ETV Bharat / city

76 ବର୍ଷରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପାଳିବେନି ଜନ୍ମଦିନ

author img

By

Published : Oct 16, 2021, 7:26 AM IST

Updated : Oct 16, 2021, 10:39 AM IST

ଓଡିଶାର ଜନନାୟକ ନବୀନ ପଟ୍ଟନାୟକ । ବିପର୍ଯ୍ୟୟ ପରିଚାଳନାରେ ରୋଲ୍ ମଡେଲ ତଥା ଅପ୍ରତିଦ୍ବନ୍ଦ୍ବୀ ରାଜନେତା । କ୍ରମାଗତ ୨୧ ବର୍ଷ ଧରି ଓଡିଶାରେ ଶାସନ କରୁଥିବା ସ୍ବଳ୍ପଭାଷୀ ମୁଖ୍ୟମନ୍ତ୍ରୀ ତଥା ବିଜୁ ଦାୟଦ ନବୀନଙ୍କ ଆଜି ଜନ୍ମଦିନ । ୭୬ ବର୍ଷରେ ପାଦ ଥାପିଛନ୍ତି ସେ । ଅଧିକ ପଢନ୍ତୁ...

ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

ଭୁବନେଶ୍ବର: ଓଡିଶା ରାଜନୀତିର ଅପରାଜୟ ନାୟକ ନବୀନ ପଟ୍ଟନାୟକ । ସେ ଅସାଧାରଣ ଓ ଅପ୍ରତିଦ୍ବନ୍ଦ୍ବୀ । କ୍ରମାଗତ ପଞ୍ଚମ ଥର ପାଇଁ ନିର୍ଦ୍ବନ୍ଦରେ ଓଡିଶାର ଶାସନ ମଙ୍ଗ ଧରିଥିବା ମୁଖ୍ୟମନ୍ତ୍ରୀ । ସ୍ବଳ୍ପଭାଷୀ ମାତ୍ର ଚମତ୍କାର କୂଟନୀତିଜ୍ଞ । ଭାରତୀୟ ରାଜନୀତିର ବଳିଷ୍ଠ ବ୍ୟକ୍ତିତ୍ବ, ବିଶିଷ୍ଟ ରାଜନେତା ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ । ଆଜି ୭୬ ବର୍ଷରେ ପାଦ ଦେଇଛନ୍ତି ନବୀନ ।

୧୯୪୬ ମସିହା ଆଜିର ଦିନରେ କଟକଠାରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସେ ସାନ ପୁଅ । ପ୍ରଥମେ ଡେରାଡୁନର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ଏହାପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ କଳାରେ ଡିଗ୍ରୀ ହାସଲ କରି ବିଦେଶ ଯାଇଥିଲେ ନବୀନ । ପିତା ଓଡିଶାର ବରିଷ୍ଠ ରାଜନେତା ଥିଲେ ମଧ୍ୟ ରାଜନୀତି ଠାରୁ କୋଷ ଦୂରରେ ବିଦେଶରେ ରହୁଥିଲେ ନବୀନ ପଟ୍ଟନାୟକ । କିନ୍ତୁ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସେ ୧୯୯୭ରେ ରାଜନୀତିକୁ ପ୍ରବେଶ କରିଥିଲେ ଏହାର ଏକ ବର୍ଷ ପରେ ବିଜୁ ଜନତା ଦଳ ପ୍ରତିଷ୍ଠା କରିଥିଲେ ନବୀନ ।

୧୯୯୭ ମସିହା ଅପ୍ରେଲ ୧୨ ତାରିଖରେ ସେ ଜନତା ଦଳ ଟିକେଟରେ ଆସ୍କା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ପରେ ବିଜୁ ଜନତା ଦଳ ଗଠନ କରି ପୁଣି ଲୋକସଭାକୁ ନିର୍ବାଚିତ ହୋଇ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଖଣି ମନ୍ତ୍ରୀ ଭାବେ ଦାୟିତ୍ବ ନିଭାଇଥିଲେ । ଠିକ୍ ସେ ଓଡିଆ କହିପାରୁନଥିବା ବ୍ୟକ୍ତିଟିଏ ଯେ କେବେ ଓଡିଶାର ଶାସନ ଭାର ସମ୍ଭାଳିବ, ତାହା କେହି କଳ୍ପନା ମଧ୍ୟ କରିନଥିଲେ । 2000 ମସିହାରେ କଂଗ୍ରେସକୁ ମାତ୍ ଦେଇ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ । ସେବେଠୁ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି ଏହି ଜନନାୟକ । 2000, 2004, 2009, 2014 ଓ 2019 ମସିହାରେ ଲଗାତାର ଭାବେ ପଞ୍ଚମ ପାଳି ଖେଳିଛନ୍ତି ନବୀନ ।

ଓଡିଶା ଏକ ବାତ୍ୟାପ୍ରବଣ ରାଜ୍ୟ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶିତା ଓ ବାତ୍ୟା ସୁପରିଚାଳନା ପାଇଁ ସେ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସାଙ୍ଗକୁ ମୋ ସରକାର, 5T ଭଳି ଅନେକ କ୍ଷେତ୍ରରେ ଅନ୍ୟନେତାଙ୍କ ପାଇଁ ରୋଲ ମଡେଲ ସାଜିଛନ୍ତି ନବୀନ ପଟ୍ଟନାୟକ ।

କହିରଖୁଛୁ କି, ଚଳିତ ବର୍ଷ ମଧ୍ୟ କୋଭିଡ-୧୯ ସଂକ୍ରମଣ ଯୋଗୁଁ ଜନ୍ମଦିନ ପାଳିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 16, 2021, 10:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.