ଭୁବନେଶ୍ବର: ରାଜ୍ୟର ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ମଧ୍ୟପ୍ରଦେଶରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା କାରଣରୁ ଓଡିଶା ମଧ୍ୟକୁ ପୂର୍ବ ଦିଗରୁ ପବନ ପ୍ରଭାହିତ ହେଉଛି । ଫଳରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ । ଏହାସହ ୧୯ ତାରିଖ ପରେ ପ୍ରାୟ ୩ ରୁ ୫ ଡିଗ୍ରୀ ପାରଦ ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତା ୨୪ ଘଣ୍ଟା, ବୁଧବାର ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ବର୍ଷା ସମ୍ଭାବନା ରହିଛି । ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଅନୁଗୁଳ, ମୟୁରଭଞ୍ଜ, ଦେବଗଡ଼ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି କଳାହାଣ୍ଡି, ଜଗତସିଂହପୁର, କଟକ, ବୌଦ୍ଧ ଜିଲ୍ଲାରେ ସ୍ବଳ୍ପ କୁହୁଡି ଦେଖାଯିବ । ୩ ରୁ ୪ ଦିନ ପରେ ରାତ୍ରୀ ତାପମାତ୍ରା ୩ ରୁ ୫ ଡିଗ୍ରୀ କମିବ। ଭୁବନେଶ୍ବରରେ ତାପମାତ୍ରା ୧୮ ରୁ ୧୯ ଡିଗ୍ରୀ ରହିବ। ଗତ ୨୪ ଘଣ୍ଟା ଭିତରେ ସୁନ୍ଦରଗଡ଼ରେ ସର୍ବନିମ୍ନ ୧୨.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ