ଭୁବନେଶ୍ବର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ କରିବା ଘଟଣା । ଏହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ କଂଗ୍ରେସ ଫେରାଦ ହେବା ସହ ଦାବିପତ୍ର ପ୍ରଦାନ କରିଛି । ଏହି ଦାବିପତ୍ରରେ ସିଧାସଳଖ ଘସିପୁରା ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ଓ ତାଙ୍କ ପୁଅଙ୍କୁ ଦାୟୀ କରାଯାଇଛି ।
ଭୋଟରଙ୍କୁ ଭୟଭୀତ କରିବା ପାଇଁ ବିଜେଡି ନେତା ଏଭଳି ଆଚରଣ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ପିସିସି ଉପସଭାପତି ଶିବାନନ୍ଦ ରାୟଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଦାବିପତ୍ର ଦେଇଛି । ନିର୍ବାଚନ ସମୟରେ ସବୁ ବୁଥରେ ସିସିଟିଭି, ଆବଶ୍ୟକ ଫୋର୍ସ ମୁତୟନ ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ