ETV Bharat / city

ଡାକ୍ତରଖାନାରେ କୋରୋନା ସଂକ୍ରମଣ ହ୍ରାସ ପାଇଁ ସିଏମସିର ଉଦ୍ୟମ

କଟକରେ ବିଭିନ୍ନ ଡାକ୍ତରଖାନାରେ ଦେଖାଯାଇଥିବା କୋରୋନା ସଂକ୍ରମଣ ହ୍ରାସ କରିବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏନେଇ ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଡାକ୍ତରଖାନାରେ କୋରୋନା ସଂକ୍ରମଣ ହ୍ରାସ ପାଇଁ ସିଏମସିର ଉଦ୍ୟମ
ଡାକ୍ତରଖାନାରେ କୋରୋନା ସଂକ୍ରମଣ ହ୍ରାସ ପାଇଁ ସିଏମସିର ଉଦ୍ୟମ
author img

By

Published : Jul 12, 2020, 9:45 PM IST

ଭୁବନେଶ୍ବର: କଟକରେ ବିଭିନ୍ନ ଡାକ୍ତରଖାନାରେ ଦେଖାଯାଇଥିବା କୋରୋନା ସଂକ୍ରମଣ ହ୍ରାସ କରିବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏନେଇ ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି । ସେହିପରି କଟକରେ ଜଣେ ସୁପର ସ୍ପ୍ରେଡର ପାଇଁ 52 ଜଣ ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ 156 ଜଣ ସକ୍ରିୟ ରୋଗୀ ରହିଛନ୍ତି ।

ଡାକ୍ତରଖାନାରେ କୋରୋନା ସଂକ୍ରମଣ ହ୍ରାସ ପାଇଁ ସିଏମସିର ଉଦ୍ୟମ

କଟକରେ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି ଡାକ୍ତରଖାନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ହୋଇଛି । ସେଥିପାଇଁ ସିଏମସି ପକ୍ଷରୁ ଡାକ୍ତରଖାନା ଗୁଡିକୁ ବିଶେଷ ଧ୍ୟାନ ଦିଆଯାଉଛି । ଡାକ୍ତରଖାନାକୁ ରୋଗୀ ଆସିଲେ ପ୍ରଥମେ ସ୍କ୍ରିନିଂ କରାଯାଉଛି । ପରେ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ଯଦି ରିପୋର୍ଟ ପଜିଟିଭ ଆସେ, ତେବେ ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ୱାର୍ଡକୁ ସ୍ଥାନାନ୍ତରିତ କରାଯିବା ସହ ଅନ୍ୟ ରୋଗ ପାଇଁ ଅଲଗା ଚିକିତ୍ସା ଯୋଗାଇଦିଆଯାଉଛି । ଅପରପକ୍ଷରେ ଓପିଡ଼ି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ପ୍ରତି ୱାର୍ଡରେ ସ୍କ୍ରିନିଂ ଓ ଆଇସୋଲେସନର ବ୍ୟବସ୍ଥା କରାଯାଇଛି । ଡାକ୍ତରଖାନାର ଭିତର ଓ ବାହାରରେ ସାନିଟାଇଜ କରାଯାଉଛି ।

ଛାତ୍ରବଜାର ଓ ମାଲଗୋଦାମ ମାର୍କେଟ ଉପରେ କଡା ନଜର ରଖାଯାଇଛି । ପରିବା କିଣିବା ପାଇଁ ଯେଉଁମାନେ ଯାଉଛନ୍ତି, ସେମାନେ ନିଜେ ନିଜର ଦାୟିତ୍ବ ବଜାଇ ରଖନ୍ତୁ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବା ଆବଶ୍ୟକ । କଟକରେ ରହିଥିବା ଛତ୍ରବଜାରକୁ ପରିବା କିଣିବାକୁ ନ ଯାଇ ସାହିରେ ଥିବା ଛୋଟ ପରିବା ଦୋକାନରୁ କିଣନ୍ତୁ । ଏପରିକି ଗୋଟେ ଦିନ ଗଲେ ଦୁଇ ଦିନ ପାଇଁ ବଜାର ଯାଆନ୍ତୁ ନାହିଁ ବୋଲି ସିଏମସି କମିଶନର ଅନନ୍ୟା ଦାସ ଅନୁରୋଧ କରିଛନ୍ତି ।

କୋରୋନା ମୁକାବିଲାରେ ପୂଜା ଓ ସାହି କମିଟିର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ଅଟେ । କଟକ ସହରରେ ନିହାତି ଆବଶ୍ୟକ ହେଲେ ବାହାରକୁ ବାହାରନ୍ତୁ । ବାହାରକୁ ବାହାରିଲେ ମାସ୍କ ପରିଧାନ କରନ୍ତୁ ବୋଲି ସିଏମସି କମିଶନର ନିବେଦନ କରିଛନ୍ତି ।

କଟକ ସହରରେ ମୋଟ 248ଟି ମାମଲା ଚିହ୍ନଟ କରାଯାଇଥିବା ବେଳେ 18 ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 156ଟି ସକ୍ରିୟ ସହିଥିବା ବେଳେ ରବିବାର 9ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ 2ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, କଟକ ସହର ଭିତରେ ଲକଡାଉନ ସମୟରେ ଏକ ବିବାହ ଶୋଭାଯାତ୍ରାରେ 12 ଜଣ ଲୋକ ସଂକ୍ରମିତ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.