ETV Bharat / city

କାଲି ଜଲୱା ଦେଖାଇବ ସୂର୍ଯ୍ୟକିରଣ, ଏୟାର ସୋ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି

ସୂର୍ଯ୍ୟକିରଣ ଏୟାର ସୋ' ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି(Suryakiran Air Show in Bhubaneswar) । ଶୁକ୍ରବାର ରାଜଧାନୀରେ ଏୟାର ସୋ' ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା । ଅଧିକ ପଢ଼ନ୍ତୁ

commissionerate police tighten security for Suryakiran Air Show in Bhubaneswar
ଆସନ୍ତାକାଲି ଜଲୱା ଦେଖାଇବ ସୂର୍ଯ୍ୟକିରଣ, ଏୟାର ସୋ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି
author img

By

Published : Sep 15, 2022, 3:58 PM IST

Updated : Sep 15, 2022, 6:47 PM IST

ଭୁବନେଶ୍ବର: ଶୁକ୍ରବାର ରାଜଧାନୀରେ ଏୟାର ସୋ' ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା । ସୂର୍ଯ୍ୟକିରଣ ଏୟାର ସୋ' ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି (Suryakiran Air Show in Bhubaneswar) । ଟ୍ରାଫିକ ବ୍ୟବସ୍ଥା ଉପରେ ନଜର ରଖାଯିବ । ସେହିଭଳି ଏୟାର ସୋ' ଦେଖିବାକୁ ଆସିବାକୁ ଥିବା ଦର୍ଶକଙ୍କ ଗାଡ଼ି ପାଇଁ ପାର୍କିଂ ବ୍ୟବସ୍ଥା କରାଯାଉଛି ।

କାଲି ଜଲୱା ଦେଖାଇବ ସୂର୍ଯ୍ୟକିରଣ, ଏୟାର ସୋ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି

ସୂର୍ଯ୍ୟକିରଣ ଏୟାର ସୋ' ପାଇଁ ହାଇଟେକ୍ ଛକଠାରୁ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ସୁରକ୍ଷା କଡ଼ାକଡ଼ି କରାଯାଇଛି । ନଦୀ ଉପରେ ଭାରତୀୟ ବାୟୁସେନାର ବିମାନ କଳାବାଜି ପ୍ରଦର୍ଶନ କରିବାକୁ ଥିବାରୁ ଏକ ଓଡରାଫ୍‌ ଟିମ୍‌ ନିୟୋଜିତ ରହିବ । କୌଣସି ଅଘଟଣକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି କରାଯାଉଛି ।

ଏହା ବି ପଢ଼ନ୍ତୁ Air show in Bhubaneswar: ଯନ୍ତ୍ରାଂଶ ନେଇ ପହଞ୍ଚିଲା C-17 ଗ୍ଲୋବ୍ ମାଷ୍ଟର

ସୂର୍ଯ୍ୟକିରଣ ଏୟାର ସୋ ପାଇଁ ସହରରେ ମୋଟ ୧୫ ପ୍ଲାଟୁନ୍‌ ମୁତୟନ ହୋଇଛନ୍ତି । କୌଣସି ସ୍ଥାନରେ ଯେଭଳି ଭିଡ଼ ଜମିବ ନାହିଁ ସେଥିପ୍ରତି ଦୃଷ୍ଟି ରଖାଯିବ । ୩ ଜଣ ଅତିରିକ୍ତ ଡିସିପି, ୯ ଏସିପି ଅନ୍ୟ ଅଧିକାରୀ ସହର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ । ୨ ଘଣ୍ଟା ୫୦ ମିନିଟ କାଳ ଏହି ଏୟାର ସୋ' ଚାଲିବ ।

ଏହାକୁ ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି, "ଆସନ୍ତାକାଲି ବାୟୁସେନା ପକ୍ଷରୁ ଭୁବନେଶ୍ବରରେ ଏୟାର ସୋ ଆୟୋଜନ ହେବ । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଲୋକେ ଯେଭଳି କୌଣସି ସ୍ଥାନରେ ଭିଡ଼ କରିବେନି ସେଥିପ୍ରତି ଦୃଷ୍ଟି ଦିଆଯିବ । ୨ ଘଣ୍ଟା ୫୦ମିନିଟ କେତେକ ଟ୍ରାଫିକ ଡାଇଭର୍ସନ କରାଯିବ । ଏହାକୁ ନେଇ ନିର୍ଦ୍ଦେଶନାମା ଜାରି କରାଯିବ ।"

ଏୟାର ସୋ' ପୂର୍ବରୁ ଗୁରୁବାର ରାଜଧାନୀରେ ପୋଲିସ ଓ ବାୟୁସେନା ପକ୍ଷରୁ ଏକ ରିୟଲ ଟାଇମ୍‌ ମିଳିତ ରିହରସେଲ୍‌ କରାଯାଇଛି । ସେପ୍ଟେମ୍ବର ୧୬ ତାରିଖ ଭୁବନେଶ୍ବରରେ ହେବ ଏୟାର ସୋ' । ଏହି ସୋ' ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ବାୟୁସେନାର ଇଣ୍ଡସ୍କନ୍‌ ଟିମ୍‌ ନେଇ ଆସିଥିବା AN୩୨ ବିମାନ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିଥିଲା ଏହାପରେ C-୧୭ ଗ୍ଲୋବ୍ ମାଷ୍ଟର ଅପରାହ୍ନରେ ଭୁବନେଶ୍ବରରେ ଅବତରଣ କରିଥିଲା । ସେପ୍ଟେମ୍ବର 18 ତାରିଖରେ ପୁରୀରେ ଏୟାର ସୋ’ ଆୟୋଜନ ହେବ । ପୁରୀରେ ସୂର୍ଯ୍ୟକିରଣ ସୋ’ରେ ଭାଗ ନେବାକୁ ଥିବା 11ଟି ହକ୍ ବିମାନ କର୍ଣ୍ଣାଟକର ବିଦାରରୁ ଆସିଛି ।

Last Updated : Sep 15, 2022, 6:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.