ETV Bharat / city

Ratha Yatra 2022: ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Jul 1, 2022, 8:58 AM IST

Updated : Jul 1, 2022, 9:51 AM IST

ଆଜି ପବିତ୍ର ଘୋଷଯାତ୍ରା । ଶ୍ରୀଗୁଣ୍ଡିଚା ଅବସରରେ ରାଜ୍ୟବସୀଙ୍କୁ ଶୁଭେଚ୍ଛା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ । ଅଧିକ ପଢନ୍ତୁ

ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଆଜି ପବିତ୍ର ଘୋଷଯାତ୍ରା । 2 ବର୍ଷ ପରେ ଭକ୍ତଙ୍କ ଗହଣରେ ହୋଇଛି ରଥଯାତ୍ରା । ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇ ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖରେ ଆଶୀର୍ବାଦ ପ୍ରାପ୍ତ ହେଉ । ରଥଯାତ୍ରା ଆମ ସଂସ୍କୃତିରେ ଏକ ଗୁରୁତ୍ବବହନ କରିଛି । ମନ କି ବାତରେ ରଥଯାତ୍ରାର ମହତ୍ତ୍ବ ବାଣ୍ଟିଥିବା ଭିଡିଓକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ।

  • Greetings on the special day of Rath Yatra. We pray to Lord Jagannath for his constant blessings. May we all be blessed with good health and happiness.

    Sharing what I had spoken about the Rath Yatra and the importance of a Yatra in our culture during the recent #MannKiBaat. pic.twitter.com/RnREC22ACQ

    — Narendra Modi (@narendramodi) July 1, 2022 " class="align-text-top noRightClick twitterSection" data=" ">

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କ ମୋର ଶୁଭେଚ୍ଛା । ଓଡିଶା ତଥା ସାରା ବିଶ୍ବର ବିଭିନ୍ନ ଦେଶରେ ରହୁଥିବା ପ୍ରତିଟି ଓଡିଆବାସୀଙ୍କ ସୁଖ ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ଆର୍ଶୀବାଦ କାମନା କରୁଥିବା ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦୀର୍ଘ 2 ବର୍ଷ ପରେ ମହାପ୍ରଭୁ ଆଜି ଭକ୍ତମାନଙ୍କ ଗହଣରେ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଛି । ମାସ୍କ ପିନ୍ଧି ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ଭାଗ ନେଇ ମହାବାହୁଙ୍କ ଆର୍ଶୀବାଦ ଲାଭ କରିବାକୁ କହିଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ।

  • ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଶୀର୍ବାଦରୁ ପ୍ରତ୍ୟେକଟି ଜୀବନ ମଙ୍ଗଳମୟ ହେଉ। #ରଥଯାତ୍ରା୨୦୨୨ #RathaJatra2022 pic.twitter.com/X73RavncR5

    — Naveen Patnaik (@Naveen_Odisha) July 1, 2022 " class="align-text-top noRightClick twitterSection" data=" ">

ସେହିପରି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ବିଶ୍ବର କୋଣ ଅନୁକୋଣରେ ରହୁଥିବା ପ୍ରତିଟି ଓଡିଆ ଓ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଶ୍ରୀଜଗନ୍ନାଥ ଚେତନା ଓ ଦର୍ଶନରେ ରହିଛି ମାନବିକତାର ଉତ୍ତରଣ ଓ ଆଧ୍ୟତ୍ମିକ ଅନ୍ବେଷଣର ମାର୍ଗ । ସମାଜରେ ଶାନ୍ତି, ମୈତ୍ରୀ, ପ୍ରେମ ଓ ଭ୍ରାତୃଭାବକ ପ୍ରତିଷ୍ଠାରେ ସହାୟକ ହେଉ ବୋଲି ଟ୍ବିଟ କରି କହିଛନ୍ତି ରାଜ୍ୟପାଳ ।

  • ପ୍ରସିଦ୍ଧ #ରଥଯାତ୍ରା ଅବସରରେ ମାନ୍ୟବର ରାଜ୍ୟପାଳ ବିଶ୍ୱର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥପ୍ରେମୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁଙ୍କ ଅପାର କୃପା ସମସ୍ତଙ୍କ ଉପରେ ଅତୁଟ ରହୁ ବୋଲି ସେ ପ୍ରାର୍ଥନା କରିଛନ୍ତି।#ରଥଯାତ୍ରା୨୦୨୨ #RathYatra #ଜୟଜଗନ୍ନାଥ pic.twitter.com/YO7clBmtsu

    — Governor Odisha (@GovernorOdisha) July 1, 2022 " class="align-text-top noRightClick twitterSection" data=" ">

ପବିତ୍ର ଘୋଷଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ଓଡ଼ିଆଙ୍କ ଭାବାବେଗର ମହାନ ପର୍ବ । ଏହି ଘୋଷଯାତ୍ରାର ଶୁଭ ଅବସରରେ ବଡ଼ ଠାକୁରଙ୍କୁ ମୋର କୋଟି କୋଟି ପ୍ରଣାମ । ଶ୍ରୀଜୀଉଙ୍କର ଶୁଭ ଦୃଷ୍ଟି ସମସ୍ତଙ୍କ ଉପରେ ସଦାସର୍ବଦା ରହିଥାଉ ଏହା ହିଁ କାମନା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

  • ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ଓଡ଼ିଆଙ୍କ ଭାବାବେଗର ମହାନ ପର୍ବ । ଏହି ଘୋଷଯାତ୍ରାର ଶୁଭ ଅବସରରେ ବଡ଼ ଠାକୁରଙ୍କୁ ମୋର କୋଟି କୋଟି ପ୍ରଣାମ । ଶ୍ରୀଜୀଉଙ୍କର ଶୁଭ ଦୃଷ୍ଟି ସମସ୍ତଙ୍କ ଉପରେ ସଦାସର୍ବଦା ରହିଥାଉ ; ଏହା ହିଁ କାମନା ।

    ଜୟ ଜଗନ୍ନାଥ 🙏#RathaJatra2022 pic.twitter.com/8LMbE2L4LX

    — Dharmendra Pradhan (@dpradhanbjp) July 1, 2022 " class="align-text-top noRightClick twitterSection" data=" ">

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ପବିତ୍ର ଘୋଷଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ଆସ୍ଥା ଓ ଭକ୍ତିର ସ୍ୱତନ୍ତ୍ର ସଙ୍ଗମ ଶ୍ରୀଜଗନ୍ନାଥ ରଥଯାତ୍ରାର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ମହାପ୍ରଭୁ ଜଗନ୍ନାଥଙ୍କ ପାଖେ ସମସ୍ତଙ୍କ ସୁଖ, ଆରୋଗ୍ୟ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି ଗୃହମନ୍ତ୍ରୀ ।

  • ଆସ୍ଥା ଓ ଭକ୍ତିର ସ୍ୱତନ୍ତ୍ର ସଙ୍ଗମ ଶ୍ରୀ ଜଗନ୍ନାଥ ରଥଯାତ୍ରାର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା। ମହାପ୍ରଭୁ ଜଗନ୍ନାଥଙ୍କ ପାଖେ ସମସ୍ତଙ୍କ ସୁଖ, ଆରୋଗ୍ୟ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି।

    ଜୟ ଜଗନ୍ନାଥ! pic.twitter.com/Ju9IiScuDa

    — Amit Shah (@AmitShah) July 1, 2022 " class="align-text-top noRightClick twitterSection" data=" ">

2 ବର୍ଷ ପରେ ଆଜି ଭକ୍ତଙ୍କ ଗହଣରେ ଘୋଷଯାତ୍ରା ହୋଇଛି । ବିଶ୍ବବାସୀଙ୍କୁ ଦର୍ଶନ ଦେଇଛନ୍ତି ବିଶ୍ବନିୟନ୍ତା । କୋରୋନା କଟକଣା ହଟିଥିବାରୁ ପୁଣି ଶ୍ରୀକ୍ଷେତ୍ର ଅଗଣିତ ଭକ୍ତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ବେଶ ବ୍ୟାକୁଳ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 1, 2022, 9:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.