ETV Bharat / city

ନୂଆପଡାରେ ମୁଖ୍ୟମନ୍ତ୍ରୀ, ଘୋଷଣା କଲେ 4000 କୋଟି ଟଙ୍କାର ପ୍ୟାକେଜ - CM Naveen Pattnaik Visits Nuapada

ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ
author img

By

Published : Mar 10, 2021, 10:47 AM IST

Updated : Mar 10, 2021, 6:22 PM IST

16:54 March 10

ନୂଆପଡାରେ ନବୀନ, 4 ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା

ନୂଆପଡାରେ ମୁଖ୍ୟମନ୍ତ୍ରୀ, ଘୋଷଣା କଲେ 4000 କୋଟି ଟଙ୍କାର ପ୍ୟାକେଜ

ନୂଆପଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ନୂଆପଡା ଜିଲ୍ଲା ଗ୍ରସ୍ତ କରି ଫେରିଯାଇଛନ୍ତି । 4000 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ସହ ବହୁ ପ୍ରତୀକ୍ଷୀତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ।  

ସକାଳ 10ଘଣ୍ଟା 40ମିନିଟ ସମୟରେ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଗୋଟାମା ସ୍ଥିତ ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ ନବୀନ । ପରେ 11ଘଣ୍ଟା 30 ମିନିଟ ସମୟରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ନିକଟସ୍ଥ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ କୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରେ ପୁଣି ହେଲିକେପ୍ଟର ଯୋଗେ 12ଘଣ୍ଟା ସମୟରେ ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଖେଳ ପଡ଼ିଆ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ଆୟୋଜିତ ସାଧାରଣ ସଭାକୁ ସମ୍ବୋଧନ କରିଛନ୍ତି । ନୂଆପଡା ଜିଲ୍ଲାବାସୀଙ୍କୁ ପ୍ରଥମେ ଜୁହାର କହି ଉଦବୋଧନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଗ୍ରସ୍ତରେ ମୁଖ୍ୟମନ୍ତ୍ରୀ ରାସ୍ତାଘାଟ,ଵିଶୁଦ୍ଧ ପାନୀୟଜଳ, ଟାଉନହଲ,ବସ ଷ୍ଟାଣ୍ଡ ଭଳି ଏକାଧିକ ନୂତନ ପ୍ରକଳ୍ପ ପାଇଁ 4000କୋଟି ଅର୍ଥ ବରାଦ କରିଛନ୍ତି ନବୀନ ।  

ନୂଆପଡା ଜ଼ିଲ୍ଲା ଏକ ମରୁଡିପ୍ରବଣ  ଜିଲ୍ଲା ହୋଇଥିବାବେଳେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଦ୍ବାରା ଜିଲ୍ଲା ଶସ୍ୟଶ୍ୟାମଳା ହୋଇ ହସି ଉଠିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଯୁଗାନ୍ତ କାରୀ ପଦକ୍ଷେପ ପାଇଁ ନେତା,ମନ୍ତ୍ରୀ,ସାଂସଦ ଓ ପ୍ରଶାସନ ପ୍ରଶଂସା କରିଛନ୍ତି ।

ନୂଆପଡାରୁ ମୋତିଲାଲା ବାଗ,ଇଟିଭି ଭାରତ

12:53 March 10

ନୂଆପଡାବାସୀଙ୍କୁ ଜୁହାର କହି ଅଭିଭାଷଣ ଆରମ୍ଭ କଲେ ନବୀନ

ନୂଆପଡାବାସୀଙ୍କୁ ଜୁହାର କହି ଅଭିଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

12:14 March 10

ଖଡିଆଳ ସମାବେଶରେ ମୁଖ୍ୟମନ୍ତ୍ରୀ

ଲୋୟର ଇନ୍ଦ୍ର ଡ୍ୟାମ ଲୋକାର୍ପିତ ପରେ ଖଟିଆଳ ସ୍ଥିତ ରାଜା ଆତ୍ତତ୍ରାଣ ହାଇସ୍କୁଲ ପଡିଆରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 4 ହଜାର କୋଟିରେ ହେବାକୁ ଥିବା 50ଟି ପ୍ରକଳ୍ପକୁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । 

11:51 March 10

ଲୋୟର ଇନ୍ଦ୍ର ଡ୍ୟାମ ଲୋକାର୍ପିତ

ଲୋୟର ଇନ୍ଦ୍ର ଡ୍ୟାମ ଲୋକାର୍ପିତ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆପଡା ଗସ୍ତରେ ଆସି ଏହି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । 

11:33 March 10

ନୂଆପଡାରେ ମୁଖ୍ୟମନ୍ତ୍ରୀ

ନୂଆପଡାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ କିଛି ସମୟ ପରେ କରିବେ ଅନେକ ପ୍ରକଳ୍ପର ଶୁଭାରମ୍ଭ । 

11:12 March 10

କିଛି ସମୟ ପରେ ନୂଆପଡାରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ

ଆଉ କିଛି ସମୟ ପରେ ନୂଆପଡାରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ନୂଆପଡା । ବ୍ୟାପକ ପୋଲିସ ଫୋର୍ସ ମୁତୟନ । ମୁଖ୍ୟମନ୍ତ୍ରୀଙ୍କ ସଭାରେ ଚାଲିଛି ସାଂସ୍କୃତିକ କାର୍ଯ୍ୟକ୍ରମ । 

10:22 March 10

ଆଜି ନୂଆପଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ

ନୂଆପଡା: ଆଉ କିଛି ସମୟ ପରେ ନୂଆପଡାରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆପଡା ଲୋକଙ୍କ ସୁବିଧା ପାଇଁ 2337 କୋଟି 15ଲକ୍ଷ ଟଙ୍କା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏଥିସହ 50 କୋଟି 29ଲକ୍ଷ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସବୁ ପ୍ରକଳ୍ପ କୃଷି, ଜଳସେଚନ, ଗମନାଗମନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ନୂଆ ଓଡିଶାର ବିକାଶଧାରାରେ ନୂଆପଡାକୁ ଯୋଡିବ ବୋଲି କୁହାଯାଉଛି । 

Last Updated : Mar 10, 2021, 6:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.