ଓଡିଶା ବନ୍ଦର ପ୍ରଭାବ

ପୁରୀ: ମମିତା ମେହର ହତ୍ୟା ମାମଲାରେ ନ୍ୟାୟ ଦାବି କରି ଆଜି କଂଗ୍ରେସ ତରଫରୁ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ଏହାର ପ୍ରଭାବରେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି ।  ଏନେଇ କୋଣାର୍କ ପାର୍ଟି ଅଫିସରୁ ଏକ ରାଲି ବାହାରି ବସଷ୍ଟାଣ୍ଡ ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିକ୍ରମା କରିଥିଲା । ସେହିପରି ପୁରୀ, ପିପିଲି, ଗୋପ, କାକଟପୁର, ଅସ୍ତରଙ୍ଗରେ ମଧ୍ୟ ଏହି ହରତାଳ କରାଯାଇଥିଲା।  

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

12:21 November 12

ମମିତା ହତ୍ୟା ଘଟଣାକୁ ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ SUCIର ଧାରଣା

ବଲାଙ୍ଗୀର: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୀତି ଥମିବାର ନା ନେଉ ନାହିଁ । ଏହି କ୍ରମରେ ଆଜି ବଲାଙ୍ଗୀର ଏସୟୁସିଆଇ କମ୍ୟୁନିଷ୍ଟ ପାର୍ଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି । ଯେଉଁଥିରେ ଶତାଧିକ କର୍ମୀ ସାମିଲ ହୋଇଛନ୍ତି । ମମିତା ହତ୍ୟା କାଣ୍ଡରେ ଗୃହମନ୍ତ୍ରୀଙ୍କ ସଂପୃକ୍ତି ଥିବାର ଅଭିଯୋଗ କରି ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଦାବି କରିଥିଲେ ଏସ ୟୁ ସି ଆଇ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ।  

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

12:20 November 12

ବୌଦ୍ଧରେ ଓଡିଶା ବନ୍ଦର ପ୍ରଭାବ

ବୌଦ୍ଧରେ ଓଡିଶା ବନ୍ଦର ପ୍ରଭାବ

ବୌଦ୍ଧ: ଜିଲ୍ଲାରେ ମଧ୍ୟ ଓଡିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଆଜି ବୌଦ୍ଧ ଜିଲ୍ଲାର ହରଭଙ୍ଗା ଓ କଣ୍ଟାମାଳ ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବରେ ୬ ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀ । ଏହାର ପ୍ରଭାବରେ ଜିଲ୍ଲାର ଦୋକାନ ବଜାର ବନ୍ଦ ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଜିଲ୍ଲା କଂଗ୍ରେସର ଅନୁରୋଧ କ୍ରମେ ଜିଲ୍ଲା ନ୍ୟାୟାଳୟ, ସରକାରୀ କାର୍ଯ୍ୟାଳୟ ଦିନ ୧୨ଟା ପର୍ଯ୍ୟନ୍ତ ସାମୟିକ ସମୟ ପାଇଁ ବନ୍ଦ କରାଯାଇଥିଲା । ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ତାଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ରାଜ୍ୟ କଂଗ୍ରେସ ତରଫରୁ ଆଜି ଏହି ବନ୍ଦ ଡାକରା ଦିଆଯାଇଛି । ସେପଟେ ମମିତାଙ୍କ ପରିବାରକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ଚେତାବନୀ ଦିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

12:20 November 12

ବଲାଙ୍ଗୀର ଓଡ଼ିଶା ବନ୍ଦର ପ୍ରଭାବ

ବଲାଙ୍ଗୀର ଓଡ଼ିଶା ବନ୍ଦର ପ୍ରଭାବ

ବଲାଙ୍ଗୀର: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରୁଛି ରାଜ୍ୟ କଂଗ୍ରେସ । ଏହାର ପ୍ରଭାବ ବଲାଙ୍ଗୀରରେ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାର ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଗାଡ଼ି ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି । ସେହିପରି କଂଗ୍ରେସର କର୍ମୀ ମାନେ ପିକେଟିଂ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା କାଣ୍ଡ ଘଟଣାରେ ଗୋବିନ୍ଦ ସାହୁ ସମେତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ସାମିଲ ଥିବା ଅଭିଯୋଗ କରିଛି କଂଗ୍ରେସ । ତେବେ ଯେ ପର୍ଯ୍ୟନ୍ତ ମନ୍ତ୍ରୀ ଏହି ଘଟଣାରେ ଇସ୍ତଫା ନ ଦେଇଛନ୍ତି ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛି ଜିଲ୍ଲା କଂଗ୍ରେସ  ।  

11:36 November 12

ବରଗଡ଼ରେ ଓଡିଶା ବନ୍ଦର ପ୍ରଭାବ

ବରଗଡ଼ରେ ଓଡିଶା ବନ୍ଦର ପ୍ରଭାବ

ବରଗଡ: ଆଜି କଂଗ୍ରେସ ପକ୍ଷରୁ 6 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ବରଗଡ ସହରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି  । ବରଗଡ ଗାନ୍ଧୀ ଛକ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ରାସ୍ତା ରୋକ ଆନ୍ଦୋଳନ କରାଯାଇଛି  ।  ରାସ୍ତା ମଝିରେ ଟାୟାର ଜାଳି ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ବରଗଡ ଜିଲ୍ଲା କଂଗ୍ରେସ   । ଅନ୍ୟପଟେ ବରଗଡର ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ବେଳେ ଲୋକେ ଆନ୍ଦୋଳନକୁ ସମର୍ଥନ କରିଥିବା ଜିଲ୍ଲା କଂଗ୍ରେସ କହିଛି  । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ଦୋଷୀ ମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ରାଜ୍ୟସରକାର ସଂପୂର୍ଣ୍ଣ ବିଫଳ ହୋଇଥିବାବେଳେ ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ସହିତ ଓଡିଶା ବନ୍ଦ ଡାକରା ଦିଆଯାଇଛି  ।  

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

11:36 November 12

କେନ୍ଦ୍ରାପଡାରେ ଓଡିଶା ବନ୍ଦର ପ୍ରଭାବ

କେନ୍ଦ୍ରାପଡାରେ ଓଡିଶା ବନ୍ଦର ପ୍ରଭାବ

କେନ୍ଦ୍ରାପଡା : ଓଡିଶା ବନ୍ଦର ପ୍ରଭାବ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି  ।  ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ନିଲମ୍ବନ ଓ ଗିରଫ ଦାବି କରି ଆଜି  ଜିଲ୍ଲା କଂଗ୍ରେସ ତରଫରୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଉଛି  । ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଆଜି ଶହଶହ କଂଗ୍ରେସ କର୍ମୀ ସହରର ପ୍ରବେଶ ପଥ ତିନିମୁହାଣୀ ଠାରେ ଶାନ୍ତିପୂର୍ଣ୍ଣ ଭାବେ ଧର୍ମଘଟ ଆରମ୍ଭ କରିଥିବା ବେଳେ ସାଧାରଣ ଲୋକଙ୍କୁ ଏହି ଧର୍ମଘଟରେ ସାମିଲ ହେବା ପାଇଁ ଡାକରା ଦେଇଛନ୍ତି । ଅପରପକ୍ଷରେ କୌଣସି ପ୍ରକାର ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ନହେବା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ଉଚ୍ଚ ପଦାଧିକାରୀ ଧର୍ମଘଟ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି।  

କେନ୍ଦ୍ରାପଡାରୁ  ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

10:44 November 12

ଜଗତସିଂହପୁରରେ ଓଡିଶା ବନ୍ଦର ପ୍ରଭାବ

ଜଗତସିଂହପୁରରେ ଓଡିଶା ବନ୍ଦର ପ୍ରଭାବ

ଜଗତସିଂହପୁର: ଜିଲ୍ଲାରେ ଆଜି କଂଗ୍ରେସ ପକ୍ଷରୁ 6 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ପ୍ରତିବାଦ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପିକେଟିଂ କରାଯାଇଥିଲା । ଜିଲ୍ଲା କଂଗ୍ରେସ କମିଟିର ସଭାପତି ନଟବର ବାରିକଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ସ୍ଥାନୀୟ ପୋଷ୍ଟ ଅଫିସ ଛକ ନିକଟରେ ଏକଜୁଟ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ରାଜ୍ୟରେ ମହିଳା ମାନେ ସୁରକ୍ଷିତ ନାହାଁନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏହି ଘଟଣାରେ ସମ୍ପୃକ୍ତି ଥିଲେ ବି ନିଜେ ମୁଖ୍ୟମନ୍ତ୍ରୀ ପାଖରେ ବସାଇ ସଭା କରିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ରାଜ୍ୟ ସରକାର ଅପରାଧୀ ମାନଙ୍କୁ ସୁରକ୍ଷା ଦେଉଛନ୍ତି। ତେବେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ଶାନ୍ତି ପୂର୍ଣ୍ଣ ଥିବାବେଳେ ଗତକାଲି ହାଇକୋର୍ଟଙ୍କ ବନ୍ଦ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ପାଳନ କରାଯାଉଥିବା ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ କହିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

10:40 November 12

କଟକରେ ଓଡିଶା ବନ୍ଦର ପ୍ରଭାବ

କଟକରେ ଓଡିଶା ବନ୍ଦର ପ୍ରଭାବ

କଟକ: ମମିତା ମେହେର ମୃତ୍ୟୁ ଘଟଣାରେ ଆଜି ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଏହି ଅବସରରେ କଟକରେ ମଧ୍ୟ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ହାଇକୋର୍ଟଙ୍କ ନିୟମ ମାନି ବନ୍ଦ ପାଳନ କରିଛି କଂଗ୍ରେସ । ଯାତାୟତ ଜାରି ରହିଥିବା ବେଳେ ଦୋକାନ ବଜାର ମଧ୍ୟ ଖୋଲା ରହିଛି  ।  

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

10:19 November 12

ନବରଙ୍ଗପୁରରେ ଓଡିଶା ବନ୍ଦର ପ୍ରଭାବ

ନବରଙ୍ଗପୁରରେ ଓଡିଶା ବନ୍ଦର ପ୍ରଭାବ

ନବରଙ୍ଗପୁର: ମମିତା ମେହେର ମୃତ୍ୟୁ ଘଟଣା ପ୍ରତିବାଦରେ ନେଇ ଆଜି ଜିଲ୍ଲାରେ ୬ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । କଂଗ୍ରେସ କର୍ମୀ ମାନେ ସହର ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସି ପ୍ରତିବାଦ କରୁଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି  ।  

ମମିତା ହତ୍ୟା ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତୁରନ୍ତ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦିଅନ୍ତୁ ନଚେତ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଛି କଂଗ୍ରେସ । ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ସତ୍ତ୍ବେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗ୍ରସ୍ତରେ ମନ୍ତ୍ରୀ ମଞ୍ଚରେ ବସିଥିବାରୁ କଂଗ୍ରେସ ଏକାହୁ ନିନ୍ଦା କରିଛି । ଏପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ପୋଲିସ ସଜାଗ ହୋଇ ରହିଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

09:48 November 12

ଭୁବନେଶ୍ବରରେ ଓଡିଶା ବନ୍ଦର ପ୍ରଭାବ

ଭୁବନେଶ୍ବରରେ ଓଡିଶା ବନ୍ଦର ପ୍ରଭାବ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରେ ଓଡିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟ କଂଗ୍ରେସ ପକ୍ଷରୁ ସକାଳ 6 ଟାରୁ ବନ୍ଦ ଡାକରା ଦିଆଯାଇଛି । ପିସିସି ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଓ ବିଭିନ୍ନ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯାଉଛି । ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ଆଜି ରାଜ୍ୟ କଂଗ୍ରେସ ତରଫରୁ ଏବି ବନ୍ଦ ଡାକରା ଦିଆଯାଇଛି । ବିଧାୟକ ସୁର ରାଉତରାୟ, ପୂର୍ବତ୍ତନ ପିସିସି ସଭାପତି ଜୟଦେବ ଜେନା, ସିବାନନ୍ଦ ରାୟ ଏହି ବନ୍ଦରେ ସାମିଲ ହୋଇଛନ୍ତି । NSUI ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ବିରୋଧରେ ସ୍ଲୋଗାନ ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରୟ, ଇଟିଭି ଭାରତ

09:18 November 12

କନ୍ଧମାଳରେ ଓଡିଶା ବନ୍ଦର ପ୍ରଭାବ

କନ୍ଧମାଳରେ ଓଡିଶା ବନ୍ଦର ପ୍ରଭାବ

ଫୁଲବାଣୀ: ମମିତା ମେହେର ହତ୍ୟା ଘଟଣାକୁ ନେଇ କଂଗ୍ରେସ ତରଫରୁ ଆଜି ୬ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି  । ଏହାର ପ୍ରଭାବ କନ୍ଧମାଳରେ ମଧ୍ୟ ଦେଖିବାକୁ ମିଳିଛି  ।  ମମିତା ହତ୍ୟା ଘଟଣାରେ ସମ୍ପୃକ୍ତି ଥିବା   ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ କାହିଁକି ଆଜି ପର୍ଯ୍ୟନ୍ତ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇନାହିଁ ବୋଲି ଜିଲ୍ଲା କଂଗ୍ରେସ ପ୍ରଶ୍ନ କରିଛି । ଏଥି ସହ ଏନେଇ ଏକ ଶୋଭାଯାତ୍ରା ମଧ୍ୟ ଆରମ୍ଭ ହୋଇଯାଇଛି  ।  ଯଦି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତାଫା ନଦିଅନ୍ତି ଓ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ କରାନଯାଏ ତେବେ ଆଗାମୀ ଦିନରେ  ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି  କହିଛି ଜିଲ୍ଲା କଂଗ୍ରେସ । ଓଡିଶା ବନ୍ଦର ପ୍ରଭାବରେ ଜିଲ୍ଲାରେ ଯାନବାହାନ ଓ ଦୋକାନ ବଜାର ଆଂଶିକ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ସୁରକ୍ଷାକୁଦୃଷ୍ଟିରେ ରଖି   ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

06:09 November 12

କଂଗ୍ରେସର 6 ଘଣ୍ଟିଆ ହରତାଳ

ଭୁବନେଶ୍ବର: ଆଜି ୬ଘଣ୍ଟିଆ ଓଡିଶା ବନ୍ଦ ଡାକରା । ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟ କଂଗ୍ରେସର ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି । ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି ୬ ଘଣ୍ଟିଆ ବନ୍ଦ ପାଳନ କରିବ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଯାଇଥିବା ବେଳେ ଏହା ୧୨ଟା ପର୍ଯ୍ୟନ୍ତ ଜାରି ରହିବ । ତେବେ ପ୍ରତିବାଦ ଶାନ୍ତିପୂର୍ଣ୍ଣ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଏନେଇ ଜରୁରୀକାଳୀନ ସେବା ବ୍ୟତିତ ମୋଟରଯାନ ଓ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଯାତାୟତ କରିପାରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । 

Last Updated : Nov 12, 2021, 6:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.