ETV Bharat / city

ଦଶହରାରେ ଭିଡକୁ ଏଡାଇବ କମିସନରେଟ ପୋଲିସର ମୋବାଇଲ ବାଇକ - ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ

ଦୁଇ ବର୍ଷର କୋଭିଡ କଟକଣା ପରେ ଭୁବନେଶ୍ବର ଓ କଟକର ବିଭିନ୍ନ ପୂଜା ମଣ୍ଡପରେ କଟକଣା ମୁକ୍ତ ଦୂର୍ଗା ପୂଜା ଅନୁଷ୍ଠିତ ହେବ । ଏନଇ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ବୁଲିବ ମୋବାଇଲ ବାଇକ । ଭିଡ଼ ନିୟନ୍ତ୍ରଣରେ ଏହା ସହାୟକ ହେବ ବଲି କହିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଅଧିକ ପଢ଼ନ୍ତୁ

ଦଶହରାରେ ଭିଡକୁ ଏଡାଇବ କମିସନରେଟ ପୋଲିସର ମୋବାଇଲ ବାଇକ

author img

By

Published : Sep 25, 2022, 5:36 PM IST

ଭୁବନେଶ୍ବର: ଦଶହରାରେ ଭିଡ଼କୁ ଏଡାଇବା ପାଇଁ କମିସନରେଟ ପୋଲିସ ପକ୍ଷରୁ ବୁଲିବ ମୋବାଇଲ ବାଇକ । ଦୁଇ ବର୍ଷର କୋଭିଡ କଟକଣା ପରେ ଭୁବନେଶ୍ବର ଓ କଟକର ବିଭିନ୍ନ ପୂଜା ମଣ୍ଡପରେ କଟକଣା ମୁକ୍ତ ଦୂର୍ଗା ପୂଜା ଅନୁଷ୍ଠିତ ହେବାକୁ ଥିବାରୁ ଏଥର ପୂର୍ବ ବର୍ଷ ଗୁଡ଼ିକ ଅପେକ୍ଷା ଅଧିକ ଗହଳି ରହିବ । ବିଭିନ୍ନ ସ୍ଥାନରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କମିସନରେଟ ପୋଲିସ ପ୍ରସ୍ତୁତ ଥିବା କହିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଦଶହରାରେ ଭିଡକୁ ଏଡାଇବ କମିସନରେଟ ପୋଲିସର ମୋବାଇଲ ବାଇକ

କୋଭିଡ ଯୋଗୁଁ ଗତ ଦୁଇ ବର୍ଷ ସମସ୍ତ ପୂଜା ପାର୍ବଣ ବନ୍ଦ ହୋଇ ରହିଥିଲା । ଚଳିତ ବର୍ଷ ମହାମାରୀର କୋପ କମି ଯାଇଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ପୂଜା ମଣ୍ଡପ ଓ ବଜାର ଘାଟ । ଆଉ ମାତ୍ର ଦିନ କେଇଟାର ଅପେକ୍ଷା ପରେ ଅନୁଷ୍ଠିତ ହେବ ମା' ଦୁର୍ଗାଙ୍କର ପୂଜା । ଏଥର କଟକ ଓ ଭୁବନେଶ୍ବରରେ ବେଶ୍‌ ଜାକଜମକରେ ପାଳନ ହେବ କଟକଣା ମୁକ୍ତ ଦୂର୍ଗା ପୂଜା । ତେଣୁ ବିଗତ ବର୍ଷ ମାନଙ୍କ ଅପେକ୍ଷା ଏବର୍ଷ ଲୋକଙ୍କର ଗହଳି ଅଧିକା ରହିବ । ତେବେ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ପୂଜାରେ ମେଲୋଡ଼ି ପାଇଁ ରାତି ୧୨ଟା ଯାଏଁ ଅନୁମତି ଦିଆଯାଇଛି । ଚଳିତ ବର୍ଷ ଦୁର୍ଗା ପୂଜାକୁ ସୂଚାରୁ ରୂପେ ପାଳନ କରିବା ପାଇଁ ଚାଲିଛି ପ୍ରସ୍ତୁତି ।

ଟ୍ବିନସିଟିରେ କିଭଳି ଭାବରେ ଭିଡକୁ ଏଡାଇଯାଇପାରିବ, ସେନେଇ କମିସନରେଟ ପୋଲିସ ପକ୍ଷରୁ ୫ଟି ମୋବାଇଲ ବାଇକ ପ୍ରସ୍ତୁତ ରହିଥିବା ସୂଚନା ଦିଆଯାଇଛି । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, "ଦୁଇ ବର୍ଷ ପରେ କୋରୋନାର ପ୍ରଭାବ ନଥିବାରୁ ଦୁର୍ଗା ପୂଜାରେ ଜନସାମାଗମ ରହିବ । ଏହା ପୋଲିସ ପାଇଁ ଏକ ବିରାଟ ଚାଲେଞ୍ଜ ରହିବ । ଆଜି ୫ଟି ମୋବାଇଲ ବାଇକ ଦିଆଯାଇଛି । କିଛିଦିନ ତଳେ ୩ଟି ମୋବାଇଲ ବାଇକ ଦିଆଯାଇଥିଲା । ୫ଟି ମୋବାଇଲ ବାଇକରୁ ୨ଟି ଭୁବନେଶ୍ବରେ ରହିବ ଓ ବାକି ୩ଟି କଟକରେ ରହିବ । ଯେହେତୁ ଦଶହରାରେ କଟକରେ ଅଧିକ ଭିଡ଼ ହୋଇଥାଏ, ତେବେ ଭିଡ଼କୁ ଏଡାଇବା ପାଇଁ ମୋବାଇଲ ବାଇକ ସହାୟକ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.