ETV Bharat / city

ସୁଟଆଉଟ @ରାଜଧାନୀ; ଧରାପଡିଲେ 13, 2 ଫେରାର - commisionarate police

ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ । ସାମ୍ବାଦିକ ସମ୍ମିଳନୀରେ ଅପରେସନ ସୁଟଆଉଟର ବଡ ଖୁଲାସା ।

କମିଶନରେଟ ପୋଲିସ
author img

By

Published : Aug 8, 2019, 10:10 PM IST

ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀରେ କମିଶନରେଟ ପୋଲିସ ଦ୍ବାରା ଅପରେସନ ସୁଟଆଉଟର ବଡ ଖୁଲାସା । ଧରାପଡିଲେ 13, ଏବେବି 2 ଫେରାର । କେତବେଳେ ଲୁଟ ତ କେତବେଳେ ଆକ୍ରମଣ କରି ଦୀର୍ଘ ଦୁଇମାସ ହେବ ଅପରାଧୀମାନେ ଆତଙ୍କ ଖେଳାଉଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜଧାନୀ ଅପରାଧୀଙ୍କ ହବ ପାଲଟିଥିବାବେଳେ ସେମାନଙ୍କୁ ସାବାଡ କରିବାକୁ ପ୍ରସ୍ତୁତ ହୋଇଥିବା ଅପରେସନ ସୁଟଆଉଟ । ଲଗାତାର 5ଟି ଏନକାଉଣ୍ଟର ପରେ ଏବେ ଅବାକ ପାଲଟିଛନ୍ତି ଅପରାଧୀ । ତେବେ ଏନକାଉଣ୍ଟର ପରେ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ରବି ରାଓ ସମେତ ସମସ୍ତ ଅପରାଧୀଙ୍କ ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ ।

ଏହି ଗ୍ୟାଙ୍ଗ ଧନୀ ଲୋକ ଦେଖି ସେମାନଙ୍କୁ ଟାର୍ଗେଟ କରି ଅପହରଣ ନଚେତ ଆକ୍ରମଣ କରୁଥିଲେ । ଆଉ ଲୁଟ ପରେ ରାଜଧାନୀ ବାହାରକୁ ଯାଇ କ୍ୟାମ୍ପ କରୁଥିଲେ । ତେବେ ପୋଲିସକୁ ନୟାପଲ୍ଲୀ କ୍ରେଟା କାର ମାମଲାରୁ ଜଣାପଡିଥିଲା ଗ୍ୟାଙ୍ଗର ମୋଡ ଅଫ ଅପରେସନ । ଅପରାଧୀମାନଙ୍କୁ ଗିରଫ ପରେ ସେମାନଙ୍କଠାରୁ 9ଟି ଚାରିଚକିଆ କାର, 8ଟି ଦୁଇଚକିଆ ଯାନ, 224ଗ୍ରାମ ସୁନା, 50ହଜାର ଟଙ୍କା, 5ଟି ବନ୍ଧୁକ ଓ 6ରାଉଣ୍ଡ ଗୁଳି ସହ ମାରଣାସ୍ତ୍ର ଜବତ କରିଛି ପୋଲିସ ।

ଗ୍ୟାଙ୍ଗ ନାଁରେ ମଞ୍ଚେଶ୍ବରରେ ସର୍ବାଧିକ ମାମଲା ସହ ସହିଦନଗର, ନୟାପଲ୍ଲୀ, ଏୟାରଫିଲ୍ଡ, ଖଣ୍ଡଗିରି, ଧଉଳି ଓ ବାଲିଅନ୍ତାରୁ 35ଲକ୍ଷ ଲୁଟ ଭଳି ମୋଟ 21ଟି ମାମଲା ରଖିଛି । ଏବେବି ଅନ୍ୟ ଦୁଇ ଅପରାଧୀଙ୍କୁ ଧରିବାକୁ ଯୋଜନା ଚଲାଇଛି ପୋଲିସ । ଲୁଟ ସାମଗ୍ରୀ ଜବତ ପାଇଁ ସେମାନେ ରିମାଣ୍ଡରେ ଆସିପାରନ୍ତି ବୋଲି କହିଛନ୍ତି ପୋଲିସ କମିଶନର ଓ ଭୁବନେଶ୍ବର ଡିସିପି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଅପରେସନ ସୁଟଆଉଟର ବଡ ଖୁଲାସା
ଧରାପଡିଲେ ୧୩ ଏବେବି ୨ ଫେରାରBody:

ଦୀର୍ଘ ଦୁଇମାସ ଧରି ଆତଙ୍କର ଘେରାବନ୍ଦି।ରାଜଧାନୀରେ ଅପରାଧୀ ମଚାଇଥିଲେ ହଇଚଇ।କେତେବେଳେ ଲୁଟ ପରେ ଆକ୍ରମଣ ତ କେତେବେଳେ ଆକ୍ରମଣ ପରେ ଲୁଟ।ଆତଙ୍କର କେନ୍ଦ୍ରବିନ୍ଦୁ ପାଲଟିଥିବା ଅପରାଧିଙ୍କୁ ସାବାଡ ପାଇଁ ଅପରେସନ ସୁଟଆଉଟ।ଲଗାତାର ୫ ଏନକାଉଣ୍ଟର ପରେ ଶେଷରେ ଅପରାଧିଙ୍କ ମଧ୍ଯରେ ପଡିଛି ଛନକା। ତେବେ ଏନକାଉଣ୍ଟର ହୋଇଥିବା ଅପରାଧି ପରେ ପୁରା ଗ୍ଯାଙଗର ଫର୍ଧାଫାସ କରିଛି କମିସନରେଟ ପୋଲିସ।ଗ୍ଯାଙ୍ଗରେ ଅଛନ୍ତି ୧୫ ଅପରାଧି। ସେମାନଙ୍କ ମଧ୍ଯରୁ ୧୩ଜଣ ଧରାପଡିଥିବା ବେଳେ ଏବେବି ଫେରାର ଅଛନ୍ତି ୨ଜଣ।ତେବେ ଗ୍ଯାଙ୍ଗର ମାଷ୍ଟରମାଇଣ୍ଡ ଥିଲା ମୋଷ୍ଟ ୱାଣ୍ଟେଡ ତଥା କୁଖ୍ଯାତ ଅପରାଧି ରବି ରାଓ। ଯେକି ଚଳାଇଥିଲା ଗ୍ଯାଙ୍ଗର ଅପରେଟ। ଧନି ଲୋକ ଦେଖି ଟାର୍ଗେଟ। କାର ଚଳାଉଥିବା ଲୋକଙ୍କୁ କକୁଥିଲେ ଅପହରଣ ନଚେତ ଆକ୍ରମଣ। ଟଙ୍କାଠୁ ଆରମ୍ଭ କରି ସୁନା ଗହଣା । ଲୁଟ କରି ଚମ୍ପଟ ମାରୁଥିଲେ। ରାଜଧାନୀ ବାହାରେ କାମ୍ପ କରୁଥିଲେ। ବନ୍ଧୁକ ଠୁ ଆରମ୍ଭ କରି ମାରଣାସ୍ତ୍ର ଧରି ବୁଲୁଥିଲେ। ଯାହାକୁ ଠାବ କରିବା ଆରମ୍ଭ ହୋଇଥିଲା ନୟାପଲ୍ଲୀ ଥାନାର ହୋଇଥିବା କ୍ରେଟା କାର ମାମଲାରୁ। ଜଣାପଡିଥିଲା ଗ୍ଯାଙ୍ଗର ମୋଡ ଅଫ ଅପରେସନ। ଯାହାକୁ ନେଇ ଗ୍ଯାଙ୍ଗକୁ ଟାର୍ଗଟ କରିଥିବା କମିସନରେଟ ପୋଲିସ। ବନ୍ଧିକ ନଥିବା ଅପରାଧିଙ୍କୁ ପ୍ରଥମେ ଧରିଥିଲେ। ପରେ ବନ୍ଧୁକ ଧାରୀ ଲୁଟେରାଙ୍କ ପାଇଁ ଆରମ୍ଭ ହୋଇଥିଲା ଅପରେସନ ସୁଟଆଉଟ। ଦୁଇଦିନରେ ୫ଏନକାଉଣ୍ଟର ପରେ ଥଣ୍ଡାପଡିଥିଲା ଅପରେସନ। ମାଷ୍ଟରମାଇଣ୍ଡକୁ ଏନକାଉଣ୍ଟର ପରେ ଗ୍ଯାଙ୍ଗର ଖୁଲାସା କରିଥିଲା ପୋଲିସ। ଜଣାପଡିଥିଲା କେବଳ ରାଜଧାନୀ ନୁହେଁ ରାଜଧାନୀ ବାହାରେ ଥିଲା ହତ୍ଯା ଭଳି ସଙ୍ଗିନ ମାମଲା।ଶେଷରେ ପୁର୍ବରୁ ତିନି ପରେ ୫ ଏନକାଉଣ୍ଟର ସହ ମୋଟ ୯ଜଣଙ୍କୁ ଗିରଫ କରିଛି ପୋଲିସ। ତେବେ ଏହି ଗ୍ଯାଙ୍ଗରେ ଅଛନ୍ତି ଆହୁରି ୨ ଅପରାଧି। ତେବେ ଗିରଫ ପରେ ସେମାନଙ୍କ ଠାରୁ ୯ ଚାରିଚକିଆ କାର ,୮ଦୁଇଚକିଆ ଯାନ,୨୨୪ଗ୍ରାମ ସୁନା ୫୦ ହଜାରଟଙ୍କା ସହ ୫ଟି ବନ୍ଧୁକ ସହ ୬ ରାଉଣ୍ଡ ଗୁଳି ଓ ମାରଣାସ୍ତ୍ର ଜବତ କରିଛି ପୋଲିସ।ତେବେ ଏହି ଗ୍ଯାଙ୍ଗ ନାରେ ମଂଚେଶ୍ବରର ସର୍ବାଧିକ ମାମଲା ସହ ସହିଦନଗର,ନୟାପଲ୍ଲି,ଏୟାରଫିଲଡ,ଖଣ୍ଡଗିରି ,ଧଉଳି ଭଳି ବାଲିଅନ୍ତାର ୩୫ ଲକ୍ଷ ଲୁଟ ଭଳି ମୋଟ ୨୧ ମାମଲା ରହିଛି।ତେବେ ଅନ୍ଯ ଜିଲ୍ଲାରେ ଅନେକ ଅପରାଧରେ ସାମିଲ ରହିଥିବା ବେଳେ ଏବେ ଅନ୍ଯ ଦୁଇ ଅପରାଧିକୁ ଧରିବାକୁ ଯୋଜନା ଚଳାଇଛି ପୋଲିସ। ତେବେ ସବୁଠୁ ବଡ କଥା ହେଉଛି ଲୁଟ ଟଙ୍କାରେ ହାଇପ୍ରୋଫାଇଲ ଗାଡି କିଣିଥିବା ଜଣାପଡିଛି। ତେବେ ଲୁଟ ସାମଗ୍ରି ଜବତ ପାଇଁ ରିମାଣ୍ଡରେ ଆଣିପାରେ ବୋଲି କମିସନରେଟ ପୋଲିସର ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ପୋଲିସ କମିସନର ଓ ଭୁବନେଶ୍ବର ଡିସିପି।Conclusion:ବାଇଟ-ସତ୍ଯଜିତ ମହାନ୍ତି ,ପୋଲିସ କମିସନର
ବାଇଟ-ଅନୁପ ସାହୁ,ଭୁବନେଶ୍ବର ଡିସିପି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.