ETV Bharat / city

ମହାବୀର ବସ୍ତିରେ ଯୁବତୀଙ୍କ ମୃତଦେହ ମିଳିବା ଘଟଣା: ରହସ୍ୟ ପର୍ଦ୍ଦାଫାଶ କଲା କମିଶନରେଟ ପୋଲିସ

author img

By

Published : Sep 30, 2021, 4:54 PM IST

Updated : Sep 30, 2021, 8:54 PM IST

ଭରତପୁର ମହାବୀର ବସ୍ତିରେ ଯୁବତୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କଲା କମିଶନରେଟ୍ ପୋଲିସ୍ । ଯୁବତୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରି ପଳାଇଥିବା ସୂଚନା । ଅଭିଯୁକ୍ତ ପ୍ରେମିକକୁ ଗିରଫ କରି ଭୁବନେଶ୍ୱର ଆଣିଲା ପୋଲିସ । ଅଧିକ ପଢନ୍ତୁ...

ମହାବୀର ବସ୍ତିରେ ଯୁବତୀଙ୍କ ମୃତଦେହ ମିଳିବା ଘଟଣା: ରହସ୍ୟ ପର୍ଦ୍ଦାଫାଶ କଲା କମିଶନରେଟ ପୋଲିସ
ମହାବୀର ବସ୍ତିରେ ଯୁବତୀଙ୍କ ମୃତଦେହ ମିଳିବା ଘଟଣା: ରହସ୍ୟ ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଭରତପୁର ଥାନା ମହାବୀର ବସ୍ତି ମହିଳାଙ୍କ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ପ୍ରେମିକ ଗିରଫ । ଗିରଫ ହୋଇଥିବା ଅଭିଯୁକ୍ତ ହେଲା କଲିକତାର ଶେଖ ଫରିଦ । ଓଡିଶା ଆସିବା ପରେ ସେ ନିଜ ନାମ ପରିବର୍ତ୍ତନ କରି କାର୍ତ୍ତିକ ଜେନା ରଖିଥିଲା । ଗତକାଲି କାର୍ତ୍ତିକ ନୟାଗଡ଼ରୁ କନ୍ଧମାଳ ଖସି ପଳାଉଥିବା ବେଳେ ଶେଖକୁ ଗିରଫ କରିଛି ଭରତପୁର ଥାନା ପୋଲିସ । ଭୁବନେଶ୍ୱର ଡିସିପି କହିଛନ୍ତି, କାର୍ତ୍ତିକ ଜଣେ ରାଜମିସ୍ତ୍ରୀ । ସେ 22 ବର୍ଷ ତଳେ ଓଡ଼ିଶା ଆସିଥିଲା । ପ୍ରଥମେ କଟକରେ ଜଣେ ମହିଳାଙ୍କୁ ବିବାହ କରିଥିଲେ । ତାଙ୍କର ଏକ ପିଲା ମଧ୍ୟ ଅଛି । ପରେ ଭୁବନେଶ୍ୱର ଆସି ସନ୍ଧ୍ୟାରାଣୀ ସେଠୀଙ୍କ ସହ ସମ୍ପର୍କରେ ଆସିଲେ ।

ମହାବୀର ବସ୍ତିରେ ଯୁବତୀଙ୍କ ମୃତଦେହ ମିଳିବା ଘଟଣା: ରହସ୍ୟ ପର୍ଦ୍ଦାଫାଶ କଲା କମିଶନରେଟ ପୋଲିସ

ସନ୍ଧ୍ୟାରାଣୀ କାର୍ତ୍ତିକଙ୍କ ସହ କାମ କରେ । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା । ପରେ ଦୁହେଁ ଏକାଠି ରହିଥିଲେ । ଏହି ଘଟଣା କାର୍ତ୍ତିକଙ୍କ ପତ୍ନୀ ଜାଣିବା ପରେ ପତି ପତ୍ନୀ ମଧ୍ୟରେ ଝଗଡା ହୋଇଥିଲା । ସେପଟେ କଟକରେ ଥିବା ପତ୍ନୀଙ୍କ ପାଖକୁ ନିୟମିତ ଯାଉଥିବାରୁ ପ୍ରେମିକା ସନ୍ଧ୍ୟାରାଣୀଙ୍କ ସହ ମଧ୍ୟ ଝଗଡା ଲାଗି ରହୁଥିଲା । ଫଳରେ ପ୍ରେମିକା ସନ୍ଧ୍ୟାକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ।

ଏଥିପାଇଁ 10 ଦିନ ତଳେ ବରମୁଣ୍ଡା ମହାବୀର ବସ୍ତିରେ ସ୍ୱାମୀ-ସ୍ତ୍ରୀ ପରିଚୟ ନେଇ ଭଡା ଘର ନେଇଥିଲେ । 3 ତାରିଖ ରାତିରେ ସନ୍ଧ୍ୟା ଶୋଇଥିବାବେଳେ ଓଢଣୀରେ ତଣ୍ଟି ଚିପି ହତ୍ୟା କରିବା ପରେ କବାଟ ବନ୍ଦ କରି କୁଆଡେ ପଳାଇ ଯାଇଥିଲା କାର୍ତ୍ତିକ । 7 ତାରିଖରେ ଘଟଣା ସାମ୍ନାକୁ ଆସିଥିଲା । ଘଟଣା ପରେ ହତ୍ୟାକାରୀ କୋଲକାତା ଚାଲିଯାଇଥିଲା। ପୋଲିସ ଖୋଜୁଥିବା ଜାଣିବା ପରେ ସେ ନୟାଗଡ଼ ପଳାଇ ଆସିଥିଲା। ପ୍ରଥମେ ସେ ଜଙ୍ଗଲରେ ରହୁଥିଲେ। ପରେ କନ୍ଧମାଳ ଖସିଯିବା ପାଇଁ ଉଦ୍ୟମ ବେଳେ ନୟାଗଡ଼ ବସଷ୍ଟାଣ୍ଡରୁ ମାଡିବସିଲା କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Sep 30, 2021, 8:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.