ETV Bharat / city

୨୮ରେ ଖୋଲିବ ସରକାରୀ ସ୍କୁଲ, ଦ୍ଵନ୍ଦ୍ବରେ ବେସରକାରୀ ସ୍କୁଲର ଅଭିଭାବକ - ସ୍କୁଲ ଖୋଲିବା ପ୍ରସଙ୍ଗ

ପ୍ରଥମରୁ ସପ୍ତମ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିବାକୁ ନେଇ ଅଭିଭାବକ ମଧ୍ୟରେ ଦ୍ଵନ୍ଦ ଦେଖିବାକୁ ମିଳିଛି । ନିର୍ବାଚନ ପାଇଁ ସରକାରୀ ସ୍କୁଲ ଗୁଡିକରେ ବୁଥ ହୋଇଥିବାରୁ କ୍ଳାସ ଘୁଞ୍ଚିଥିବା ବେଳେ ଏବେ ଘରୋଇ ସ୍କୁଲକୁ ନେଇ ଦ୍ଵନ୍ଦରେ ଅଭିଭାବକ । ଅଧିକ ପଢନ୍ତୁ

ପ୍ରଥମରୁ ସପ୍ତମ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିବାକୁ ନେଇ ଅଭିଭାବକ ମଧ୍ୟରେ ଦ୍ଵନ୍ଦ୍ବ

author img

By

Published : Feb 13, 2022, 7:35 PM IST

ଭୁବନେଶ୍ବର: ସରକାର ଏବେ ଦ୍ଵନ୍ଦରେ ରହିଛନ୍ତି ସ୍କୁଲ ଖୋଲିବେ ନା ନାହିଁ । ବର୍ତ୍ତମାନ ରାଜ୍ୟରେ 14 ତାରିଖ ପରିବର୍ତ୍ତେ 28 ତାରିଖରେ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ । ପଞ୍ଚାୟତ ସ୍ତରରେ ସରକାରୀ ସ୍କୁଲରେ ବୁଥ କରାଯାଉଛି । କିନ୍ତୁ, ଘରୋଇ ସ୍କୁଲ ଗୁଡିକରେ ବୁଥ ନହେବା କାରଣରୁ ସ୍କୁଲ ଖୋଲାଯିବା ନେଇ ବର୍ତ୍ତମାନ ଅଭିଭାବକ ମାନେ ଦ୍ଵନ୍ଦରେ ରହିଛନ୍ତି । ବର୍ତ୍ତମାନ ସରକାର ନିଜେ ସ୍ପଷ୍ଟ ହୁଅନ୍ତୁ ଏବଂ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ଅଭିଭାବକ ସଂଘ ।

ପ୍ରଥମରୁ ସପ୍ତମ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିବାକୁ ନେଇ ଅଭିଭାବକ ମଧ୍ୟରେ ଦ୍ଵନ୍ଦ୍ବ

28 ଫେବୁଆରୀରେ ସ୍କୁଲ କାହିଁକି ଖୋଲିବ । ବର୍ତ୍ତମାନ ସ୍କୁଲର ଶିକ୍ଷାବର୍ଷ ଶେଷ ହେବାକୁ ବସିଲାଣି । ତେବେ ମାର୍ଚ୍ଚ ମାସରେ ଅନେକ ସ୍କୁଲରେ ପରୀକ୍ଷା ରହିଛି । ଓଡ଼ିଆ ପିଲାମାନେ ଯେଉଁ ସ୍କୁଲ ଖୋଲିଲା ପରେ କ୍ଳାସ କରିବେ ଚଳିତ ବର୍ଷ ଶିକ୍ଷାବର୍ଷର ପାଠ ପଢିବେ ନା ଆସନ୍ତା ଶିକ୍ଷା ବର୍ଷ ପାଇଁ ପାଠ ପଢିବେ, ବର୍ତ୍ତମାନ ଦ୍ଵନ୍ଦ ରହିଛି । ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ଆସୁଛି । ଏନେଇ ଛୋଟ ଛୋଟ ପିଲାମାନେ ମାନସିକ ଚାପରେ ରହିଛନ୍ତି । କେଉଁ ଆଧାରରେ ସ୍କୁଲ ଖୋଲିବେ ସେନେଇ ଏକ ବୈଠକ କରନ୍ତୁ ନଚେତ କମିଟି ଗଠନ ମାଧ୍ୟମରେ ନଜର ରଖନ୍ତୁ ବୋଲି ଅଭିଭାବକ ସଂଘ କହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.