ETV Bharat / city

ବିଧାନସଭା ଅଚଳ ପାଇଁ ସରକାର ଦାୟୀ:କଂଗ୍ରେସ - congress agition on bjd in clp meeting

ଚଳିତ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ତେବେ ଆରମ୍ଭରୁ ଗୃହ ବିଭିନ୍ନ କାରଣ ପାଇଁ ଅଚଳ ହୋଇ ରହୁଥିବା ଦେଖିବାକୁ ମିଳୁଛି । ବାଚସ୍ପତି ଏଥିପାଇଁ ଉଭୟ ସରକାରୀ ଓ ବିରୋଧୀ ଦଳର ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ସହଯୋଗ କାମନା କରିଥିବାବେଳେ କଂଗ୍ରେସ ଓଲଟା ପ୍ରଶ୍ନ କରିଛି ଏଥିପାଇଁ ଦାୟୀ କିଏ? ଅଧିକ ପଢନ୍ତୁ...

congres alligation against bjp
ବିଧାନସଭା ଅଚଳ ପାଇଁ ସରକାର ଦାୟୀ
author img

By

Published : Feb 18, 2020, 3:03 AM IST

ଭୁବନେଶ୍ବର: ଚଳିତ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଏହି ସମୟରେ ଗୃହରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଚର୍ଚ୍ଚା କରାଯିବା ସହିତ ଚଳିତ ଆର୍ଥିକବର୍ଷ ପାଇଁ ବଜେଟ ଆଗତ ହେବ । ତେବେ ଆରମ୍ଭରୁ ଗୃହ ବିଭିନ୍ନ କାରଣ ପାଇଁ ଅଚଳ ହୋଇ ରହୁଥିବା ଦେଖିବାକୁ ମିଳୁଛି । ବାଚସ୍ପତି ଏଥିପାଇଁ ଉଭୟ ସରକାରୀ ଓ ବିରୋଧୀ ଦଳର ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ସହଯୋଗ କାମନା କରିଥିବାବେଳେ କଂଗ୍ରେସ ଓଲଟି ପ୍ରଶ୍ନ କରିଛି ଏଥିପାଇଁ ଦାୟୀ କିଏ?

ବିଧାନସଭା ଅଚଳ ପାଇଁ ସରକାର ଦାୟୀ

କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି କି, ଯଦି ଗୃହରେ ମୁଖ୍ୟମନ୍ତ୍ରୀ,ବିଭାଗୀୟ ସରକାରୀ ଅଧିକାରୀ ନରହିବେ ଏବଂ ସଭ୍ୟମାନଙ୍କ ପ୍ରଶ୍ନର ଉତ୍ତର ନଦେବେ । ତେବେ ସେମାନେ କଣ କାନ୍ଥକୁ ପ୍ରଶ୍ନ କରିବେ ? ତେଣୁ ଏଥିପାଇଁ ସରକାର ଦାୟୀ ବୋଲି ସେ ପରୋକ୍ଷରେ କହିଛନ୍ତି।

ସୋମବାର ସନ୍ଧ୍ୟାରେ ଶ୍ରୀଯୁକ୍ତ ମିଶ୍ରଙ୍କ ସରକାରୀ ବାସଭବନରେ ଦଳୀୟ ବିଧାୟକ ମାନଙ୍କର ଏକ ବୈଠକର ଆୟୋଜନ କରାଯାଇଥିଲା । ଯେଉଁଥିରେ କଂଗ୍ରେସ ଦଳ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସମେତ ପ୍ରାୟ ସବୁ କଂଗ୍ରେସ ବିଧାୟକ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ସିଂ ଚଳିତ ବିଧାନସଭାରେ କେଉଁସବୁ ସାଧାରଣ ଜନତାଙ୍କ ହିତ ପାଇଁ ଉଦ୍ଦିଷ୍ଟ ସମସ୍ୟା ଉପରେ ଆଲୋଚନା କରାଯିବ ସେନେଇ ଆଲୋକପାତ କରିଥିଲେ ।

ଏଥିସହ ବିଜେପି ଓ ବିଜେଡି ମଧ୍ୟରେ ଭିତିରି ସମନ୍ବୟ ଥିବାରୁ ସେମାନେ ଲୋକମାନଙ୍କ କଥା ଉଠାଉ ନଥିବା ବେଳେ ଗୃହରେ ପ୍ରକୃତ ବିରୋଧୀ ଦଳ ଭାବେ କଂଗ୍ରେସ କାର୍ଯ୍ୟ କରୁଥିବା ସେ କହିଛନ୍ତି । ତେଣୁ ଯାହା ଲୋକଙ୍କ ପାଇଁ ଆବଶ୍ୟକ ସେ କଥା କିପରି ବିଧାନସଭାରେ ଆଲୋଚନା ହେବ ସେନେଇ ସଭ୍ୟମାନଙ୍କ ସହ ଆଲୋଚନା କରାଯାଇଥିବା ସେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.