ETV Bharat / city

ହବିଷ୍ୟାଳିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

author img

By

Published : Oct 14, 2019, 10:09 PM IST

Updated : Oct 14, 2019, 10:35 PM IST

ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ହବିଷ୍ୟାଳିଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ନବୀନ ।

ଫାଇଲ ଫଟୋ

ଭୁବନେଶ୍ବର/ ପୁରୀ : ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଚାଲିଥିବାବେଳେ ଆଜି ହବିଷ୍ୟାଳିଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । କାର୍ତ୍ତିକ ମାସ ଆରମ୍ଭ ହୋଇଥିବା ବେଳେ ପ୍ରଥମ ସୋମବାର ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଥିବା ହବିଷ୍ୟାଳିଙ୍କ ସହ ସିଧାସଳଖ କଥା ହୋଇଛନ୍ତି ।

cm naveen pattanaik talks with the habisiali
ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭିଡିଓ କନଫରେନ୍ସିଂ ଜରିଆରେ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ନବୀନ। ଚଳିତ ବର୍ଷ ପ୍ରାୟ 2 ହଜାର 557 ଜଣ ହବିଷ୍ୟାଳି ବର୍ତ୍ତମାନ ପୁରୀର ତିନୋଟି ସ୍ଥାନରେ ରହିଛନ୍ତି । ସେମାନଙ୍କ ଖାଇବା, ରହିବା ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର ଓ ପୁରୀ

ପୁରୀ ରେଲୱେ ଷ୍ଟେସନର ଯାତ୍ରୀ ନିବାସରେ ଥିବା ହବିଷ୍ୟାଳି ଶିବିରରେ ଏ ନେଇ ବ୍ୟବସ୍ଥା ହୋଇଥିଲା। ପୁରୀ ଜିଲ୍ଲାପାଳଙ୍କ ସମେତ ବିଧାୟକ, ବରିଷ୍ଠ ଅଧିକାରୀ ଏଥିରେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ସନ୍ଧ୍ୟା ସମୟରେ ଭିଡିଓ କଫରରେନ୍ସିଂ ମାଧ୍ୟମରେ ଏହି ଶିବିରକୁ ଉଦଘାଟନ କରିଥିଲେ ।

ମୁଖ୍ୟମନ୍ତ୍ରୀ ସମସ୍ତ ହବିଷ୍ୟାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ। କାର୍ତ୍ତିକ ବ୍ରତ ପାଳନ ନେଇ ସରକାର ସବୁ ବ୍ୟବସ୍ଥା କରିଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ପୁରୀରେ 3 ଟି ହବିଷ୍ୟାଳି ଶିବିର କରାଯାଇଥିବା ବେଳେ ସେଠାରେ ରହିବା, ମହାପ୍ରସାଦ ସେବନ , କାର୍ତ୍ତକ ବ୍ରତ ପୂଜା ନେଇ ବ୍ୟବସ୍ଥା କରାଯାଇଛି ।

ବସ ଯୋଗେ ଶ୍ରୀମନ୍ଦିର ନିଆଯାଇ ଜଗନ୍ନାଥ ଦର୍ଶନର ମଧ୍ୟ ବ୍ୟବସ୍ଥା ରହିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କାର୍ତିକ ମାସର ପ୍ରଥମ ସୋମବାର ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଥିବା ହାବିଷ୍ୟାଲି ଙ୍କ ସହିତ ସିଧାସଲକ କଥା ହୋଇଛନ୍ତି। ଭିଡିଓ କନ୍ଫରେନ୍ସିଂ ଜରିଆରେ ସେ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ପ୍ରାୟ 2557 ଜଣ ହାବିଷ୍ୟାଲି ବର୍ତ୍ତମାନ ପୁରୀର ଇନୋଟି ସ୍ଥାନରେ ରହିଛନ୍ତି। ସେମାନଙ୍କ ଖାଇବା, ରହିବା ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର।

Body:ବାଇଟ ଜ୍ୟୋତି ପାଣିଗ୍ରାହୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ

Conclusion:
Last Updated : Oct 14, 2019, 10:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.