ETV Bharat / city

ଆଉ ୪୮ ଘଣ୍ଟା ଟ୍ରଫ୍ ଲାଇନ ପ୍ରଭାବ, ଜାରି ରହିବ କୋହଲା ପାଗ

author img

By

Published : Dec 9, 2021, 8:14 PM IST

୪୮ ଘଣ୍ଟା ଟ୍ରଫ୍ ଲାଇନ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଜାରି ରହିବ କୋହଲା ପାଗ । ଫଳରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା । ଅଧିକ ପଢ଼ନ୍ତୁ

ଆଉ ୪୮ ଘଣ୍ଟା ଟ୍ରଫ୍ ଲାଇନ ପ୍ରଭାବ, ଜାରି ରହିବ କୋହଲା ପାଗ
ଆଉ ୪୮ ଘଣ୍ଟା ଟ୍ରଫ୍ ଲାଇନ ପ୍ରଭାବ, ଜାରି ରହିବ କୋହଲା ପାଗ

ଭୁବନେଶ୍ବର: ୪୮ ଘଣ୍ଟା ଟ୍ରଫ୍ ଲାଇନ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଜାରି ରହିବ କୋହଲା ପାଗ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ଯାଏଁ ସମୁଦ୍ର ପତ୍ତନରୁ ୦.୯ କିମି ମଧ୍ୟରେ ଲମ୍ବିଥିବା ଏକ ନିମ୍ନଚାପ ରେଖା ବା ଟ୍ରଫ୍ ଲାଇନ ପ୍ରଭାବରେ ଆଜି(ଗୁରୁବାର) ରାଜ୍ୟରେ କୋହଲା ପାଗ ଜାରି ରହିଛି । ଫଳରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା ।

ତା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ କୋହଲା ରହିଛି । ଆସନ୍ତାକାଲି(ଶୁକ୍ରବାର) ସକାଳ ୮ଟା ୩୦ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଢେଙ୍କାନାଳ, କନ୍ଧମାଳ, ରାୟଗଡା ଓ ଅନ୍ୟ ଜିଲ୍ଲାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାପରେ ୧୦ ତାରିଖରେ ମଧ୍ୟ ପାଗ ଶୁଖିଲା ରହିବା ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହେବା ସମ୍ଭାବନା ରହିଛି ।

ସେପଟେ ଆସନ୍ତା ୨୪ ଘଣ୍ଟାରେ ରାତିର ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ପରବର୍ତ୍ତୀ ୪ ଦିନ ମଧ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟାରେ ଗଜପତିର ପାରଳାଖେମୁଣ୍ଡିରେ ସର୍ବାଧିକ ୧୪.୧୪ ମିମି ବର୍ଷା ରେକର୍ଡ ହୋଇଛି । ଏହାଛଡ଼ା ଗଞ୍ଜାମର ସୋରୋଡ଼ା, ଗଜପତିର ମହେନ୍ଦ୍ରଗିରି, ମୋହନାରେ ମଧ୍ୟ ସାମାନ୍ୟ ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.