ETV Bharat / city

କାରରେ କଟେ ରାତି, ଅନ୍ଧାରରେ ହୁଏ ଲୁଟ - ଅପରାଧୀ

ଅପରାଧୀଙ୍କ ଲୁଟର ଯୋଜନା ସମ୍ବନ୍ଧରେ ପୋଲିସକୁ ତଥ୍ୟ ମିଳିଛି । ସେମାନେ ଲୁଟ ପାଇଁ  କିଭଳି ଯୋଜନା ପ୍ରସ୍ତୁତ କରୁଥିଲେ ଏବଂ ତାକୁ ସଫଳ କରୁଥିଲେ ସେନେଇ ପୋଲିସ ଜାଣିବାକୁ ପାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 5, 2019, 10:56 PM IST

Updated : Aug 5, 2019, 11:56 PM IST

ଭୁବନେଶ୍ବର: ଗତ ଦୁଇ ଦିନରେ ୫ ଜଣଙ୍କ ଏନକାଉଣ୍ଟର ପରେ ସାମ୍ନାକୁ ଆସିଛି ଅପରାଧୀଙ୍କ ଲୁଟ ଯୋଜନା । ସେମାନେ ଲୁଟ ପାଇଁ କିଭଳି ଯୋଜନା ପ୍ରସ୍ତୁତ କରୁଥିଲେ ଏବଂ ତାକୁ ସଫଳ କରୁଥିଲେ ସେନେଇ ପୋଲିସ ହାତରେ ଲାଗିଛି ତଥ୍ୟ । ଅନ୍ଧାରରେ ଆସି ଲୁଟ କରନ୍ତି ଓ ଧରା ନପଡିବା ପାଇଁ ଆକ୍ରମଣ କରି ଫେରାର ହୋଇଯାଆନ୍ତି ଏହି ଦୁର୍ବୁତ୍ତ । ଲୋକଲୋଚନକୁ ନଆସିବା ପାଇଁ କାରରେ କାଟନ୍ତି ରାତି । ପିନ୍ଧିବା ବସ୍ତ୍ରଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନରେ ବ୍ୟବହୃତ ସମସ୍ତ ଜିନିଷ ରଖନ୍ତି କାର ଭିତରେ । ଯେଉଁଠି ଲୋକଙ୍କ ନଜର ପଡିପାରିବ ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗତ ୩ ତାରିଖରେ ରଙ୍ଗବଜାର ନିକଟରେ ଅରୁଣ ଓ ବିବେକାନନ୍ଦର ଏନକାଉଣ୍ଟର ହୋଇଥିଲା । ଏନକାଉଣ୍ଟର ସ୍ଥଳରୁ ଜବତ ହୋଇଥିବା ଲୁଟେରାଙ୍କ କାରରୁ ଏହିସବୁ ସାମଗ୍ରୀ ଜବତ ହେବାପରେ ପୋଲିସ ପଚରା ଉଚୁରା ଜାରି ରଖିଥିଲା। ପଚରା ଉଚୁରା ବେଳେ ସାମ୍ନାକୁ ଆସିଛି ଏହି ସବୁ ତଥ୍ୟ । ବଡଗଡ ଚିଲିପୋଖରିରେ ଏନକାଉଣ୍ଟରର ଶିକାର ହୋଇଥିବା ଚିନୁ ଓ ହରିଆ ମଧ୍ୟ ସେହିପରି ଲୁଟ କରନ୍ତି ବୋଲି ଜଣା ପଡିଛି । ତେବେ ସେମାନେ ସୁବିଧା ସମୟ ଦେଖି ନିଜ ଧଉଳି ସ୍ଥିତ ଆପାର୍ଟମେଣ୍ଟକୁ ଫେରନ୍ତି ।

ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଅର୍ଥାତ ରବି ରାଓ ଏସବୁ ଯୋଜନା କରୁଥିବା ପୋଲିସ ଜାଣିବାକୁ ପାଇଛି। ଲୁଟ ପାଇଁ ଏମାନେ ସବୁବେଳେ ନିଜ ନିଜ ଭିତରେ ଲିଙ୍କରେ ରୁହନ୍ତି। ତେବେ ମଞ୍ଚେଶ୍ବର ,ପାଣ୍ଡରା ନୁଆରୋଡ, ସହିଦନଗର ଆଦି ଲୁଟ ଓ ଆକ୍ରମଣ ଘଟଣାରେ ଏମାନଙ୍କର ହାତ ଥିବା ପୋଲିସ ସନ୍ଦେହ କରୁଛି। ଏନେଇ ତଦନ୍ତ ଜାରି ରଖିଛି ପୋଲିସ । ସେପଟେ ଏମାନଙ୍କ ଲିଙ୍କରେ ଥିବା ଅନ୍ୟ ଦୁଇ ଅପରାଧୀ ଏବେ ପୋଲିସର ଟାର୍ଗେଟରେ ଥିବା ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:କାରରେ ରାତି କାଟନ୍ତି, ଅନ୍ଧାରରେ ଲୁଟ କରନ୍ତିBody:

ଗତ ଦୁଇ ଦିନରେ ୫ଜଣଙ୍କୁ ଏନକାଉଣ୍ଟର ପରେ ଜଣାପଡିଛି ଅପରାଧିଙ୍କ ମୋଡ ଅଫ ଅପରେସନ।ଅନ୍ଧାର ରେ ଆସନ୍ତି ଲୁଟ କରନ୍ତି ଚିହ୍ନା ନ ପଡିବାକୁ ଆକ୍ରମଣ କରନ୍ତି।ଲୁହ ଲୁହାଣ କରି ଆଖି ପିଛୁଳାକେ ଗାଏବ ହୋଇଯାନ୍ତି। ରାତି ହେଉ କି ଦିନ କାର ଭିତରେ ରାତି କାଟନ୍ତି। ଏଥିପାଇଁ ପାଖରେ ରଖି ବୁଲନ୍ତି ପାଣ୍ଟସାର୍ଟ ବେଡସିଟ ,ତକିଆ,ବାଲଟି ଆଉ ମଗ ସହ ବ୍ରଲ ପାତିଆ ଓ ସାବୁନ ଇତ୍ଯାଦି। ଯାଯାବର ଭାବେ ଯେଉଁ ଠି ପାରନ୍ତି ସେଇଠି ରହିଯାନ୍ତି।ଗତ ୩ ତାରିଖ ଭୋରରୁ ହୋଇଥିବା
ରଙ୍ଗବଜାର ନିକଟ ଅରୁଣ ଓବିବେକାନନ୍ଦ ଏନକାଉଣ୍ଟ ହୋଇଥିବା ସ୍ଥଳିରେ ଜବତ ହୋଇଥିବା ଲୁଟେରାଙ୍କ ୱାଗନର କାରରୁ ଏଭଳି କିଛି ସାମଗ୍ରି ଜବତ କରିଥିଲା ପୋଲିସ।ଏନକାଉଣ୍ଟର ପରେ ପଚରା ଉଚୁରା ବେଳେ ଜଣାପଡିଥିଲା ଏମିତି କିଛି। ସେହିପରି ବଡଗଡ ଚିଲିପୋଖରି ଏନକାଉଣ୍ଟର ହୋଇଥିବା ଚିନୁ ଓ ହରିଆ ମଧ୍ଯ ସେହିପରି ଲୁଟ କରନ୍ତି ହେଲେ ସୁବିଧା ଦେଖି ନିଜ ଧଉଳି ସ୍ଥିତ ଆପାର୍ଟମେଣ୍ଟକୁ ବେଳେବେଳେ ଫେରନ୍ତି ।ସେହିପରି ଏହି ଗ୍ଯାଙ୍ଗର ମାଷ୍ଟରମାଇଣ୍ଡ ଅର୍ଥାତ ରବି ରାଓ ଥିଲା ମୁଖ୍ଯ।ଯେକି ଏସବୁ ଯୋଜନାର ଥିଲା ମାଷ୍ଟରମାଇଣ୍ଡ।ଅର୍ଥାତ ସେହି ଦେଇଥିଲା ଏଭଳି ଆଇଡିଆ।ଲୁଟ ପାଇଁ ସବୁବେଳେ ନିଜ ନିଜ ଭିତରେ ଲିଙ୍କରେ ରୁହନ୍ତି।
ଅର୍ଥାତ ଲୁଟ ପରେ କେଉଁ ଯାଗାରେ ଠିକ ଭାବରେ ରହନ୍ତି ନାହିଁ ଯେପରି ପୋଲିସ ଜାଣି ପାରିବ ନାହିଁ। ତେବେ ମଂଚେଶ୍ବର ,ପାଣ୍ଡରା ନୁଆରୋଡ,ସହିଦନଗର ଆଦି ଲୁଟ ଓ ଆକ୍ରମଣ ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା ପୋଲିସ ସଂଦେହ କରିଛି। ଏନେଇ ତଦନ୍ତ ଜାରି ରଖିଥିବା ବେଳେ ଏମାନଙ୍କ କ୍ରାଇମ ରେକର୍ଡ ର ଫାଇଲ ଖୋଲିଛି। ଜାଣିବାକୁ ପାଇଛି ପୁର୍ବରୁ ରବିକୁ ଏନକାଉଣ୍ଟର କରିଥିଲା କମିସନରେଟ ପୋଲିସ ଏପରିକି ଏକ ମର୍ଡର କେସରେ ସାମିଲ ଥିବା ଜାଣିବାକୁ ପାଇଛି। ଅନ୍ଯପଟେ ବ୍ଯବହାର କରୁଥିବା ଇନୋଭା ଗାଡି ଏକ ଚୋରା ଗାଡି ବୋଲି ଜାଣିବାକୁ ପାଇଛି। ସେପଟେ ଏମାନଙ୍କ ଲିଙ୍କରେ ଥିବା ଦୁଇ ଅପରାଧି ଏବେ ପୋଲିସ ରାଡରରେ ରହିଛନ୍ତି।ସେମାନଙ୍କୁ ଧରିବାକୁ ପୋଲିସ ଜାଲ ବିଛାଇଛି।
Conclusion:ବାଇଟ-ଅନୁପ ସାହୁ,ଭୁବନେଶ୍ବର ଡିସିପି
Mojo
Last Updated : Aug 5, 2019, 11:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.