ETV Bharat / city

ବଜେଟକୁ ନେଇ ନବୀନଙ୍କ ମିଶ୍ର ପ୍ରତିକ୍ରିୟା: ଶିକ୍ଷା ଓ ସ୍ବାସ୍ଥ୍ୟରେ ଖୁସ୍, କିଛିକାଂଶରେ ନାଖୁସ୍ - ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରତିକ୍ରିୟା

କେନ୍ଦ୍ରୀୟ ବଜେଟ ନେଇ ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ । କିଛି ପ୍ରସଙ୍ଗରେ ପ୍ରଶଂସା ସହ କିଛି କ୍ଷେତ୍ରରେ ଅସନ୍ତୋଷ । ମୁଦ୍ରାସ୍ଫୀତି ଓ ବିଭିନ୍ନ କ୍ଷେତ୍ରରେ ବରାଦ ରାଶି ହ୍ରାସ ପ୍ରସଙ୍ଗରେ କହିଲେ ପ୍ରଭାବିତ ହେବ ଅଭିବୃଦ୍ଧି । ଅଧିକ ପଢନ୍ତୁ

Budget 2022: ନବୀନ କହିଲେ ଓଡିଶାକୁ ଅବହେଳା
Budget 2022: ନବୀନ କହିଲେ ଓଡିଶାକୁ ଅବହେଳା
author img

By

Published : Feb 1, 2022, 7:13 PM IST

Updated : Feb 1, 2022, 8:51 PM IST

ଭୁବନେଶ୍ବର: କେନ୍ଦ୍ରୀୟ ବେଜଟ ନେଇ ମିଶ୍ର ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ପ୍ରଂଶସା କରିଥିବାବେଳେ କିଛି କ୍ଷେତ୍ର ପାଇଁ ଅର୍ଥ ବରାଦ ରାଶି ହ୍ରାସ କରିବା ଅଭିବୃଦ୍ଧିକୁ ପ୍ରଭାବିତ କରିପାରେ ଆଶଙ୍କା ପ୍ରକାଶ କରିଛନ୍ତି ନବୀନ ।

Budget 2022: କେନ୍ଦ୍ର ବଜେଟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ନବୀନ କହିଛନ୍ତି, ଟେକ୍ନୋଲୋଜି ଏବଂ ଭିତ୍ତିଭୂମି ଅଭିବୃଦ୍ଧି ଉପରେ ବଜେଟରେ କରାଯାଇଥିବା ବ୍ୟୟବରାଦ ଏକ ସକରାତ୍ମକ ପ୍ରଭାବ ପକାଇବ । ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ପ୍ରସ୍ତାବିତ ଟେକ୍ନୋଲୋଜି ଦେଶକୁ ଏହି ମହାମାରୀ ପରିସ୍ଥିତିରେ ବହୁ ପରିମାଣରେ ସାହାଯ୍ୟ କରିବ । ୧୪ଟି ସେକ୍ଟରରେ ଉତ୍ପାଦନ ଲିଙ୍କ୍ ଇନିସିଏଟିଭ୍ ସ୍କିମ୍ ଏବଂ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମର ବିସ୍ତାର ଯୋଗାଣ ପାର୍ଶ୍ୱ ପ୍ରତିବନ୍ଧକକୁ ହ୍ରାସ କରିବାରେ ସହାୟକ ହେବ ।

କୃଷି ଏବଂ କୃଷକ କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମାଞ୍ଚଳର ବିକାଶ ଏବଂ ମହିଳା ଏବଂ ଶିଶୁ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକରେ କ୍ଷେତ୍ରରେ ବଜେଟରେ ବ୍ୟୟବରାଦ ହ୍ରାସ ପାଇଛି । ତେଣୁୁ ଏହି ନିଷ୍ପତ୍ତି ଅଭିବୃଦ୍ଧିରେ ବାଧା ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ନବୀନ । ସେହିପରି କୃଷି କ୍ଷେତ୍ରକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି ନବୀନ । ମହାମାରୀ ପରିସ୍ଥିତିରେ MGNREGS ରେ ଅନୁଦାନ ହ୍ରାସ ଗରିବ ବର୍ଗଙ୍କୁ ପ୍ରଭାବିତ କରିପାରେ ବୋଲି ନବୀନ କହିଛନ୍ତି ।

ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଦ୍ୱାରା ମଧ୍ୟବିତ୍ତ ଏବଂ ଗରିବ ଶ୍ରେଣୀର ଲୋକ ଅଧିକ ପ୍ରଭାବିତ ହୋଇଛନ୍ତି । ବଜେଟରେ ଲୋକମାନେ ସମ୍ମୁଖୀନ ହେଉଥିବା ମୁଦ୍ରାସ୍ଫୀତି ବୃଦ୍ଧିକୁ ସମାଧାନ କରିନାହାଁନ୍ତି କେନ୍ଦ୍ର ସରକାର । ଏଲପିଜି ସବସିଡିରେ ତୀବ୍ର ହ୍ରାସ ଘଟିଛି ଯାହା ଏହି ସମସ୍ୟାକୁ ଆହୁରି ବଢାଇବା ପରି ସ୍ଥିତି ସୃଷ୍ଟି କରିବ ବୋଲି କହିଛନ୍ତି ନବୀନ ।

ଓଡିଶା ମିଲେଟ୍ ମିଶନ(Odisha Millet Mission) ପୁଷ୍ଟିକର ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଏବଂ କୃଷକଙ୍କ ଆୟ ବୃଦ୍ଧିରେ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ରହିଆସିଛି । ମିଳିତ ଜାତିସଂଘ ଦ୍ବାରା ୨୦୨୩କୁ ଆନ୍ତର୍ଜାତୀୟ ମିଲେଟ ବର୍ଷ (International Year of Millets) ଘୋଷିତ କରିବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ମଧ୍ୟ ମିଲେଟକୁ ବଜେଟରେ ଗୁରୁତ୍ବ ଦେଇଥିବାରୁ ସେ ଖୁସି ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଜଳ ଜୀବନ ମିଶନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବର୍ଦ୍ଧିତ ବ୍ୟୟବରାଦ ରାଶି ଏକ ନିହାତି ସ୍ବାଗତଯୋଗ୍ୟ ପଦକ୍ଷେପ । ତେବେ ଗ୍ରାମାଞ୍ଚଳ ଗୃହ ନିର୍ମାଣ ଉପରେ ଓଡିଶାର ପ୍ରକୃତ ଦାବିକୁ ବଜେଟରେ ଅବହେଳା କରାଯାଇଛି । ଅନ୍ୟ ରାଜ୍ୟ ପାଇଁ ଏହା ବିଚାରକୁ ନିଆଯାଇଥିବା ବେଳେ ଓଡିଶା ପ୍ରତି ଏପରି ଅବହେଳା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ତେବେ ଓଡିଶାର ଗରିବ ଓ ଆଦିବାସୀଳବହୁଳ ଲୋକଙ୍କ ପ୍ରତି କେନ୍ଦ୍ର କରିଥିବା ନିଷ୍ପତ୍ତି ସମ୍ପର୍କରେ ଆଉ ଥରେ ପୁନଃବିଚାର କରିବ ବୋଲି ସେ ଆଶାବାଦୀ ଥିବା ମଧ୍ୟ କହିଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଓଡିଶା ରାଜ୍ୟର ଏକମାତ୍ର ରାଜ୍ୟ ଯାହା ନିୟମିତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ସହ ପ୍ରଭାବିତ ହୋଇଆସୁଛି । ଏ ଦିଗରେ ରାଜ୍ୟକୁ ସ୍ବତନ୍ତ୍ର ଦୃଷ୍ଟି ଦେବା ନେଇ ବାରମ୍ବାର ଦାବି କରାଯାଇଥିଲେ ସୁଦ୍ଧା ବଜେଟରେ ସେ ସମ୍ପର୍କରେ କୌଣସି ଦୃଷ୍ଟି ଦେଇନି କେନ୍ଦ୍ର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 1, 2022, 8:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.