ETV Bharat / city

କମିଶନରେଟ ପୋଲିସକୁ month end target, ଦେଖନ୍ତୁ କେଉଁ ଥାନାରେ କେତେ ରିପୋର୍ଟ୍ ? - pending cases in commissionrate police

କମିଶନରେଟ ପୋଲିସ ପାଖରେ ନାହିଁ ମାନବ ସମ୍ବଳ । ଏଥିପାଇଁ ସମାଧାନ ହୋଇପାରୁନାହିଁ ଅଧାରୁ ଅଧିକ ମାମଲା । ରାଜଧାନୀର ବିଭିନ୍ନ ଥାନାରେ 18 ହଜାରରୁ ଅଧିକ କେସ୍ ରିପୋର୍ଟ ହୋଇଛି ।

commissionrate police get month end target to solve pending cases
କମିଶନରେଟ ପୋଲିସକୁ month end target, ଦେଖନ୍ତୁ କେଉଁ ଥାନାରେ କେତେ ରିପୋର୍ଟ୍ ?
author img

By

Published : Dec 25, 2020, 9:49 PM IST

Updated : Dec 25, 2020, 11:11 PM IST

ଭୁବନେଶ୍ବର: କମିଶନରେଟ ପୋଲିସ ପାଖରେ ନାହିଁ ମାନବ ସମ୍ବଳ । ଏଥିପାଇଁ ସମାଧାନ ହୋଇପାରୁନାହିଁ ଅଧାରୁ ଅଧିକ ମାମଲା। ରାଜଧାନୀର ବିଭିନ୍ନ ଥାନାରେ 18 ହଜାରରୁ ଅଧିକ କେସ୍ ରିପୋର୍ଟ ହୋଇଥିବା ବେଳେ ଏବେବି ଅନେକ ମାମଲାର ସମାଧାନ ହୋଇପାରିନି। ବିଭିନ୍ନ ମାମଲାକୁ ନେଇ ଚାର୍ଜସିଟ ଫାଇଲ କରିବାରେ ମଧ୍ୟ ବିଳମ୍ବ ହୋଇଛି ।

କମିଶନରେଟ ପୋଲିସକୁ month end target, ଦେଖନ୍ତୁ କେଉଁ ଥାନାରେ କେତେ ରିପୋର୍ଟ୍ ?

ଏହାକୁ ନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ସମସ୍ତ ଥାନାର ମାନବ ସମ୍ବଳ ନେଇ ଯାଞ୍ଚ କରିଛନ୍ତି। ସମାଧାନ ହୋଇନଥିବା ପୂର୍ବ ବର୍ଷର ମାମଲା ଓ ଚଳିତ ବର୍ଷର ମାମଲାର ସମାଧାନ କରିବାକୁ ବିଭିନ୍ନ ଅଧିକାରୀଙ୍କୁ ଟାର୍ଗେଟ ଦିଆଯାଇଛି। ବର୍ଷ ଶେଷ ହେବାକୁ ଆଉ ମାତ୍ର 5 ଦିନ ବାକିଥିବା ବେଳେ ଯେତେ ସମ୍ଭବ ମାମଲାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ବର ଡସିପି ।

ବର୍ଷ ଶେଷ ହେବାକୁ ଥିବା ବେଳେ ଭୁବନେଶ୍ବର ଡିସିପିଙ୍କ ଟାର୍ଗେଟକୁ ନେଇ ବର୍ତ୍ତମାନ ବିଭିନ୍ନ ଥାନା ଅଧିକାରୀଙ୍କ ନିଦ ହଜିଛି । ବିଦ୍ୟୁତ ଥାନା ଓ ଟ୍ରାଫିକ ଥାନାକୁ ଛାଡ଼ିଦେଲେ ସମସ୍ତ ଥାନାରେ ରିପୋର୍ଟ ସହ ଅପମୃତ୍ୟୁ ମାମଲା ରହିଛି। କେତେକ ମାମଲା ତଦନ୍ତ ହୋଇ ହତ୍ୟା ମାମଲାରେ ପରିଣତ ହୋଇଛି।

ଖୁବଶୀଘ୍ର ଡକାୟତି, ରାହାଜାନି ଓ ଅସଦାଚାରଣ ଭଳି ମାମଲାର ଖୁଲାସା ହେବ। ଏନେଇ ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି। ତେବେ ଥରେ ନଜର ପକାନ୍ତୁ କେଉଁ ଥାନାରେ କେତେ ମାମଲା ଓ କେତେ ଅପମୃତ୍ୟୁ ମାମଲା ରହିଛି ।

୧.ଖାରବେଳ ୩୧୫-୨୭
୨.ଲିଙ୍ଗରାଜ ୨୫୦-୫୧
୩.ନୟାପଲ୍ଲୀ ୫୧୩-୨୧
୪.ଖଣ୍ଡଗିରି -୮୭୦-୩୯୦
୫.ତମାଣ୍ଡୋ-୧୮୫-୩୫
୬.ମଞ୍ଚେଶ୍ବର ୪୪୮-୧୦୦
୭.ଇନଫୋସିଟ-୧୯୮-୧୭
୮.ନନ୍ଦନକାନନ-୧୦୫-୭
୯.ଚନ୍ଦକା-୨୩୩-୨୨
୧୦.ଏୟାରଫିଲଡ-୨୮୧-୫୨
୧୧.ଏୟାରପୋର୍ଟ-୨୭୪-୨୫
୧୨.କ୍ଯାପିଟାଲ-୫୦୦-୨୫୦-
୧୩.ସହୀଦନଗର-୫୩୪-୬୪
୧୪.ଚନ୍ଦ୍ରଶେଖରପୁର-୪୭୫-୬୦
୧୫.ବାଲିପାଟଣା-୩୬୧-୪୦
୧୬.ବାଲିଅନ୍ତା-୩୧୫-୫୫
୧୭.ଲକ୍ଷ୍ମୀସାଗର-୩୬୦-୬୫
୧୮.ବରଗଡ-୩୮୫-୪୦
୧୯.ଧଉଳି -୨୦୭-୩୫
୨୦.ଜଟଣି -୫୧୬ -୫୩
୨୧.ମହିଳାଥାନା-୮୯

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Dec 25, 2020, 11:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.