ETV Bharat / city

Odisha Assembly; ବିଧାନସଭାରେ ପାର୍ବଣ ଝଡ, ନିୟମ ପରିବର୍ତ୍ତନ ପାଇଁ ଦାବି

ମୂର୍ତ୍ତି ଉଚ୍ଚତା ନିର୍ମାଣ ପ୍ରସଙ୍ଗକୁ ନେଇ ବିଧାନସଭା ଶୂନ୍ୟକାଳରେ ସରକାରଙ୍କ ଉପରେ ଭାରି ପଡିଛନ୍ତି କଂଗ୍ରେସ ବିଧାୟକ । ଅଧିକ ପଢନ୍ତୁ...

author img

By

Published : Sep 7, 2021, 2:14 PM IST

Odisha Assembly
Odisha Assembly

ଭୁବନେଶ୍ବର: ଆସୁଛି ପାର୍ବଣ ଋତୁ । ଜମିଥାନ୍ତା ଐତିହାସିକ ସହର କଟକ ସମେତ ସାରା ରାଜ୍ୟରେ ଦୁର୍ଗାପୂଜା । ମା’ଙ୍କ ମୂର୍ତ୍ତି ନିର୍ମାଣ ସାଙ୍ଗକୁ ପୂଜା ମଣ୍ଡପ, ତୋରଣ ସାଜସଜ୍ଜା ସହ ନାଚଗୀତର ହୋଇଥାନ୍ତା ପ୍ରତିଯୋଗିତା । କିନ୍ତୁ କୋଭିଡ ପାଇଁ ସରକାର ଲଗାଇଛନ୍ତି ପ୍ରତିବନ୍ଧକ । ଯାହାକୁ ନେଇ ଆଜି (ମଙ୍ଗଳବାର) ବିଧାନସଭା ଶୂନ୍ୟକାଳରେ ସରକାରଙ୍କ ଉପରେ ଭାରି ପଡିଛନ୍ତି କଂଗ୍ରେସ ବିଧାୟକ ।

Odisha Assembly; ବିଧାନସଭାରେ ପାର୍ବଣ ଝଡ; ନିୟମ ପରିବର୍ତ୍ତନ ପାଇଁ ଦାବି

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ମହାମାରୀ ନାଁରେ ସରକାର ଧର୍ମୀୟ ଭାବନାକୁ କୁଠାରଘାତ କରିଛନ୍ତି । କୋଭିଡ ସହିତ ମୂର୍ତ୍ତିର ଉଚ୍ଚତା କମ କରିବା ସମ୍ପର୍କ କଣ ? ଏହାବାଦ ପୂଜା ମଣ୍ଡପରେ ପରଦା ଢାଙ୍କିବାକୁ ନେଇ ମଧ୍ୟ ବିରୋଧୀ ହଙ୍ଗାମା କରିଛନ୍ତି । ସରକାର ହଜାରେ ବର୍ଷର ପରମ୍ପରାକୁ ଆଘାତ ଦେଇଛନ୍ତି । ଯଦି ଅନ୍ୟ କାର୍ଯ୍ୟକ୍ରମ ପାଇଁ ଏକ ହଜାର ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳୁଛି ତେବେ ପୂଜାରେ ମାତ୍ର ୭ ଜଣଙ୍କୁ କାହିଁକି? ମହାମାରୀ ପ୍ରକୋପ କମିଥିବାରୁ ଏବେ କଟକଣା ମଧ୍ୟ କୋହଳ ହୋଇଛି । ତାହାକୁ ପାର୍ବଣ ପାଇଁ ମଧ୍ୟ କାର୍ଯ୍ୟକାରୀ କରାଯାଉ ।

ଏଭଳି ଦାବି କରି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ମାନେ ହୋହାଲ୍ଲା କରିଥିଲେ । ଏହାସହ ଗୃହର ମଧ୍ୟ ଭାଗକୁ ଆସି ନାରାବାଜୀ କରି ବାଚସ୍ପତିଙ୍କୁ ରୁଲିଂ ଦେବାକୁ ଦାବି କରିଥିଲେ ।

ସେପଟେ ମୁଖ୍ୟ ବିରୋଧୀ ବିଜେପି ଶୂନ୍ୟକାଳରେ ସ୍ଥିର ହୋଇଥିବା ବିଜନେସ ବଦଳରେ ଅନ୍ୟ ପ୍ରସଙ୍ଗ ନେଇଥିବାରୁ ସରକାରଙ୍କ ଉପରେ ଖପ୍ପା ହୋଇଥିଲା । ବିଜେପି ମଧ୍ୟ ହୋହାଲ୍ଲା କରିଥିଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.