ETV Bharat / city

ହାୱଲା କାରବାର ପଛରେ ହାଇକମାଣ୍ଡ, କମିଶନରେଟର କିଏ ସେହି ସେଟିଂ ମାଷ୍ଟର..

author img

By

Published : Apr 30, 2021, 2:16 PM IST

ମୁମ୍ବାଇ ପୋଲିସ ପରି କମିଶନରେଟ ପୋଲିସର ବଡ ଧରଣର ବଟି କଲେକ୍ସନ ସାମନାକୁ ଆସିଛି । ତେବେ ଘଟଣାରେ ସମ୍ପୃକ୍ତ ଅଣ୍ଡରକଭର ଅଫିସରଙ୍କୁ ନେଇ ଅଡ଼ୁଆରେ କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

ହାୱଲା କାରବାର ପଛରେ ହାଇ କମାଣ୍ଡ, କମିଶନରେଟର କିଏ ସେହି ସେଟିଂ ମାଷ୍ଟର

ଭୁବନେଶ୍ବର: ମୁମ୍ବାଇ ପୋଲିସ ପରି କମିଶନରେଟ ପୋଲିସର ବଡଧରଣର ବଟି କଲେକ୍ସନ ସାମନାକୁ ଆସିଛି । ଯାହାର ଖୁଲାସା ଗତ ବୁଧବାର ଓୟୋ ରୁମର ରେଡ ପରେ ସାମନାକୁ ଆସିଛି । ଏହି ଘଟଣାରେ 3 ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ସେମାନଙ୍କୁ ଗିରଫ କରାଯାଇଛି ।

ଏହି ଘଟଣାରେ ଜଡିତ ଥିବା ଆଉ କିଛି କର୍ମଚାରୀ ଖସି ପଳାଇଥିବା ଜଣାପଡିଛି । ହେଲେ ସେଠାରେ ଥିବା ଜଣେ ଅଣ୍ଡରକଭର ଅଫିସରକୁ ରାତିଅଧିଆ ବଦଳି କରାଯିବା ପଛର ରହସ୍ୟ ଏବେ କମିଶନରେଟ ପୋଲିସକୁ ଅଡୁଆରେ ପକାଇଛି । ମୁମ୍ବାଇ ପୋଲିସର ସଚିନ ୱାଜେଙ୍କ ଭଳି ଏହି ଅଣ୍ଡରକଭର ସବ ଇନସ୍ପେକ୍ଟରଙ୍କ କାହାଣୀ ସାମ୍ନାକୁ ଆସିଛି । ସେହି ଦିନ ଘଟଣାସ୍ଥଳରେ ସେ କରୁଥିଲେ କ'ଣ ଏବଂ ଏହି ଅଣ୍ଡରକଭର ଅଫିସରଙ୍କ କାହିଁକି ବଦଳି କରାଗଲା ଏହାକୁ ନେଇ ପ୍ରଶ୍ନ ଉଠିଛି ।

ତେବେ କିଏ ସେହି ଅଫିସରଙ୍କ ସୁପରିୟର ପରମବୀର ସିଂ ଅର୍ଥାତ ଉପର ଅଫିସର ଯିଏକି ତାଙ୍କୁ ଦେଉଥିଲେ ସୁରକ୍ଷା ? ରାତି ୯ଟାରେ ଓୟୋ ରୁମରେ କିଭଳି ନାଟକ ତିଆରି କରାଯାଇଥିଲା। ପ୍ରକୃତରେ କେତେ ଟଙ୍କା ଆସିଥିଲା ଓ ସେହି ଟଙ୍କା କାରବାର ପଛରେ କାହାକୁ ସୁରକ୍ଷା ଦେବାକୁ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ରହିଥିଲା । ଏହିଭଳି ଏବେ ଅନେକ ପ୍ରଶ୍ନ ଏୟାରପୋର୍ଟ ଥାନା ଓୟୋ ଗେଷ୍ଟହାଉସ ଭିତରେ ରହସ୍ୟ ହୋଇଯାଇଛି । କାରଣ ଏହି ଘଟଣା ପରେ କମିଶନରେଟ ପୋଲିସର ଭିତିରିଆ କଲେକ୍ସନରୁ ପରଦା ଉଠିଛି । ତେବେ ପ୍ରଶ୍ନ ଉଠୁଛି ଏହି ଅଣ୍ଡର କଭର କାହା ପାଇଁ କାମ କରୁଥିଲେ ଓ ମୁମ୍ବାଇ ପରି ମାସକୁ ବଟି ପାଇଁ କ'ଣ ଟାର୍ଗେଟ ଦିଆଯାଇଥିଲା ?

ଏପରିକି ବଟି କଲେକ୍ସନ ପାଇଁ ଏପରି ଅଣ୍ଡରକଭରଙ୍କୁ ନିୟୋଜିତ କରାଯାଇଥିଲା କି? ତେବେ ଯେପରି ମୁମ୍ବାଇରେ ସଚିନ ୱାଜେ, ପରମବୀର ସିଂ ଓ ଅନିଲ ଦେଶମୁଖ ଭଳି ଚେନ ରହିଥିଲା ସେହିପରି କମିଶନରେଟ ପୋଲିସରେ ସେପରି କିଛି ଚେନ ରହିଛି କି? କେବଳ ଜବତ ଟଙ୍କାକୁ ଇନକମ ଟ୍ୟାକ୍ସକୁ ତଦନ୍ତ ଦାୟିତ୍ବ ଦେଇ ମୁଖ୍ୟ ଘଟଣାରୁ ଓହରିଯାଉଛି କି ପୋଲିସ ? ତାହା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ପ୍ରଶ୍ନ ଉଠୁଛି କେବଳ ସେହି ଅଫିସର ନା ଏଭଳି ତଦନ୍ତ ପାଇଁ ଦାୟିତ୍ବରେ ଥିବା ଏହି ସ୍ପେଶାଲ ଏଜେନ୍ସି ଅର୍ଥାତ କ୍ୟୁଏଟି ଓ ସ୍ପେଶାଲ ସ୍କ୍ବାର୍ଡ ଭଳି ଅଫିସରଙ୍କୁ କାହିଁକି ଦୀର୍ଘଦିନ ଗୋଟିଏ ଦାୟିତ୍ବ ଦିଆଯାଉଛି। ଯାହାଦ୍ବାର ସେମାନଙ୍କର ଏଭଳି କଳା କାରବାର ପାଇଁ ସାହସ ବଢୁଛି ।

ଏଭଳି କଳା କାରବାର ପଛର କାହାଣୀର ଖୁଲାସା କେବେ କମିଶନରେଟ ପୋଲିସ କରିବ । ନିଜର ଭାବମୂର୍ତ୍ତି ବଞ୍ଚାଇବାକୁ ନେଇ ପ୍ରେସମିଟ ଜରିଆରେ ଏଭଳି କଳା କାରବାର ପଛର ରହସ୍ୟ ଉନ୍ମୋଚନ କରିବ ତାକୁ ନେଇ ଅପେକ୍ଷା ରହିଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.