ETV Bharat / city

ଆଜିଠୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ନୀତି ଆୟୋଗ ବୈଠକରେ ହେବେ ସାମିଲ

author img

By

Published : Aug 5, 2022, 7:09 AM IST

ଆଜିଠୁ 4 ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୪ ଦିନିଆ ଦିଲ୍ଲୀ ଗସ୍ତ: ନୀତି ଆୟୋଗ ବୈଠକରେ ହେବେ ସାମିଲ

ଭୁବନେଶ୍ବର: ଆଜି(ଶୁକ୍ରବାର) ଠାରୁ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଆସନ୍ତା 7 ତାରିଖରେ ବସିବାକୁ ଥିବା ନୀତି ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକରେ ଯୋଗ ଦେବେ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ଭେଟି ଆଲୋଚନା କରିବାର ସୂଚନା ରହିଛି । 7 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକ ବସିବ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ ।

ନିତି ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ବାର୍ଥ ସମ୍ବଳିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବେ । ଓଡ଼ିଶାକୁ ଫୋକସ ଷ୍ଟେଟ ମାନ୍ୟତା ଦାବି ଉଠାଇ ପାରନ୍ତି ନବୀନ । ସେ କେନ୍ଦ୍ର ବକେୟା ଅର୍ଥ ଦେବାକୁ ଦାବି ଦୋହରାଇବେ । ଏହା ସହିତ ରେଳ, ଟେଲିକମ୍ ଏବଂ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ସୁଦୃଢ଼ କରିବାକୁ ଦାବି ରଖିବେ ମୁଖ୍ୟମନ୍ତ୍ରୀ । ଚାରି ଦିନିଆ ଦିଲ୍ଲୀ ଗସ୍ତ ସାରି 8 ତାରିଖରେ ନବୀନ ଓଡ଼ିଶା ଫେରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.