ଭୁବନେଶ୍ବର: କୋରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା। ପର୍ଯ୍ୟାପ୍ତ ପରିମାଣର ମାସ୍କ ମହଜୁଦ ରଖିବାକୁ ନିର୍ଦ୍ଦେଶ । ଏହାସହ ମନ୍ତ୍ରୀ ଓ ଅଫିସରଙ୍କ ବିଦେଶ ଗସ୍ତ ଉପରେ ରୋକ ଲଗାଇବାକୁ ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେହିପରି ବାୟୋମେଟ୍ରିକ ଉପସ୍ଥାନକୁ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସଚେତନ ପାଇଁ ସହରର ମୁଖ୍ୟସ୍ଥାନରେ ହୋଡିଂ ଓ ବ୍ୟାନର ମାରିବାକୁ ନିର୍ଦ୍ଦେଶ। ଅନ୍ୟପଟେ ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ଗ୍ରାମସଭା ମାଧ୍ୟମରେ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସ୍କୁଲ ଚଟାଣ, ଟେବୁଲ, ଡୋର ହ୍ୟାଣ୍ଡେଲକୁ ବିଶୋଧନ କରିବାକୁ ନିର୍ଦ୍ଦେଶ ଦେବା ସହ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସ୍କୁଲ ନ ଆସିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଜିଲ୍ଲାସ୍ତରରେ ଜିଲ୍ଲାପାଳ ସ୍ଥିତି ଉପରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ