ETV Bharat / city

କୋହଳ ହୋଇପାରେ ଲକଡାଉନ; ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ନିଷ୍ପତ୍ତି - cm

ଆଜି(ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏକ ସମୀକ୍ଷା ବୈଠକ । ଅପରାହ୍ନ 5.30ରେ ଭିସି ଜରିଆରେ ବସିବ ବୈଠକ। ଅଧିକ ପଢନ୍ତୁ...

କୋହଳ ହୋଇପାରେ ଲକଡାଉନ; ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ନିଷ୍ପତ୍ତି

author img

By

Published : Jun 8, 2021, 3:32 PM IST

ଭୁବନେଶ୍ବର: କୋରୋନା ସଂକ୍ରମଣର ଦ୍ବିତୀୟ ଲହରର କହର ପ୍ରଭାବହୀନ ହେବାରେ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନଲକ ପ୍ରକ୍ରିୟା ଆରମ୍ଭ କରିବା ନେଇ ଓଡ଼ିଶା ସରକାର ବିଚାର ବିମର୍ଷ କରୁଛନ୍ତି । ବିଶେଷକରି ଗ୍ରୀନ ଜୋନରେ ଥିବା ଜିଲ୍ଲାଗୁଡ଼ିକରେ ଜୀବନଯାତ୍ରା ଉପରେ ଲାଗିଥିବା କଟକଣା ସାମାନ୍ୟା କୋହଳ କରିବା ନେଇ ଚିନ୍ତା କରୁଛନ୍ତି ସରକାର ।

ଏନେଇ ଆଜି(ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏକ ସମୀକ୍ଷା ବୈଠକ । ଅପରାହ୍ନ 5.30ରେ ଭିସି ଜରିଆରେ ବସିବ ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବ, ଏସଆରସି, ଡିଜିପି, ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏସ୍ପି ଉପସ୍ଥିତ ରହିବେ । ସମୀକ୍ଷା ବୈଠକ ପରେ ରାଜ୍ୟ ସରକାର ଗ୍ରୀନ ଜୋନରେ ଥିବା ଜିଲ୍ଲା ପାଇଁ କଟକଣା କୋହଳ କରିପାରନ୍ତି ।

କିଛିଦିନ ପୂର୍ବରୁ ଗଜପତି, ନୂଆପଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ହାର କମିଥିବାରୁ ଲକଡାଉନ୍ କଟକଣା ସାମାନ୍ୟ କୋହଳ କରାଯାଇଛି । ପୂର୍ବାହ୍ନ 11 ପରିବର୍ତ୍ତେ ଦିନ 1ଟା ଯାଏଁ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । ଏବେ ଏହି ତାଲିକାରେ 6ଟି ଜିଲ୍ଲା ସାମିଲ୍ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଦେବଗଡ଼, ସୁବଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ ଏବଂ ମାଲକାନଗିରି । ଏହି ଜିଲ୍ଲାଗୁଡ଼ିକରେ ଏବେ ଏକ ହଜାରରୁ ସକ୍ରିୟ ସଂକ୍ରମିତ ଅଛନ୍ତି । ମାଲକାନଗିରିକୁ ଛାଡ଼ିଦେଲେ ଅନ୍ୟ ୫ଟି ଜିଲ୍ଲାରେ କିଛିଦିନ ହେଲା ସଂକ୍ରମଣ ହାର କମୁଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.