ETV Bharat / city

ରାଜ୍ୟ ସରକାରଙ୍କ ଘର ମରାମତି ସହାୟତାକୁ ଲାଞ୍ଚ କହିଲା କଂଗ୍ରେସ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘର ମରାମତି ସହାୟତାକୁ ଲାଞ୍ଚ କହିଲା କଂଗ୍ରେସ । ଆଗକୁ ନିର୍ବାଚନ ଆସୁଥିବାରୁ ସରକାର ଏହି ଲାଞ୍ଚ ଦେଇଥିବା କଂଗ୍ରେସ ଅଭିଯୋଗ କରିଛି । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କ ଘର ମରାମତି ସହାୟତାକୁ ଲାଞ୍ଚ କହିଲା କଂଗ୍ରେସ
ରାଜ୍ୟ ସରକାରଙ୍କ ଘର ମରାମତି ସହାୟତାକୁ ଲାଞ୍ଚ କହିଲା କଂଗ୍ରେସ
author img

By

Published : Jan 8, 2022, 8:46 AM IST

ଭୁବନେଶ୍ବର: ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୧ ଲକ୍ଷ ପରିବାରକୁ ୩ ହଜାର ଟଙ୍କା ଲେଖାଏଁ ଘର ମରାମତି ସହାୟତା ଦେଇଛନ୍ତି । ନିର୍ବାଚନର ଠିକ୍ ପୂର୍ବରୁ ବିଜେଡି ସରକାରର ଏଭଳି ସହାୟତାକୁ ନେଇ ତାତିଛି କଂଗ୍ରେସ । ଭୋଟ୍ ପାଇଁ ରାଜ୍ୟ ସରକାର ଲାଞ୍ଚ ଦେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ରାଜ୍ୟ ସରକାରଙ୍କ ଘର ମରାମତି ସହାୟତାକୁ ଲାଞ୍ଚ କହିଲା କଂଗ୍ରେସ

କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ କହିଛନ୍ତି, ନିର୍ବାଚନ ଆସୁଥିବାରୁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଏହି ସହାୟତା ଦିଆଯାଇଛି । ଉପକୃତ ହିତାଧିକାରୀଙ୍କ ଘରେ ଶଙ୍ଖ ଚିହ୍ନ ଏବଂ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗାଇବା ପାଇଁ ଦଳୀୟ କର୍ମୀଙ୍କୁ କୁହାଯାଇଛି । ନିର୍ବାଚନ ସମୟରେ ଗରିବ ହିତାଧିକାରୀଙ୍କ କଥା ସରକାରଙ୍କ ମନେ ପଡିଲା । ଯଦି ସହାୟତା କରିବାର ଥିଲା ତେବେ ଆଗରୁ କରିପାରିଥାନ୍ତେ । ନିର୍ବାଚନ ଆସୁଥିବାରୁ ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ସରକାର ଲାଞ୍ଚ ଦେଇଛନ୍ତି ବୋଲି ଆକ୍ଷେପ କରିଛନ୍ତି କଂଗ୍ରେସ ନେତା ଏବଂ ରାଜ୍ୟ ସରକାର ରାଜନୀତି ନ କରନ୍ତୁ ବୋଲି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତକାଲି(ଶୁକ୍ରବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ଜରିଆରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି । ୩୧ ଲକ୍ଷ ପରିବାରର ଆକାଉଣ୍ଟରେ ଏହି ଅର୍ଥ ଜମା ହୋଇଛି । ଏଥିପାଇଁ ରାଜ୍ୟ ରାଜକୋଷରୁ ୧,୪୪୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଘର ମରାମତି ସହାୟତା ଦେବାକୁ ନେଇ ବିରୋଧୀ ତାତିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.