ETV Bharat / city

କୃଷି ଆଇନ ପ୍ରତ୍ୟାହାରକୁ ସ୍ୱାଗତ କଲେ ନବୀନ

author img

By

Published : Nov 19, 2021, 1:09 PM IST

ବହୁ ବାଦବିବାଦ ପରେ ପ୍ରତ୍ୟାହାର ହେଲା 3 କୃଷି ଆଇନ । ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

କୃଷି ଆଇନ ପ୍ରତ୍ୟାହାରକୁ ସ୍ୱାଗତ କଲେ ନବୀନ
କୃଷି ଆଇନ ପ୍ରତ୍ୟାହାରକୁ ସ୍ୱାଗତ କଲେ ନବୀନ

ଭୁବନେଶ୍ବର: ବହୁ ବାଦବିବାଦ ପରେ ପ୍ରତ୍ୟାହାର ହୋଇଛି 3 କୃଷି ଆଇନ । ଆଜି ଗୁରୁ ପୂର୍ଣ୍ଣିମାରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏହି ବଡ ଘୋଷଣା କରିଛନ୍ତି । ସେପଟେ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପରେ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଟ୍ୱିଟ ଯୋଗେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ 3 କୃଷି ଆଇନ ପ୍ରତ୍ୟାହାର ଲାଗି ଘୋଷଣା କରିଛନ୍ତି । ଏହା ଦେଶର ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରୁ ଖୁବ୍ ଭଲ । ଦେଶର ଚାଷୀ ଏହି ନିଷ୍ପତ୍ତିକୁ ଅପେକ୍ଷା କରିରହିଥିଲେ । ଓଡ଼ିଶା ସରକାର ସବୁବେଳେ ଚାଷୀଙ୍କ ସହିତ ଅଛନ୍ତି ।

  • Welcome Hon'ble PM @narendramodi ji’s decision to repeal all 3 #FarmLaws, in the best interests of the country and its farmers. Your farms and families have been waiting for long and they will be happy to welcome you back. @bjd_odisha continues to stand with the farmers.

    — Naveen Patnaik (@Naveen_Odisha) November 19, 2021 " class="align-text-top noRightClick twitterSection" data=" ">
ସେହିପରି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, କେନ୍ଦ୍ର ସରକାର ପ୍ରବର୍ତ୍ତନ କରିଥିବା ତିନିଗୋଟି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଛନ୍ତି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ନିଜ ଦାବିକୁ ଉପସ୍ଥାପନା କରି ଶାନ୍ତିପୂର୍ଣ୍ଣ ଭାବେ ଲକ୍ଷ ଲକ୍ଷ ଚାଷୀଭାଇମାନେ ଯେଉଁ ଏକ ବର୍ଷ ହେବ ରାଜରାସ୍ତାକୁ ଓହ୍ଲାଇଥିଲେ ତାହା ଆଜି ସାକାର ହୋଇଛି । ଆଜି ଆନ୍ଦୋଳନରତ ଚାଷୀଭାଇମାନେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ନିଜ ନିଜ ଘରକୁ ଯାଇ ପରିବାରବର୍ଗଙ୍କ ସହ ଏହି ଖୁସି ମନାନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ସବୁବେଳେ ଚାଷୀଭାଇମାନଙ୍କ ସମର୍ଥନରେ ଦୃଢ ଭାବେ ଠିଆହୋଇଛି ଏବଂ ଭବିଷ୍ୟତରେ ମଧ୍ୟ ଛିଡା ହେଉଥିବେ ବୋଲି ମନ୍ତ୍ରୀ କହିଛନ୍ତି ।
  • କେନ୍ଦ୍ର ସରକାର ପ୍ରବର୍ତ୍ତନ କରିଥିବା ତିନିଗୋଟି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଛନ୍ତି | ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ | ନିଜ ଦାବିକୁ ଉପସ୍ଥାପନା କରି ଶାନ୍ତିପୂର୍ଣ ଭାବେ ଲକ୍ଷ ଲକ୍ଷ ଚାଷୀଭାଇମାନେ ଯେଉଁ ଆନ୍ଦୋଳନକୁ ନେଇ ପ୍ରାୟ ଏକବର୍ଷ ହେବ ରାଜରାସ୍ତାକୁ ଓଲ୍ହାଇଥିଲେ ତାହା ଆଜି ସାକାର ହୋଇଅଛି |

    — Ranendra Pratap Swain (@rajaaswain) November 19, 2021 " class="align-text-top noRightClick twitterSection" data=" ">

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.