ଭୁବନେଶ୍ବର: ଏଣିକି କୋରୋନା ପାଇଁ ପାଠପଢା ସହ ବନ୍ଦ ହେବ ଡ୍ୟାନ୍ସ । କାରଣ କୋରୋନା କବଳରୁ ମୁକ୍ତି ପାଇଁ ରାଜ୍ୟରେ କୋଚିଂ ସେଣ୍ଟର ସହ ବନ୍ଦ ହେବ ଡ୍ୟାନ୍ସ କ୍ଲାସ । ନିକଟରେ ରାଜ୍ୟ ସରକାର କୋରୋନାକୁ ରାଜ୍ୟ ପାଇଁ ବିଜ୍ଞପିତ ବିପର୍ଯ୍ୟୟ ଘୋଷଣା କରି ଆସନ୍ତା 31 ମାର୍ଚ୍ଚ ଯାଏଁ ବନ୍ଦ କରିଛନ୍ତି ସମସ୍ତ ସ୍କୁଲ କଲେଜ । ଏହି ଆଧାରରେ ଆଜି(ରବିବାର)ଠାରୁ ସମସ୍ତ କୋଚିଂ ସେଣ୍ଟର ଓ ଡ୍ୟାନ୍ସ କ୍ଲାସ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।
![coaching center closed in odisha, corona fear in odisha, corona notified disaster in odisha, bhubaneswar latest news, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍, ଓଡିଶାରେ କୋଚିଂ ସେଣ୍ଟର ବନ୍ଦ, ଓଡିଶାରେ କୋରୋନା ଆତଙ୍କ, ଓଡିଶାରେ ବିଜ୍ଞପିତ ବିପର୍ଯ୍ୟୟ କୋରୋନା](https://etvbharatimages.akamaized.net/etvbharat/prod-images/od-bbs-01-coaching-center-closed-avo-7203832_15032020100441_1503f_1584246881_222.jpg)
ଟ୍ବିଟ ଯୋଗେ ଏନେଇ ସୂଚନା ଦେଇଛନ୍ତି କମିଶନରେଟ ପୋଲିସ ଡ଼ଃ ସୁଧାଂଶୁ ଷଡଙ୍ଗୀ । ସେହିପରି ସମସ୍ତ ସ୍ଥାନକୁ ଅଥବା ଏକତ୍ରିତ ହେଉଥିବା ସ୍ଥାନକୁ ଛୋଟ ପିଲାଙ୍କୁ ନ ପଠାଇବାକୁ ପୋଲିସ କମିସନର ଟ୍ବିଟର ଜରିଆରେ ପରାମର୍ଶ ଦେଇଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ