ETV Bharat / city

ଚୋରା ମୋବାଇଲ ନେଟୱର୍କର ଫର୍ଦ୍ଦାଫାଶ, କିଙ୍ଗପିନ ପାଇଁ ପୋଲିସ ଯାଇଥିଲା ବାଂଲାଦେଶ - commissionerate pollice buested thief racket

ବାଂଲାଦେଶ ସୀମାରେ ପହଞ୍ଚି ମୋବାଇଲ ଗ୍ୟାଙ୍ଗକୁ ଧରିଛି କମିସନରେଟ ପୋଲିସ। ପରେ ନେଟୱର୍କର ମାଷ୍ଟରମାଇଣ୍ଡ ତଥା କିଙ୍ଗପିନ ସଂଜୟ ଗଡ଼ନାୟକ ଓ ଲିପୁନ ସାହୁ ଅନୁଗୁଳରେ ଥିବା ଜାଣି ଗିରଫ କରିଛି ସହିଦନଗର ଥାନା ପୋଲିସ। ଅଧିକ ପଢନ୍ତୁ...

ଚୋରା ମୋବାଇଲ ନେଟୱର୍କର ଫର୍ଦ୍ଦାଫାସ; କିଙ୍ଗପିନ ପାଇଁ ପୋଲିସ ଯାଇଥିଲା ବାଙ୍ଗଲାଦେଶ

author img

By

Published : Dec 7, 2020, 10:44 PM IST

ଭୁବନେଶ୍ବର : ଆପଣଙ୍କ ମୋବାଇଲ ରାଜଧାନୀରୁ ଚୋରି ହୋଇଛି କି ? ନା କେହି ଝାମ୍ପି ନେଇଛି ବା ହଜିଯାଇଛି। ତାହାଲେ ଥରୁଟିଏ ଯାଇ ସହିଦନଗର ଥାନାରେ କରନ୍ତୁ ଇନକ୍ବାରୀ। କାରଣ କମିସନରେଟ ପୋଲିସ ହାତରେ ଉଦ୍ଧାର ହୋଇଥିବା ୧୦୨ ଟି ମୋବାଇଲ ଫୋନରେ ଥାଇପାରେ ଆପଣଙ୍କ ମୋବାଇଲ ।

ଚୋରା ମୋବାଇଲ ନେଟୱର୍କର ଫର୍ଦ୍ଦାଫାସ; କିଙ୍ଗପିନ ପାଇଁ ପୋଲିସ ଯାଇଥିଲା ବାଙ୍ଗଲାଦେଶ

କିଙ୍ଗପିନକୁ ଧରିବାକୁ ବର୍ଡ଼ର ପାର ହେଲା କମିଶନରେଟ ପୋଲିସ । ଚୋରା ମୋବାଇଲ ନେଟୱର୍କର ପର୍ଦ୍ଦାଫାସ । କମିସନରେଟ ପୋଲିସ ହାତରେ ୧୦୦ରୁ ଉର୍ଦ୍ଧ୍ବ ସ୍ମାର୍ଟଫୋନ। ୨ କିଙ୍ଗପିନକୁ ଅନୁଗୁଳରୁ ପୋଲିସ କଲା ଗିରଫ। ତେବେ ଚୋରି ଓ ସ୍ନାଚିଂ ମୋବାଇଲର ଖୋଲିଛି ଗୁମର। ରାଜଧାନୀ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରୁ ହେଉଥିବା ଚୋରି ମୋବାଇଲ ପଛରେ ଥିଲା ଏଇ ମାଷ୍ଟରମାଇଣ୍ଡଙ୍କ ହାତ। ସ୍ନାଚର ଓ ଚୋରି କରୁଥିବା ଅଭିଯୁକ୍ତଙ୍କଠୁ ୨ ରୁ ୩ହଜାରରେ କିଣୁଥିଲେ ଫୋନ। ପରେ ସେସବୁ ଫୋନକୁ ରିଷ୍ଟୋର ଓ ଫର୍ମାଟ କରି ନିଜର ଏକ ନେଟୱର୍କ ଜରିଆରେ ପୁଣି ବିକୁଥିଲେ ୭ରୁ ୧୦ ହଜାର ଟଙ୍କାରେ ।

ଏମିତି ଢଙ୍ଗରେ ଚୋରି ମୋବାଇଲ କାରବାର କରୁଥିବା ନେଟୱର୍କର ସୁରାକ ଲାଗିଥିଲା ପୋଲିସ ହାତରେ। ଯାହାକୁ ଟ୍ରାକ କରିବାକୁ ଯାଇ ବାଙ୍ଗଲାଦେଶ ବର୍ଡ଼ରରେ ବି ପହଚିଥିଲା ପୋଲିସ। ପରେ ନେଟୱର୍କର ମାଷ୍ଟରମାଇଣ୍ଡ ତଥା କିଙ୍ଗପିନ ସଂଜୟ ଗଡ଼ନାୟକ ଓ ଲିପୁନ ସାହୁ ଅନୁଗୁଳରେ ଥିବା ଜାଣି ଗିରଫ କରିଛି ସହିଦନଗର ଥାନା ପୋଲିସ। ଏପରିକି ରାଉଲକେଲା ବସରୁ ୯୦ ମୋବାଇଲ ଚୋରି ଘଟଣାଠୁ ଆରମ୍ଭ କରି ୮୨ଟି ପୃଥକ ପୃଥକ ଚୋରି ମୋବାଇଲ କିଣିଥିବା ଲୋକଙ୍କ ପାଖକୁ ଯାଇ ମୋବାଇଲ ସିଜ କରିଛି କମିସନରେଟ ପୋଲିସ।ତେବେ ମୋବାଇଲ ହରାଗଥିବା ବ୍ୟକ୍ତି ନିଜ ମୋବାଇଲ ଫୋନ ଫେରିପାଇବା ପରେ କମିସନରେଟ ପୋଲିସର ମୋବାଇଲ ଚୋରି ଘଟଣଖର ସିରିୟସ ତଦନ୍ତକୁ ନେଇ ବେଶ ତାରିଫ କରିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.