ETV Bharat / city

ଜାତିଭିତ୍ତିକ ଜନଗଣନା ଦାବିରେ କଂଗ୍ରେସର ଧାରଣା

ଦେଶରେ ତଥା ରାଜ୍ୟରେ ଜାତିଭିତ୍ତିକ ଜନଗଣନା ଦାବି କରି ଧାରଣା ଦେଲା କଂଗ୍ରେସ । ଅଧିକ ପଢ଼ନ୍ତୁ...

ଜାତିଭିତ୍ତିକ ଜନଗଣନା ଦାବିରେ କଂଗ୍ରେସର ଧାରଣା
ଜାତିଭିତ୍ତିକ ଜନଗଣନା ଦାବିରେ କଂଗ୍ରେସର ଧାରଣା
author img

By

Published : Aug 31, 2021, 10:38 PM IST

ଭୁବନେଶ୍ବର: ଦେଶରେ ତଥା ରାଜ୍ୟରେ ଜାତିଭିତ୍ତିକ ଜନଗଣନା ଦାବି କରି ଧାରଣା ଦେଲା କଂଗ୍ରେସ । ଧାରଣା ଦେଇଛି ପ୍ରଦେଶ କଂଗ୍ରେସର ଓବିସି ମୋର୍ଚ୍ଚା । ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ମୋର୍ଚ୍ଚା ପକ୍ଷରୁ ଶାନ୍ତିପୂର୍ଣ୍ଣଭାବେ ଧାରଣା ଦିଆଯାଇଛି । ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ସହ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସଂରକ୍ଷଣ ଲାଗୁ କରିବା ପାଇଁ ଦାବି କରିଛି ଦଳ ।

ଜାତିଭିତ୍ତିକ ଜନଗଣନା ଦାବିରେ କଂଗ୍ରେସର ଧାରଣା

କେବଳ କେନ୍ଦ୍ର ନୁହେଁ ରାଜ୍ୟ ସରକାର ମଧ୍ୟ ଏହି ପ୍ରସ୍ତାବକୁ ଗୁରୁତର ସହ ନେବାକୁ ଦାବି କରିଛ କଂଗ୍ରେସ । ଆସନ୍ତାକାଲି ହେବାକୁ ଥିବା ମୌସୁମୀ ଅଧିବେଶନର ସର୍ବଦଳୀୟ ବୈଠକରେ ଏହି ପ୍ରସ୍ତାବ ଉପରେ ନିଷ୍ପତ୍ତି ନେବାକୁ ଦାବି କରିଛି କଂଗ୍ରେସ । ଏହାସହ ସମୁଦାୟ ସଂରକ୍ଷଣର ୫୦ ପ୍ରତିଶତର କଟକଣା ହଟାଇବା ନିଷ୍ପତ୍ତି ସଂସଦରେ ପାରିତ କରିବାକୁ ଦାବି କରିଛି ବିରୋଧି କଂଗ୍ରେସ ଦଳ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.