ଭୁବନେଶ୍ବର: ସମସ୍ତଙ୍କୁ ମାଗଣା ଟୀକାକରଣ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଟ୍ବିଟ କରି କହିଛନ୍ତି, ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଟୀକାକରଣ ନସରିବା ଯାଏଁ କେହି ବି ସୁରକ୍ଷିତ ନୁହେଁ ।
-
Every life is precious. No one is safe until every one is vaccinated. As a nation we stand united in this fight against #Covid19 pandemic. Thank PM Shri @narendramodi ji for making vaccination a national mission. #JaiHind
— Naveen Patnaik (@Naveen_Odisha) June 7, 2021 " class="align-text-top noRightClick twitterSection" data="
">Every life is precious. No one is safe until every one is vaccinated. As a nation we stand united in this fight against #Covid19 pandemic. Thank PM Shri @narendramodi ji for making vaccination a national mission. #JaiHind
— Naveen Patnaik (@Naveen_Odisha) June 7, 2021Every life is precious. No one is safe until every one is vaccinated. As a nation we stand united in this fight against #Covid19 pandemic. Thank PM Shri @narendramodi ji for making vaccination a national mission. #JaiHind
— Naveen Patnaik (@Naveen_Odisha) June 7, 2021
ନବୀନ ଟ୍ବିଟରେ ଆହୁରି ଲେଖିଛନ୍ତି, ଗୋଟିଏ ଦେଶ ଭାବେ ଆମେ କୋରୋନା ବିରୋଧରେ ଯୁଦ୍ଧ ଲଢିବାକୁ ଏକା ସହ ଛିଡା ହୋଇଛୁ । ଟୀକାକରଣକୁ ଜାତୀୟ ମିଶନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ।
ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ସମସ୍ତଙ୍କୁ ଆସନ୍ତା ମାସ 21 ତାରିଖରୁ ମାଗଣା ଟୀକାକରଣ କରାଯିବ ବୋଲି ସୂଚନା ଦେଇଥିଲେ ।
ପ୍ରକାଶ ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ର ଉପରେ ଚାପ ପ୍ରୟୋଗ ପାଇଁ କହିଥିଲେ । କେନ୍ଦ୍ର ସରକାର ଟିକା କିଣି ସମସ୍ତଙ୍କୁ ମାଗଣା ବାଣ୍ଟନ୍ତୁ ବୋଲି ଚିଠି ଲେଖିଥିଲେ ନବୀନ ।