ETV Bharat / city

କୋରୋନା ପାଇଁ କଏନ ନିଲାମ କରିବେ କଏନ ମାଷ୍ଟର ଦେବୀପ୍ରସାଦ - covid-19 latest news

କଏନ ମାଷ୍ଟର ଦେବୀ ପ୍ରସାଦ ନିଲାମ କରିବେ ଲକ୍ଷଲକ୍ଷ ପୁରୁଣା କଏନ ନିଲାମରେ ଯାହା ଅର୍ଥ ଆସିବ ସେ ସବୁକୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କୋଭିଡ-19 ପାଣ୍ଠିକୁ ଦାନ କରିବେ।

ପୁରୁଣା କଏନର ନିଲାମ ଅର୍ଥକୁ କୋଭିଡ ପାଣ୍ଠିକୁ ଦାନ କରିବେ କଏନ ମାଷ୍ଟର ଦେବୀ ପ୍ରସାଦ

author img

By

Published : Apr 27, 2020, 8:36 PM IST

ଭୁବନେଶ୍ବର: ପୁରୁଣା କଏନର ନିଲାମ ଅର୍ଥକୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କୋଭିଡ ପାଣ୍ଠିକୁ ଦାନ କରିବେ କଏନ ମାଷ୍ଟର ଦେବୀ ପ୍ରସାଦ । କଏନ ମାଷ୍ଟର ଦେବୀ ପ୍ରସାଦ ନିଲାମ କରିବେ ଲକ୍ଷଲକ୍ଷ ପୁରୁଣା କଏନ ନିଲାମରେ ଯାହା ଅର୍ଥ ଆସିବ ସେ ସବୁକୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କୋଭିଡ-19 ପାଣ୍ଠିକୁ ଦାନ କରିବେ।

କୋଭିଡ-19 ପାଣ୍ଠି ପାଇଁ ପୁରୁଣା କଏନକୁ କରିବେ ନିଲାମ କଏନ ମାଷ୍ଟର ଦେବୀ ପ୍ରସାଦ

ନିଶା ପୁରୁଣା କଏନକୁ ସଂଗ୍ରହ କରିବା । 5 ବର୍ଷ ବୟସରୁ ଦୀର୍ଘ 25 ବର୍ଷ ପର୍ଯ୍ୟନ୍ତ ସଂଗ୍ରହ କରିଆସୁଛନ୍ତି ପୁରୁଣା କଏନ । ପିଲାଟି ଦିନରୁ ଅଳ୍ପ ଅଳ୍ପ କରି ରଖୁଥିବା କଏନ ପରବର୍ତ୍ତୀ ସମୟରେ ତାହା ନିଶାରେ ପରିଣତ କରିଦେଇଛନ୍ତି ଦେବୀ ପ୍ରସାଦ । ତେବେ ବିଶ୍ବରେ କୋରୋନା ମହାମାରୀ ଯେଉଁ ଭଳି ବ୍ୟାପିବାରେ ଲାଗିଛି ତାହାକୁ ନେଇ ଅନେକ ଲୋକ ଭୋକ ଉପଵାସରେ ରହୁଛନ୍ତି । ତେବେ ଏହି ମହାମାରୀ ପାଇଁ 2 ଲକ୍ଷରୁ ଅଧିକ କଏନ ନିଲାମ କରିବେ । ସେଥିରୁ ଯାହା ଟଙ୍କା ଆସିବ ତାକୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କୋଭିଡ ରିଲିଫ ପାଣ୍ଠିକୁ ଦାନ କରିବେ ।

ଏଭଳି ନିଷ୍ପତି ନେଇଛନ୍ତି ଭୁବନେଶ୍ବର ସତ୍ୟନଗର ବାସିନ୍ଦା ଦେବୀ ପ୍ରସାଦ ମଙ୍ଗରାଜ। ଦେବୀ ପ୍ରସାଦ ଜଣେ ବିଟେକ ଛାତ୍ର । 5ବର୍ଷ ବୟସରୁ ଦେବୀ ପ୍ରସାଦ ପୁରୁଣା କଏନ ସଂଗ୍ରହ କରୁଛନ୍ତି । ତାଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ ପ୍ରକାର କଏନ ଗଚ୍ଛିତ ହୋଇ ରହିଛି । ଯାହା ବିଶ୍ବର କୋଣ ଅନୁକୋଣରେ ରହିଥିବା ଦେଶମାନଙ୍କର ଟଙ୍କା ଓ ପୁରୁଣା କଏନ ଆଦି ରଖିଛନ୍ତି । ଆଶା ଥିଲା ଘରେ ଏକ ପୁରୁଣା କଏନର ମ୍ୟୁଜିୟମ କରିବା ପାଇଁ । କିନ୍ତୁ କୋଭିଡରେ ସାରା ଭାରତ ଯେତେବେଳେ କାନ୍ଦୁଛି ଏହି ସମୟ ସାହାଯ୍ୟର ସମୟ ବୋଲି ଭାବି ଏହାକୁ ନିଲାମ କରିବାକୁ ଆଗେଇ ଆସିଛନ୍ତି ଦେବୀ ପ୍ରସାଦ ।

ତାଙ୍କ ପାଖରେ ଭାରତର ବହୁ ପୁରୁଣା ରାଜା ରାଜୁଡା ସମୟର ଟଙ୍କା, କଏନ, କଉଡି, ସୁନା କଏନ, ରୂପା କଏନ, ଅଷ୍ଟଧାତୁରେ ତିଆରି କଏନ ଓ ମୋଗଲ, ଅଶୋକ, ରାଜାଙ୍କ ସମୟର ଟଙ୍କା, କଏନ ରହିଥିବାବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀ ସମୟରେ ଇଂରେଜମାନେ ଯେତେବେଳେ ଶାସନ କରୁଥିଲେ ସେହି ସମୟର କଏନ ମଧ୍ୟ ରଖିଛନ୍ତି । ଏଥିସହ ବିଭିନ୍ନ ଦେଶର ମୂଲ୍ୟବାନ ପେପର ଟଙ୍କା ସମେତ ମୂଲ୍ୟବାନ ଧାତୁରେ ତିଆରି ହୋଇଥିବା କଏନ ମଧ୍ୟ ସଂଗ୍ରହ କରି ରଖିଛନ୍ତି । ଦେଶରେ ରହିଥିବା ଅନେକ ଲୋକଙ୍କ ସହ ଯୋଗାଯୋଗ କରିଛନ୍ତି । ଯାହା ପୁରୁଣା କଏନକୁ ନେଇ ନିଲାମ କରିବେ । ଏହା ଅନଲାଇନ ମାଧ୍ୟମରେ କରିବେ । ଏନେଇ କେତେ ମୂଲ୍ୟ କରିହେବ ତାକୁ ନେଇ ସେ ସ୍ପଷ୍ଟ କରିନାହାନ୍ତି ।

ସେ କହିଛନ୍ତି, ଯେତିକି ନିଲାମରେ ଟଙ୍କା ଆସିବା ସେ ସମସ୍ତ ଟଙ୍କାକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ପାଣ୍ଠିକୁ ଦାନ କରିବେ । ଅନ୍ୟପଟେ ଦେବୀ ପ୍ରସାଦଙ୍କ ଭଉଣୀ ଶୁଭଶ୍ରୀ ମଙ୍ଗରାଜ କହିଛନ୍ତି ଯେ, ଦେବୀ ପ୍ରସାଦ ପିଲାଟି ସମୟରୁ ଅନେକ ଅଳ୍ପଅଳ୍ପ କରି କଏନ ସଂଗ୍ରହ କରିଛି । ଜୀବନର ସମସ୍ତ ସଂଗ୍ରହ କରିଥିବା ଆଶା ନିଶାକୁ ନେଇ ଏକ ଭଲ କାମରେ ଲଗାଉଛି । ଯାହା ମହାମାରୀ ସମୟରେ ଏକ ଭଲ ନିଷ୍ପତି ନେଇଛି ଦେବୀପ୍ରସାଦ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.