ETV Bharat / city

ଓଡିଶା ବନ୍ଦ ଡାକରା: ରାଜଧାନୀରେ ତେଜିଲା ବିରୋଧର ସ୍ବର

author img

By

Published : Feb 15, 2021, 8:49 AM IST

Updated : Feb 15, 2021, 11:44 AM IST

6 ଘଣ୍ଟିଆ ଓଡିଶା ବନ୍ଦ ଡାକରା
6 ଘଣ୍ଟିଆ ଓଡିଶା ବନ୍ଦ ଡାକରା

11:35 February 15

ସାଇକେଲ୍ ରାଲି କଲେ ଯୁବ କଂଗ୍ରେସ

ସାଇକେଲ୍ ରାଲି କଲେ ଯୁବ କଂଗ୍ରେସ

ଭୁବନେଶ୍ବର: ଯୁବ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ । ଭୁବନେଶ୍ବର ସ୍ଥିତ ବରମୁଣ୍ଡା ଓଭରବ୍ରିଜ୍ ନିକଟରେ ଧାରଣା ଦେଇଛନ୍ତି କଂଗ୍ରେସ କର୍ମୀ । ଏହାସହ ସରକାର ବିରୋଧୀ ନାରା ମଧ୍ୟ ଦେଉଛନ୍ତି । ଅନ୍ୟପକ୍ଷେ ସାଇକେଲ ରାଲି କରିଛନ୍ତି ଯୁବ କଂଗ୍ରେସ । 

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ 

10:44 February 15

ବରାମୁଣ୍ଡରେ ପ୍ରତିବାଦ କରିଛନ୍ତି ଛାତ୍ର କଂଗ୍ରେସ

କଂଗ୍ରେସର ବନ୍ଦ ଡାକରା । ଛାତ୍ର କଂଗ୍ରେସ ମଧ୍ୟ କରିଛି ସମର୍ଥନ । ଏନେଇ ଛାତ୍ର କଂଗ୍ରେସ ବରାମୁଣ୍ଡାରେ ପ୍ରତିବାଦ କରିଛନ୍ତି । 

10:42 February 15

ଛାତ୍ର କଂଗ୍ରେସ ପକ୍ଷରୁ ବାଇକ ରାଲି

ଛାତ୍ର କଂଗ୍ରେସ ପକ୍ଷରୁ ବାଇକ ରାଲି

ଭୁବନେଶ୍ବର: ଆଜି ରାଜ୍ୟରେ 6 ଘଣ୍ଟିଆ ବନ୍ଦ ଜାରି ରହିଥିବା ବେଳେ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ ଓ ପ୍ରଦର୍ଶନ ଜାରି ରହିଛି। ଯେଉଁ ଲୋକମାନେ ରାସ୍ତା ଘାଟରେ ଗାଡି ମଟର ନେଇ ଯାଉଛନ୍ତି ତାଙ୍କୁ କଂଗ୍ରେସର କର୍ମୀମାନେ ଅଟକାଉଥିବା ଦେଖିବାକୁ ମିଳୁଛି। ଏହି ବନ୍ଦର ସମର୍ଥନରେ ଛାତ୍ର କଂଗ୍ରେସ ପକ୍ଷରୁ ବାଇକ ରାଲିର ମଧ୍ୟ ଆୟୋଜନ କରାଯାଇଛି। ଏହି ଅବସରରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ସାମ୍ପ୍ରତିକ ପରିସ୍ଥିତିରେ ବଢୁଥିବା ତୈଳ ଓ ପେଟ୍ରୋଲିୟମ ପଦାର୍ଥର ଦରଦାମ ବୃଦ୍ଧି ପାଇଁ ଦାୟୀ କରିଛନ୍ତି । ଯେପର୍ଯ୍ୟନ୍ତ ଦର ନ କମିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ 

10:34 February 15

ଟାୟାର ଜାଳିଲେ ଛାତ୍ର କଗ୍ରେଶକର୍ମୀ

ଟାୟାର ଜାଳିଲେ ଛାତ୍ର କଗ୍ରେଶକର୍ମୀ

ଭୁବନେଶ୍ବର: ଟାୟାର ଜାଳିଲେ ଛାତ୍ର କଂଗ୍ରେସକର୍ମୀ । ଡିଏଭି ଛକରେ ବନ୍ଦ ପାଇଁ ଟାୟାର ଜାଳିଲେ କଂଗ୍ରେସକର୍ମୀ। ଏନେଇ ଛାତ୍ର କଂଗ୍ରେସ ପକ୍ଷରୁ ୟୁନିଟ-8 ଡିଏଭି ଛକରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗାଡି ଅଟକାଇବା ସହ ବନ୍ଦ ପାଳନ କରିଛନ୍ତି କର୍ମୀ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ 

09:16 February 15

ସାଇକେଲ ଚଲାଇଲେ କଂଗ୍ରେସ କର୍ମୀ

ସାଇକେଲ ଚଲାଇଲେ କଂଗ୍ରେସ କର୍ମୀ

ଭୁବନେଶ୍ବର: କଂଗ୍ରେସ ପକ୍ଷରୁ 6 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ଆଜି ସକାଳୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ  ସ୍ଥାନରେ ରେଳ ରୋକ ବଜାର ବନ୍ଦ ସମେତ ପିକେଟିଂ କରାଯାଉଛି । ଏହି ଅବସରରେ ମାଷ୍ଟରକ୍ୟାଣ୍ଟିନ ଛକରେ ମଧ୍ୟ କଂଗ୍ରେଶ ପକ୍ଷରୁ ପ୍ରତିବାଦ କରାଯିବା ସହ ନେତା ଓ କର୍ମୀ ମାନେ ଧାରଣା ଦେବା ସହ ବନ୍ଦ ପାଳନ କରୁଛନ୍ତି। ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ, ପିର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ସମେତ ଅନ୍ୟମାନେ ସାଇକେଲ ଚଳାଇ ପ୍ରତିବାଦ କରିଛନ୍ତି।

09:15 February 15

କ୍ରାଉନ ହୋଟେଲ ସାମ୍ନାରେ ପ୍ରତିବାଦ

କ୍ରାଉନ ହୋଟେଲ ସାମ୍ନାରେ ପ୍ରତିବାଦ

ଭୁବନେଶ୍ବର: କ୍ରାଉନ ହୋଟେଲ ସାମ୍ନାରେ କଂଗ୍ରେସର ଆନ୍ଦୋଳନ । ତୈଳ ଦର ବୃଦ୍ଧି ନେଇ ଶୁଣନ୍ତୁ କଂଗ୍ରେସ କର୍ମୀ ଓ ସାଧାରଣ ଜନତାଙ୍କ ପ୍ରତିକ୍ରିୟା...

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

08:27 February 15

କଂଗ୍ରେସ କର୍ମୀଙ୍କ ରେଳ ରୋକ୍

କଂଗ୍ରେସ କର୍ମୀଙ୍କ ରେଳ ରୋକ୍

ଭୁବନେଶ୍ବର: କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ବରେ ରେଳ ରୋକ୍ କରାଯାଇଛି । ଶତାଧିକ କଂଗ୍ରେସ କର୍ମୀ ରେଳ ରୋକରେ ସାମିଲ ହୋଇଛନ୍ତି ।  

08:14 February 15

ବାଣୀବିହାର-ସତସଙ୍ଗବିହାରରେ ରାସ୍ତା ରୋକ

ବାଣୀବିହାର-ସତସଙ୍ଗବିହାରରେ ରାସ୍ତା ରୋକ

ଭୁବନେଶ୍ବର: ଆଜି କଂଗ୍ରେସ ତରଫରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ସକାଳ 7ଟାରୁ ଦିନ 1ଟା ଯାଏଁ ବନ୍ଦ ରହିବ ରାଜ୍ୟ । ଜରୁରୀକାଳିନ ସେବାକୁ ବାଦ୍ ଦେଲେ ଚକଅଖ ବନ୍ଦ ରହିବ । ତେବେ ବନ୍ଦକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେବେ ସକାଳୁ ରାଜଧାନୀରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବାଣୀବିହାର ଓ ସତସଙ୍ଗବିହାରରେ କଂଗ୍ରେସ କର୍ମୀ ରାସ୍ତାରୋକ୍ କରିଥିବା ବେଳେ ସରକାରଙ୍କ ବିରୋଧରେ ନାରା ଦେଉଛନ୍ତି ।  

Last Updated : Feb 15, 2021, 11:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.