ETV Bharat / city

ନକଲି ଡାକ୍ତରଙ୍କ ପ୍ରେମରେ ୧୪ ମହିଳା, ୭ ରାଜ୍ୟରେ ବିଛାଇଥିଲେ ପ୍ରେମଜାଲ - ନକଲି ଡାକ୍ତରକୁ ଗିରଫ କଲା କମିଶନରେଟ ପୋଲିସ

୭ଟି ରାଜ୍ୟର ୧୪ ଜଣ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ଧରାପଡିଲା ଠକ ନକଲି ଡାକ୍ତର । ମିଛ ପରିଚୟ ଦେଇ ଯୁବତୀଙ୍କ ଠାରୁ ଲୁଟୁଥିଲା ଟଙ୍କା ଓ ସୁନା, ବାନ୍ଧିଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ

ଧରାପଡିଲା ଠକ ନକଲି ଡାକ୍ତର ପ୍ରେମିକ, ୭ଟି ରାଜ୍ୟର ୧୪ଜଣ ମହିଳାଙ୍କୁ ଠକେଇ

author img

By

Published : Feb 14, 2022, 11:07 AM IST

Updated : Feb 14, 2022, 4:22 PM IST

ଭୁବନେଶ୍ବର: ପ୍ରେମ ଦିବସରେ କମିଶନରେଟ ପୋଲିସ ଏମିତି ଜଣେ ରସିକିଆକୁ ଗିରଫ କରିଛନ୍ତି ଯିଏ ୧୪ ରାଣୀଙ୍କ ରାଜା । ସେ ୭ ରାଜ୍ୟରେ ୧୪ ଜଣ ମହିଳାଙ୍କୁ ବିବାହ କରି ଠକିଛନ୍ତି ଯାହାଙ୍କ ବୟସ ୬୨ । ନିଜକୁ କେତେବେଳେ ଡେପୁଟି ଡାଇରେକ୍ଟର ଜେନେରାଲ୍, CHERI, ଭାରତ ସରକାରଙ୍କର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜଣେ କର୍ମଚାରୀ ଓ କେତେବେଳେ ନିଜକୁ ଡାକ୍ତର ପରିଚୟ ଦେଇ ଏହି କାର୍ଯ୍ୟ କରୁଥିଲେ। ଏକୁଟିଆ ଥିବା ସମ୍ଭ୍ରାନ୍ତ ମହିଳା, ବିଧବା ମହିଳା, ନଚେତ ବୟସ୍କା ଅଣବିବାହିତା ଯୁବତୀଙ୍କ ସହ ସମ୍ପର୍କ ବଢାଉଥିଲେ।

ନକଲି ଡାକ୍ତରଙ୍କ ପ୍ରେମରେ ୧୪ ଯୁବତୀ, ୭ ରାଜ୍ୟରେ ବିଛାଇଥିଲେ ପ୍ରେମଜାଲ

ମାଟ୍ରିମୋନିଆଲ ସାଇଟରେ ନିଜର ଷ୍ଟାଟସ ଅପଡେଟ କରାଇ ଏହିଭଳି ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲା। ପରେ ସେମାନଙ୍କ ଠାରୁ ଟଙ୍କା ଓ ଗହଣା ନେଇ ଫେରାର ହେଉଥିଲା। ଏପରିକି ବିବାହ କରିଥିବା ମହିଳାଙ୍କ ମଧ୍ୟରେ ରହିଛନ୍ତି ସମ୍ଭ୍ରାନ୍ତ ଶ୍ରେଣୀର ମହିଳା । ଯେପରି ଇଫକୋ ଚିଫ ମେଡିକାଲ ଅଫିସର, ସୁପ୍ରିମକୋର୍ଟର‌ ମହିଳା ଆଇନଜୀବୀ, ନ୍ୟାସନାଲ ଇନସୁରାନସ ସଦସ୍ୟ, ୩ ଜଣ ଶିକ୍ଷକ ଓ ଅଧ୍ୟାପିକା, ପ୍ରଫେସରଙ୍କ ସମେତ ଗୃହିଣୀ ଏପରିକି ଆଇଟିବିପିର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭଳି ପଦବିରେ ଥିବା ମହିଳାଙ୍କୁ ମାଟ୍ରିମୋନିଆଲ ସାଇଟରେ ଯୋଗାଯୋଗ କରି ବିବାହ କରିଥିଲା।

କେତେବେଳେ ନିଜକୁ ବିଧୁ ପ୍ରସାଦ ସ୍ବାଇଁ, କେତେବେଳେ ରମଣି ରଞ୍ଜନ, ବିଜୟଶ୍ରୀ ରମେଶ କୁମାର‌ ଓ ରମେଶ କୁମାର‌ ସ୍ବାଇଁ ପରିଚୟ ଦେଇ ଫେକ ଆଧାରକାର୍ଡ କରି ଏଭଳି ଠକାମି କରୁଥିଲା । ଗତ ୦୫.୦୭.୨୦୨୧ରେ ଦିଲ୍ଲୀର ଜଣେ ସ୍କୁଲ ଶିକ୍ଷୟତ୍ରୀ ଭୁବନେଶ୍ବର ମହିଳା ଥାନାରେ ଠକାମିର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ଅଭିଯୁକ୍ତ ତାଙ୍କୁ ଗତ ୨୦୧୮ ମସିହାରେ ନୂଆଦିଲ୍ଲୀର ଆର୍ଯ୍ୟ ସମାଜ ମଣ୍ଡଳ ଜନକପୁରୀରେ ବିବାହ କରିଥିଲେ । ବିବାହ ପରେ ତାଙ୍କୁ କିଛିଦିନ ପାଇଁ ଭୁବନେଶ୍ବର ଆଣି ଆଇଗିଣିଆ ଠାରେ ରଖିଥିଲେ । ପରେ ସେ ଜାଣିବାକୁ ପାଇଥିଲେ ଯେ, ସେହି ବ୍ୟକ୍ତି ଜଣକ ତାଙ୍କୁ ନିଜର ମିଥ୍ୟା ପରିଚୟ ଦେଇଛନ୍ତି ଏବଂ ଏହାପୂର୍ବରୁ ଅନେକ ମହିଳାଙ୍କୁ ମଧ୍ୟ ବିବାହ କରିଛନ୍ତି । ତେଣୁ, ସେ ମହିଳା ଥାନାରେ ଏତଲା ଦାଏର କରିଥିଲେ ।

ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଗିରଫ କରିବା ପାଇଁ ସ୍ପେଶାଲ ସ୍କାର୍ଡ ସହାୟତାରେ ଟିମ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଖଣ୍ଡଗିରିର ଏକ ଭଡାଘରରୁ ତାକୁ ଗିରଫ କରାଯାଇଇଥିଲା । ତାଙ୍କ ଘର କେନ୍ଦ୍ରାପଡାର ଭଗବାନପୁର ସିଙ୍ଘଳ ଅଞ୍ଚଳରେ ହୋଇଥିବା ବେଳେ ନାଁ ତା’ର ରମେଶ ଚନ୍ଦ୍ର ସ୍ବାଇଁ ବୋଲି ଜଣାପଡିଛି ।

ଆଜି(ସୋମବାର) ତାଙ୍କୁ ଗିରଫ ପରେ IPCର ଧାରା 498 (a), 468, 471, 494, 419 କୋର୍ଟ ଚାଲାଣ କରାଯାଇଛି । ଏନେଇ ଭୁବନେଶ୍ବର ଡିସିପି କହିଛନ୍ତି, ଅଭିଯୁ୍କ୍ତ ଜଣକ ଦେଶର ବିଭିନ୍ନ ସ୍ଥାନକୁ ଯାଉଥିଲେ ଏବଂ ଅଧିକାଂଶ ସମୟରେ ଆସାମର ଗୌହାଟୀରେ ଅନ୍ୟ ଜଣେ ପତ୍ନୀଙ୍କ ସହ ରହୁଥିଲେ । ରମେଶ ନିଜକୁ ଡେପୁଟି ଡାଇରେକ୍ଟର ଜେନେରାଲ୍, CHERT, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାବରେ ପରିଚୟ ଦେବା ସହ ନିଜକୁ ଅବିବାହିତ ବୋଲି ପରିଚୟ ଦେଇ ବିଭିନ୍ନ ମାଟ୍ରିମୋନିଆଲ ସାଇଟରେ ବିଭିନ୍ନ ପରିଚୟରେ ତାଙ୍କର ବାୟୋଡ଼ାଟା ପୋଷ୍ଟ କରୁଥିଲେ ।

ସେ ମୁଖ୍ୟତଃ ଅଧିକ ବୟସର ଏକାକୀ ରହୁଥିବା କର୍ମଜୀବୀ ମହିଳା ମାନଙ୍କୁ ଟାର୍ଗେଟ କରୁଥିଲେ । ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା ନିଜର ଲାଭ ପାଇଁ ସେମାନଙ୍କର ପଇସା ହଡପ କରିବା । ଏହି ପ୍ରକ୍ରିୟାରେ ୧୯୮୨ ମସିହାରୁ ଆଜି ପର୍ଯ୍ୟନ୍ତ ସେ ୧୪ ଜଣ ମହିଳାଙ୍କୁ ବିବାହ କରିଛନ୍ତି ଯେଉଁଥିରୁ କମିଶନରେଟ ପୋଲିସ୍ ୯ ଜଣ ମହିଳାଙ୍କୁ ସମ୍ପର୍କ କରିଛି ଏବଂ ଏସମ୍ପର୍କରେ ଅଧିକ ଅନୁସନ୍ଧାନ ଚାଲିଛି।

ଅଭିଯୁକ୍ତ ରମେଶ କେନ୍ଦ୍ରାପଡା କଲେଜରୁ ଯୁକ୍ତ ଦୁଇ ବିଜ୍ଞାନ ଶିକ୍ଷା ସମାପ୍ତ କରିବା ପରେ ସେ କୋଚିନ ଇନଷ୍ଟିଚ୍ୟୁଟରେ ପାରା ମେଡିକାଲ୍ ଏବଂ ଲାବୋରେଟୋରୀ ଟେକ୍ନୋଲୋଜି ଏବଂ ଫାର୍ମାସି ବିଭାଗରେ ଶିକ୍ଷାଲାଭ କରିଥିଲେ। ସେ ଅଲ୍ଟରନେଟିଭ ସିଷ୍ଟମ ଅଫ୍ ମେଡିସିନ୍, କୋଲକାତାରୁ ସ୍ନାତକୋତ୍ତର ଡିଗ୍ରୀ ଓ ଏମଡି ଶିକ୍ଷାଲାଭ କରିଛନ୍ତି ବୋଲି ପୋଲିସ ଜେରା ବେଳେ ସ୍ଵୀକାର କରିଛନ୍ତି, ଯାହା ଯାଞ୍ଚ କରୁଛି ପୋଲିସ । ସେ ୧୯୮୨ ମସିହାରେ ପ୍ରଥମ ବିବାହ କରିଥିଲେ, ତାଙ୍କର ତିନି ପିଲା ଅଛନ୍ତି। ସେହିପରି ୨୦୦୨ ମସିହା ମଧ୍ୟରେ ଆଉ ଜଣ ମହିଳାଙ୍କୁ ବିବାହ କରିଥିଲେ, ତାଙ୍କର ଦୁଇଟି ପିଲା ଅଛନ୍ତି।

ତା’ପରେ ୨୦୦୨ ମସିହାରୁ ୨୦୨୦ ମସିହା ମଧ୍ୟରେ ସେ ଆହୁରି ୧୨ ଜଣ ମହିଳାଙ୍କୁ ଠକାମି ଉଦ୍ଦେଶ୍ୟରେ ବିବାହ କରିଥିଲେ ଏବଂ ସେମାନଙ୍କ ଠାରୁ ମୂଲ୍ୟବାନ ସାମଗ୍ରୀ ଏବଂ ଟଙ୍କା ଠକି ନେଇଯାଇଥିଲେ। ସେ ପଞ୍ଜାବର ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସର ଜନୈକା ଅଧିକାରୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇଥିଲେ । ସେ ବିବାହ କରିଥିବା ସେହି ଗୁରୁଦ୍ବାରରେ ଏକ ମେଡିକାଲ କଲେଜ ଗଠନ ପାଇଁ ଅନୁମତି ପ୍ରଦାନ କରିବା ନିମନ୍ତେ ଗୁରୁଦ୍ବାର କର୍ତ୍ତୃପକ୍ଷଙ୍କ ଠାରୁ ୧୧ ଲକ୍ଷ ଟଙ୍କା ମଧ୍ୟ ଠକି ନେଇଥିଲେ।

କେବଳ ଏଇ ଘଟଣା ନୁହେଁ ପୂର୍ବରୁ କେରଳର ଏର୍ନାକୁଲମ୍ ଥାନାରେ କ 433/06 u / s 406/420/468/471/472/479/120 (B) / 34 IPC ଦଫାରେ ଏସବିଆଇ, କୋଚି ସମେତ ୧୩ଟି ବ୍ୟାଙ୍କରେ ୧୨୮ଟି ଜାଲ୍ କ୍ରେଡିଟ୍ କାର୍ଡ, ଜାଲ୍ ପରିଚୟ ପତ୍ର ଏବଂ ଦରମା ପ୍ରମାଣପତ୍ର ଦେଇ ଠକାମି କରି ଋଣ ନେଇଥିବା ଅଭିଯୋଗରେ ଗିରଫ ହୋଇଥିଲେ । କେବଳ ସେତିକି ନୁହେଁ ୨୦୧୧ ମସିହାରେ ହାଇଦ୍ରାବାଦ ଟାସ୍କଫୋର୍ସ ଦ୍ବାରା ବେକାର ଯୁବକ ଏବଂ MBBS ଛାତ୍ରଙ୍କୁ ନିଜକୁ ଡେପୁଟି ଡାଇରେକ୍ଟର ଜେନେରାଲ୍, CHERI ଭାବରେ ପରିଚିତ କରାଇ ଆଡମିଶନ ଏବଂ ଚାକିରି କରାଇବା ନାମରେ ସେମାନଙ୍କ ଠାରୁ ୨ କୋଟି ଟଙ୍କା ହଡପ କରିବା ଅଭିଯୋଗରେ ଗିରଫ ହୋଇଥିଲା । ସେତେବେଳେ ସେ ନିଜକୁ ଭାରତ ସରକାରଙ୍କର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜଣେ ଉଚ୍ଚ ପଦାଧିକାରୀ ଭାବରେ ପରିଚୟ ଦେଇଥିଲେ ।

ଭୁବନେଶ୍ବରରୁ ତାପସ ଡପରିଡା, ଇଟିଭି ଭାରତ

Last Updated : Feb 14, 2022, 4:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.