ETV Bharat / city

କୃଷି ଋଣ ଜାଲିଆତି ମାମଲା: ତାତିଲା କଂଗ୍ରେସ, ରଣେନ୍ଦ୍ର ସ୍ବାଇଁଙ୍କ ବହିଷ୍କାର କଲା ଦାବି - ରଣେନ୍ଦ୍ରଙ୍କ ଦୁର୍ନୀତି ଅଭିଯୋଗ

ଗୁରୁଡି ଝାଟିଆ କୃଷି ଋଣ ଜାଲିଆତି ଘଟଣାରେ କଂଗ୍ରେସ ପ୍ରେସମିଟ୍ । ଏହି ଦୁର୍ନୀତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପଙ୍କ ଜାଣତରେ ହୋଇଛି । ତେଣୁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ରାଜ୍ୟ ସରକାରଙ୍କୁ ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ...

କୃଷି ଋଣ ଜାଲିଆତି ମାମଲା; ତାତିଲା କଂଗ୍ରେସ, ରଣେନ୍ଦ୍ର ସ୍ବାଇଁଙ୍କ ବହିଷ୍କାର କଲା ଦାବି

author img

By

Published : Aug 25, 2021, 5:10 PM IST

ଭୁବନେଶ୍ବର: ଗୁରୁଡି ଝାଟିଆ ସେବା ସମବାୟ ସମିତିରେ କୃଷି ଋଣ ଜାଲିଆତି ଘଟଣା । ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ । 'ସମବାୟ ସମିତିରେ ଏହି ମହାଦୁର୍ନୀତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଜାଣତରେ ହୋଇଛି । ମନ୍ତ୍ରୀଙ୍କ ଭାଇ ବୀରେନ୍ଦ୍ର ପ୍ରତାପ ସ୍ବାଇଁ ଏହି ଦୁର୍ନୀତିରେ ଲିପ୍ତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଜିରୋ ଟଲେରାନ୍ସ କଥା କହୁଥିବାବେଳେ କେବଳ ଛୋଟ ଛୋଟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ବଡ ମୁଣ୍ଡଙ୍କୁ ବାଦ୍ ଦେଉଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲେରାନ୍ସ କଥା ଧୂଆଁ ବାଣ ହୋଇନଥାଏ ତେବେ ତୁରନ୍ତ ଯୋଗଣା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ' ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ ।

କୃଷି ଋଣ ଜାଲିଆତି ମାମଲା; ତାତିଲା କଂଗ୍ରେସ, ରଣେନ୍ଦ୍ର ସ୍ବାଇଁଙ୍କ ବହିଷ୍କାର କଲା ଦାବି

ଉଲ୍ଲେଖଯୋଗ୍ୟ, ଆଠଗଡ ଅନ୍ତର୍ଗତ ଗୁରୁଡି ଝାଟିଆ ସେବା ସମବାୟ ସମିତିରେ ୧ କୋଟି ୯ ଲକ୍ଷ ଟଙ୍କାର କୃଷି ଋଣ ଜାଲିଆତି ଘଟଣା ସାମ୍ନାକୁ ଆସିଛି । ଚାଷୀଙ୍କ ଅଜାଣତରେ ତାଙ୍କ ନାଁରେ କୋଟି କୋଟି ଟଙ୍କାର କୃଷି ଋଣ ହଡପ କରାଯାଇଛି । ଏପରିକି ମୃତ ଚାଷୀଙ୍କ ନାଁରେ ମଧ୍ୟ ଋଣ ଉଠାଣ ହୋଇଛି । ଶତାଧିକ ଚାଷୀଙ୍କ ନାଁରେ କୃଷି ଋଣ ଉଠିଥିବା ଅଭିଯୋଗ ପରେ ଘଟଣାରେ ତଦନ୍ତ କରାଯାଇ ୬ ଜଣଙ୍କୁ ଗିରଫ କରାଯାଇଛି । ତେବେ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଷୀକୂଳ ସଂଘର୍ଷ କରୁଥିବାବେଳେ ଏହି ଦୁର୍ନୀତି ବେଡି ଉପରେ କୋରୋଡା ମାଡ ସଦୃଶ ବୋଲି କଂଗ୍ରେସ କହିବା ସହ ଏଥିପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପଙ୍କୁ ଦାୟୀ କରିଛି ।

ଏଣୁ ମୁଖ୍ୟମନ୍ତ୍ରୀ ବିଭିନ୍ନ କମିଟି ଗଠନ କରି ପ୍ୟାକ୍ସଗୁଡିକ ତଦାରଖ କରିବା ସହ ଜିଲ୍ଲାପାଳଙ୍କୁ ଏହାର ରିପୋର୍ଟ ମାଗିବା ପାଇଁ ଦାବି କରିଛି କଂଗ୍ରେସ । ଏଥିସହ ତୁରନ୍ତ ସମବାୟ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଉ । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବାନୀ ଦେଇଛି ଦଳ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.