ETV Bharat / city

ଓରଟେଲ ନାଁରେ ଠକେଇ ଅଭିଯୋଗ, ମାମଲା ରୁଜୁ କଲା କମିଶନରେଟ ପୋଲିସ - କମିସନରେଟ ପୋଲିସ

ଓରଟେଲ ନାଁରେ ହୋଇଥିବା ଠକେଇ ଅଭିଯୋଗକୁ ଆଧାରକରି ମାମଲା ରୁଜୁ କରିଛି ଚନ୍ଦ୍ରଶେଖର ପୁର ଥାନା ପୋଲିସ । ପଢନ୍ତୁ ଅଧିକ......

ଓରଟେଲ ନାରେ ଠକେଇ ଅଭିଯୋଗ,ମାମଲା ରୁଜୁ କଲା କମିସନରେଟ ପୋଲିସ

author img

By

Published : Dec 20, 2020, 7:28 PM IST

Updated : Dec 20, 2020, 7:48 PM IST

ଭୁବନେଶ୍ବର: ଓରଟେଲ ନାଁରେ ହୋଇଥିବା ଠକେଇ ଅଭିଯୋଗକୁ ଆଧାରକରି ମାମଲା ରୁଜୁ କରିଛି ଚନ୍ଦ୍ରଶେଖର ପୁର ଥାନା ପୋଲିସ। ଓରଟେଲ ମୁଖ୍ୟ ବିଭୁ ମହାପାତ୍ର ଓ ପର୍ଚେଜ ହେଡ଼ ହରପାଲ ସିଂଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଏନେଇ କିଛି ଦିନ ତଳେ ଥାନାରେ ଅଭିଯୋଗ ଆଣିଥିଲେ ଜଗବନ୍ଧୁ ଟ୍ରାନସପୋର୍ଟ କମ୍ପାନୀର ମାଲିକ।

ଓରଟେଲ ନାରେ ଠକେଇ ଅଭିଯୋଗ,ମାମଲା ରୁଜୁ କଲା କମିସନରେଟ ପୋଲିସ

ଅଭିଯୋଗ ଅନୁସାରେ ଏହି ସଂସ୍ଥାରୁ ଓରଟେଲର ସମସ୍ତ ସାମଗ୍ରୀ ଟ୍ରାନସପୋର୍ଟ ହୋଇଥାଏ ବୋଲି କହିଛନ୍ତି ସଂସ୍ଥାର ମାଲିକ। ତେବେ ପରିବହନ ଖର୍ଚ୍ଚ ବାବଦରେ ପ୍ରାୟ 22 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବକେୟା ଥିବାବେଳେ ତାକୁ ଓରଟେଲ ଦେଉନଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଜଗବନ୍ଧୁ ଟ୍ରାନସପୋର୍ଟ କମ୍ପାନୀର ମାଲିକ।

ଏନେଇ ସେ ଥାନାରେ ଓରଟେଲ ବିରୋଧରେ ଏତଲା ମଧ୍ୟ କରିଥିଲେ । ସେହି ଏତଲା ଆଧାରରେ ଆଜି ମାମଲା ରୁଜୁ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା , ଇଟିଭି ଭାରତ

Last Updated : Dec 20, 2020, 7:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.