ETV Bharat / city

OMCର ୨ଟି ଆଇଟି ମଡ୍ୟୁଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ - ଓଡ଼ିଶା ଖଣି ନିଗମ

ଓଡ଼ିଶା ଖଣି ନିଗମର ଓରିଏଣ୍ଟେସନ୍ ପ୍ରୋଗ୍ରାମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ ଟି ଆଇଟି ସକ୍ଷମ ମଡ୍ୟୁଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । 5T ଇନିସିଏଟିଭ ଅଧିନରେ ଏହାର ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

CM Naveen pattnaik  inaugurated two IT modules of the OMC
OMCର ୨ ଟି ଆଇଟି ମଡ୍ୟୁଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
author img

By

Published : Apr 14, 2021, 7:31 AM IST

ଭୁବନେଶ୍ବର: ଲୋକସେବା ଭବନରେ ଆୟୋଜିତ ଓଡ଼ିଶା ଖଣି ନିଗମର ଓରିଏଣ୍ଟେସନ୍ ପ୍ରୋଗ୍ରାମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ଟି ଆଇଟି ସକ୍ଷମ ମଡ୍ୟୁଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । 5T ଇନିସିଏଟିଭ ଅଧିନରେ ଏହାର ଆରମ୍ଭ କରାଯାଇଛି । ନୂଆ କରି ଆଜି ୧୦୦ ଜଣ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ ଓଏମସିରେ ଯୋଗ ଦେଇଛନ୍ତି । ସ୍ୱଚ୍ଛତା ଓ ଦଳଗତ ହୋଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ।

OMCର ୨ ଟି ଆଇଟି ମଡ୍ୟୁଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ଆର୍ଥିକ ପ୍ରଗତିରେ OMCର ଅବଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଅତିରିକ୍ତ ଭାବେ ୨ଟି ଆଇଟି ମଡ୍ୟୁଲ୍ କାର୍ଯ୍ୟକ୍ଷମ କରାଯାଇଛି । ଓଏମସି ଦେଶର ବୃହତ୍ତ ଏବଂ ଦ୍ରୁତଗତିରେ ବଢ଼ୁଥିବା ଖଣି ପିଏସୟୁ । ଏହା ବାଣିଜ୍ୟିକ କରାବାରକୁ ଆହରୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଗନ୍ଧମାର୍ଦ୍ଦନ ଲୁହାପଥର ଖଣି ଟ୍ରାଫିକ୍ ଓ ସ୍ୱୟଂଚାଳିତ ପଥର ପଠାଇବା ପ୍ରକ୍ରିୟା ବୈଷୟିକ ସହାୟତାରେ ଠିକ ସମୟରେ ହୋଇପାରିବ । ଏହାଦ୍ୱାରା ବିକ୍ରି, ସୁରକ୍ଷା ମାନଙ୍କ ଓ ସ୍ୱଚ୍ଛତା ବଜାୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟ ଗୋଟିଏ ଆଇଟି ମଡ୍ୟୁଲ୍ ଭିମ୍ସ (VIMS) ଓଏମସିର ଭେଣ୍ଡରଙ୍କୁ ଡିଜିଟାଲ୍ ଇନଭଏସ୍ ପ୍ରୋସେସିଂ ସହ ସମୟରେ ଦେୟ ପ୍ରଦାନରେ ସ୍ୱଚ୍ଛତା ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।

OMC କ୍ରମାଗତ ଭାବରେ ଖଣି ଉତ୍ପାଦନ ଏବଂ ବିକ୍ରୟ ରାଜସ୍ୱ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପ୍ରଦର୍ଶନ କରୁଛି । ଆସନ୍ତା ଦୁଇରୁ ତିନି ବର୍ଷ ମଧ୍ୟରେ ଏହାର ଉତ୍ପାଦନ ଏବଂ ବିକ୍ରିକୁ ଦ୍ୱିଗୁଣିତ କରିବା ଲାଗି ବ୍ୟବସ୍ଥା କରାଯାଉଛି । ଆସନ୍ତା ବର୍ଷରେ ଏହା 1 ବିଲିୟନ ଡଲାର ରାଜସ୍ୱ ହାସଲ କରିବାକୁ OMC ଆଶା ରଖିଛି।

କର୍ପୋରେସନ୍ SAP HANA, ଇ-ଅଫିସ୍ ଏବଂ ଗ୍ରାହକ ଇଣ୍ଟିଗ୍ରେଟେଡ୍ ମ୍ୟାନେଜମେଣ୍ଟ ସର୍ଭିସେସ୍ (CIMS) ଏବଂ ଷ୍ଟକ୍ୱାର୍ଡ ମ୍ୟାନେଜମେଣ୍ଟ ସିଷ୍ଟମ୍ (SMS) ପରି ଗୁରୁତ୍ୱପୂର୍ଣ୍ଣ ଆଇଟି ମଡ୍ୟୁଲ୍ କାର୍ଯ୍ୟକାରୀ ହୋଇଛି । ଅଗାମୀ ଦିନରେ କମ୍ପ୍ଲେନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ, ମକଦ୍ଦମା ପରିଚାଳନା ସିଷ୍ଟମ ପରି ଆଇଟି-ସକ୍ଷମ ସିଷ୍ଟମ ଲାଗୁ କରିବାକୁ ଯୋଜନା ରହିଛି । ପ୍ରୋଜେକ୍ଟ ମନିଟରିଂ ଟୁଲ୍, ଆସେଟ୍ ଟ୍ରାକିଂ ସିଷ୍ଟମ୍ ଏବଂ ସୁରକ୍ଷା ପରିଚାଳନା ସିଷ୍ଟମ୍ ବ୍ୟବସ୍ଥା ଲାଗୁ କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍ 5T ଇନିସିଏଟିଭ୍ ବାବଦରେ ତଥ୍ୟ ଉପସ୍ଥାପନ କରିଥିଲେ । ରାଜ୍ୟରେ ପରିବର୍ତ୍ତନ ଆଣିବାରେ ନୂଆ କରି ଓଏମସିରେ ଯୋଗ ଦେଇଥିବା ୧୦୦ ଜଣ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ କିପରି 5T ର ନୀତି ଅନୁସରଣ କରିବେ ସେ ବିଷୟରେ ସେ ପରାମର୍ଶ ଦେଇଥିଲେ।

୧୯୫୬ ମସିହାରୁ ଓଏମସି ରାଜ୍ୟର ବିକାଶ ଦିଗରେ ଅଧିକ ସାହାଯ୍ୟ କରୁଛି । ଆୟୋଜିତ କାର୍ଯ୍ୟକ୍ରମରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଷ୍ଟିଲ ଆଣ୍ଡ ମାଇନ୍ସ ସଚିବ ତଥା ଓଏମସି ଚେୟାରମ୍ୟାନ୍ ସୁରେନ୍ଦ୍ର କୁମାର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଓଏମସି ଏମଡି ବଲୱନ୍ତ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

ଭୁବନେଶ୍ବରରୁ ଭବନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.