ETV Bharat / city

ପୋଲିସ ହାତରେ ପିଓଏସ ମେସିନ, ଗାଡି ନମ୍ବରରୁ ଜାଣିପାରିବେ ଫାଇନ

author img

By

Published : Sep 29, 2019, 4:48 PM IST

ନୂଆ ମୋଟରଯାନ ଆଇନକୁ କଡାକଡି ପାଳନ ପାଇଁ ଯୋରଦାର ପ୍ରସ୍ତୁତି କରୁଛି କମିସନରେଟ ପୋଲିସ । ପିଓଏସ ମେସିନ ପାଇଁ କର୍ମଚାରୀଙ୍କୁ ତାମିଲ ପ୍ରଦାନ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦେଶରେ ନୂଆ ମୋଟରଯାନ ଆଇନ 2019 ଲାଗୁ ହେବାପରେ ପରିବହନ କ୍ଷେତ୍ରରେ ସୁରକ୍ଷା ସ୍ବଛତା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ଯଦିଓ ରାଜ୍ୟ ସରକାର ରାଜ୍ୟରେ 3ମାସ ପାଇଁ ଆଇନକୁ କୋହଳ କରିଛନ୍ତି କିନ୍ତୁ ଭବିଷ୍ୟତ ପାଇଁ ପ୍ରସ୍ତୁତି ଯୋରଦାର କରିଛନ୍ତି । ଖୁବଶୀଘ୍ର କମିସନରେଟ ପୋଲିସକୁ ମିଳିବ ପିଓଏସ ମେସିନ, ଯେଉଁଥିପାଇଁ କର୍ମଚାରୀଙ୍କ ତାଲିମ ମଧ୍ୟ ଆରମ୍ଭ ହୋଇଗଲାଣି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ପିଓଏସ ମେସିନରେ ସମସ୍ତ ପ୍ରକାର ଗାଡିର ତଥ୍ୟ ରହିବ । ଗୋଟିଏ କ୍ଲିକରେ ହିଁ ଗୋଟିଏର ଇନସ୍ୟୁରାନ୍ସ, ଗାଡି ମାଲିକ, ଡ୍ରାଇଭର, ଡିଏଲ, ରୁଟ ପରମିଟ ଓ ଫିଟନେସ ବାବଦର ବିସ୍ତୃତ ତଥ୍ୟ ମିଳିବ । ଯଦ୍ବାରା ଅତି ସହଜରେ ଖିଲାପକାରୀ କେତେ ଟଙ୍କା ଫାଇନ ଦେବେ ତାହା ଜାଣିହେବ । ଖାଲି ଏତିକି ନୁହେଁ ଜଣେ ଡ୍ରାଇଭର କିମ୍ବା ଗାଡି ମାଲିକ କେଉଁ ନିୟମ ଉଲଘଂନ କରିଛନ୍ତି କେତେ ଟଙ୍କାର ଫାଇନ ଦେବେ ଆପେ ଆପେ ଜଣାପଡିଯିବ । କେବଳ ଏହି ମେସିନରେ ଗାଡି ନମ୍ବରକୁ ଏଣ୍ଟ୍ରି କରିବାକୁ ପଡିବ ।

ସୂଚନାଯୋଗ୍ୟ ଯେ, ଏହି ପିଓଏସ ମେସିନ ପୂର୍ବରୁ କେବଳ ପରିବହନ ଓ ଏମଭିଆଇ କର୍ମଚାରୀଙ୍କୁ ଯୋଗାଇ ଦିଆଯାଇଥିଲା । ଆବଶ୍ୟକତା ଦୃଷ୍ଟିରୁ ଏବେ ଏହା କମିସନରେଟ ପୋଲିସକୁ ମଧ୍ୟ ଦେବା ପାଇଁ ପ୍ରସ୍ତୁତି ଚାଲିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ପୋଲିସ ହାତରେ ନୁଆ ମେସିନ,
ଗାଡି ନମ୍ବରରୁ ଧରିପାରିବେ ଫାଇନBody:

ଏଣିକି କମିସନରେଟ ପୋଲିସ ଜାଣିପାରିବ ଆପଣ କେତେ ଦେବେ ଫାଇନ।କାରଣ ଆପଣ ଚଲାଉଥିବା ଗାଡିର ନମ୍ବରରୁ ଜାଣିପାରିବେ ଆପଣଙ୍କର କେତେ ହେବ ଫାଇନ।ଏପରିକି ଗାଡି ନମ୍ବର ଏଣ୍ଟ୍ରି କରିଦେଲେ ଆପଣଙ୍କ ଗାଡିର ଠିକ ରେଜିଷ୍ଟ୍ରେସନ ହୋଇଛି କି ନାହିଁ,ଆପଣଙ୍କ ଗାଡିର ଫିଟନେସ ଅଛି କି ନାହିଁ,ଆପଣଙ୍କର ଡିଏଲ,ଇନସୁରାନସ,ପୁର୍ବରୁ କେତେଥର ଫାଇନ ଦେଇଛନ୍ତି।ଗାଡିର ମାଲିକ କିଏ ଡ୍ରାଇଭର କିଏ ,ଗାଡିର ପରମିଟ କଣ ଅଛି ଆପଣ କଣ ଭାଓଲେସନ କରୁଛନ୍ତି।କେତେ ଫାଇନ ଆପଣଙ୍କ ଗାଡି ପାଇଁ ପ୍ରଜୁଜ୍ଯ ସେନେଇ ଏକା ସାଙ୍ଗରେ ସମସ୍ତ ତଥ୍ଯ ବାହାନ ୱେବସାଇଟରୁ ଭେରିଫାଏ କରି ଜାଣିପାରିବେ କେତେ ଦେବାକୁ ପଡିବ ଫାଇନ।ଯଦି ଆପଣ ସବୁ କାଗଜପତ୍ର ଠିକଠାକ ସହ କୌଣସି ଅସୁବିଧା ନଥିବ ତ ଆପଣଙ୍କୁ ଦେବାକୁ ପଡିବନି ଫାଇନ।ଏଭଳି ନୁଆ ମେସିନ ବା ପିଓଏସ ମେସିନ ସମ୍ପର୍କରେ ଆଜିଠୁ ଦିଆଯାଇଛି ତାଲିମ।ଖୁବଶିଘ୍ର ଏହି ମେସିନ ନୁଆ ମୋଟରଯାନ ନିୟମ ରେ ହେଇଥିବା ଫାଇନ ସମ୍ପର୍କରେ ଅପଡେଟ ରହି କାହାକୁ କେତେ ଫାଇନ ଦେବାକୁ ପଡିବ ତାହା ରାସ୍ତ ଉପରେ କ୍ଷଣିକ ସମୟ ମଧ୍ଯରେ ଜୀଣିପାରିବେ କମିସନରେଟ ପୋଲିସ ଅଧିକାରି।ପୁର୍ବରୁ କେବଳ ଏହି ମେସିନ ଆରଟିଓ ଓ ଏମଭିଆଇ କର୍ମଚାରି ବ୍ଯବହାର କରୁଥିଲେ।ଏପରିକି ଏହି ମେସିନ ଦ୍ରାରା ଚୋରା ଗାଡି ବା ଫେକ ନମ୍ବର ବ୍ଯବହାରକାରିଙ୍କ ତଥ୍ଯମଧ୍ଯ ଜାଣିହେବ ଗୋଟିଏ ସେକେଣ୍ଡ ମଧ୍ଯରେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.