ETV Bharat / city

ପୁର୍ନଗଠିତ ହେଲା ଯୁବ ବିଜେଡି, ଅସନ୍ତୋଷ ଏଡ଼ାଇବ ଜୁମ୍ବୋ ଟିମ

author img

By

Published : Aug 20, 2022, 9:26 AM IST

Updated : Aug 20, 2022, 9:39 AM IST

2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନ ସଜାଡ଼ିବାକୁ ନିଷ୍ପତ୍ତି ନେଇଛି ବିଜେଡି । ଦଳ ଭିତରେ ଥିବା ଅସନ୍ତୋଷକୁ ଦୂର କରିବା ପାଇଁ ଯୁବ ବିଜେଡିର ଜୁମ୍ବୋ ଟିମ ପୁନର୍ଗଠିତ କରାଯାଇଛି । ଅଧିକ ପଢନ୍ତୁ

ପୁର୍ନଗଠିତ ହେଲା ଯୁବ ବିଜେଡି, ଅସନ୍ତୋଷ ଏଡ଼ାଇ ଜୁମ୍ବୋ ଟିମ

ଭୁବନେଶ୍ବର: ପୁର୍ନଗଠିତ ହୋଇଛି ବିଜେଡିର ଛାମୁଆ ସଂଗଠନ । ଯୁବ ବିଜେଡି(Biju Yuva Janata Dal)ର କଳେବର କରାଯାଇ ଜୁମ୍ବୋ ଟିମ(Bjd Zumbo Team) ଗଠନ କରାଯାଇଛି । 2024 ସାଧାରଣ ନିର୍ବାଚନ(General Election 2024)କୁ ଦୃଷ୍ଟିରେ ରଖି ସଂଗଠନ ସଜାଡ଼ିବାକୁ ନିଷ୍ପତ୍ତି ନେଇଛି ଦଳ । ଦଳ ଭିତରେ ଥିବା ଅସନ୍ତୋଷକୁ ଦୂର କରିବା ପାଇଁ ଯୁବ ବିଜେଡିର ଜୁମ୍ବୋ ଟିମ ପୁନର୍ଗଠିତ କରାଯାଇଛି । 2020 ସେପ୍ଟେମ୍ବରରେ ଦଳକୁ ପୁନର୍ଗଠନ କରିଥିବା ସୁପ୍ରିମୋ ପୁଣିଥରେ ଯୁବ ବିଜେଡିର ନବକଳେବର କରି ଏହି ବିଶାଳ ଟିମ ଗଠନ କରିଛନ୍ତି ।

ପୂର୍ବରୁ ଯୁବ ବିଜେଡି ସଭାପତି ତାଲିକା ପ୍ରକାଶ କରୁଥିବାବେଳେ ଚଳିତଥର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯୁବ ବିଜେଡି ସଭାପତିଙ୍କ ବଦଳରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ତାଲିକା ପ୍ରକାଶ ପାଇଛି । ବିଧାୟକମାନଙ୍କ ଲବିରେ ତାଲିକା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ନୂତନ ଭାବେ 60 ଜଣଙ୍କୁ ଯୁବ ବିଜେଡି ରାଜ୍ୟ କର୍ମକର୍ତ୍ତା ତାଲିକାରେ ସାମିଲ କରାଯାଇଥିବା ବେଳେ 35ଟି ସାଂଗଠନିକ ଜିଲ୍ଲାର ଯୁବ ସଭାପତିଙ୍କୁ ମଧ୍ୟ ପୁନଃନିଯୁକ୍ତି ମିଳିଛି । ଫଳରେ ଯୁବ ବିଜେଡିର କର୍ମକର୍ତ୍ତାଙ୍କ ସଂଖ୍ୟା 194କୁ ବୃଦ୍ଧି ପାଇଛି । ଏଥିରେ 3 ଜଣ ବରିଷ୍ଠ ଉପସଭାପତି, 7 ଜୋନ ସଭାପତି, 13 ଜଣ ଉପସଭାପତି, 46 ଜଣ ସାଧାରଣ ସମ୍ପାଦକ, 63 ଜଣ ସମ୍ପାଦକ ଓ 23 ଜଣ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି ।

3 ବରିଷ୍ଠ ଉପସଭାପତି

ସେହିପରି ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି ପଦବୀକୁ 1ରୁ 3କୁ ବୃଦ୍ଧି କରାଯାଇଛି । ବରିଷ୍ଠ ଉପସଭାପତି ପଦ 3ରେ ସୀମିତ ଥିଲେ ମଧ୍ୟ ଛାତ୍ର ବିଜେଡିର ପୂର୍ବତନ ସଭାପତି ରାଣାପ୍ରତାପ ପାତ୍ରଙ୍କୁ ସଂଗଠନରୁ ବାଦ ଦିଆଯାଇଛି। ରାଣାପ୍ରତାପଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିବାବେଳେ ସେ ବିଜେପି ମୁହାଁ ହୋଇଥିବା ଚର୍ଚ୍ଚା ହେଉଛି । ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ବୈକୁଣ୍ଠ ନାୟକ ନିଜର ପଦ ବଜାୟ ରଖିଛନ୍ତି । ଶୁଭେନ୍ଦୁ ମଙ୍ଗରାଜ ଓ ଦୀପ୍ତିରଞ୍ଜନ ମାର୍ଥାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଅବସ୍ଥାପିତ କରାଯାଇଛି । ଉଭୟ ପୂର୍ବରୁ ଯୁବ ବିଜେଡିର ବରିଷ୍ଠ ଉପସଭାପତି ଥିଲେ । ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ଏଲିନା ଦାଶ ପୂର୍ବଭଳି ଯୁବ ବିଜେଡିର ମହାସଚିବ ଭାବେ କାର୍ଯ୍ୟ କରିବେ । 3 ବରିଷ୍ଠ ଉପ ସଭାପତି ହେଲେ ଜୌସ୍ନାମୟୀ ପରିଡା, ଡ. ସୁବାସ ଚନ୍ଦ୍ର ନାୟକ ଓ ମଣ୍ଟୁ ନାୟକ ।

7 ଜୋନ ସଭାପତି

7 ଜୋନ ସଭାପତି ଭାବେ ଭୁବନେଶ୍ୱରରେ ବିଜୟ କେତନ ସାହୁ, କଟକରେ ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମରେ ନଚିକେତା ସ୍ୱାଇଁ, ବଲାଙ୍ଗୀରରେ ମନୀନ୍ଦ୍ର ମହାନ୍ତି, ସମ୍ବଲପୁରରେ ଦେବାଶୀଷ ପରିଡ଼ା, କୋରାପୁଟରେ ତାପସ ତ୍ରିପାଠୀ ଓ ବାଲେଶ୍ୱରରେ ଜୟରାମ ଦାସଙ୍କୁ ନିଯୁକ୍ତି ମିଳିଛି । ପୂର୍ବରୁ ଏମାନେ ଜୋନ ସଭାପତି ଭାବେ କାର୍ଯ୍ୟ କରୁଥିବାବେଳେ ନୂତନ ଭାବେ ବାଲେଶ୍ୱର ଜୋନ ସୃଷ୍ଟି କରାଯାଇ ଜୟରାମ ଦାସଙ୍କୁ ଅବସ୍ଥାପିତ କରାଯାଇଛି ।

13 ଉପ ସଭାପତି

ଛବି ମହଲା, ସୋଫିଆ ଆଲମ, ସୁନୀଲ କୁମାର ମହାନ୍ତି, ସୌମ୍ୟ ଶଙ୍କର ଚକ୍ର, ସୁବାସୀଷ ଖୁଣ୍ଟିଆ, ସୁନୀଲ ଖୁଣ୍ଟିଆ, ତାରିଣୀ ପ୍ରସାଦ ନାୟକ, ଶୁଭ୍ରଜିତ ପାଢ଼ୀ, ସୁଜିତ ପ୍ରସାଦ ଦ୍ବିବେଦୀ, ସମ୍ବିତ କୁମାର ନାୟକ, ଦିଲ୍ଲୀପ ସେନାପତି, ମାନ ଭଞ୍ଜନ ବେହେରା ଓ ମିହିର ରଞ୍ଜନ ପରିଡ଼ା ।

46 ସାଧାରଣ ସମ୍ପାଦକ

ଅମିତ ଅଗ୍ରୱାଲ, ବିଷ୍ଣୁ ପ୍ରସାଦ ଡେଙ୍ଗ, ବଣି କଲ୍ୟାଣ ମହାନ୍ତି, କନିଷ୍କ ଜେନା, ମଧୁସ୍ମିତା ପରିଡା, ଅପର୍ଣ୍ଣା ଦାସ, ମଧୁସ୍ମିତା ନାୟକ, ଲଗ୍ନଦୀପା ମିଶ୍ର, ସୋନାଲି ପ୍ରିୟଦର୍ଶୀନୀ, ମହାକ୍ଷିତା ମିଶ୍ର, ମଳୟ ରଞ୍ଜନ ପତି, ଆଶିଷ ରଞ୍ଜନ ମିଶ୍ର, ଅବିନାଶ କୁମାର ପ୍ରଧାନ, ରଶ୍ମୀ ରଞ୍ଜନ ଦାସ, ବାସୁଦେବ ସାହା, ବିଭୁତି ପୁହାଣ, ଅଫତାବ ଆଲାମ ଖାଁ, ହରିଲାଲ ବେହେରା, ମନୋଜ ମହାନ୍ତି, ଶିବବ୍ରତ ଚମ୍ପତିରାୟ, ଅବ୍ୟକ୍ତା ହରିହର ଖଡାଙ୍ଗେ, ପାର୍ଥସାରଥୀ ମୁଦୁଲି, ଗଣେଶ ମହାପାତ୍ର, ଜଗତଜ୍ୟୋତି ପଟ୍ଟନାୟକ, ଅମିତ ମହାରଣା, ରମେଶ ନାରାୟଣ ପ୍ରହରାଜ, ସତୀଶ ବିଶି, ଅଞ୍ଜନ ବେଜ, ତ୍ରିଲୋଚନ ତରାଇ, ପ୍ରଦୀପ୍ତ ଭୁଇଁଆ, ତାପସ ପାଣିଗ୍ରାହୀ, ସୁବାସ ସ୍ବାଇଁ, ଅଂଶୁମାନ ରଶ୍ମୀ ସାଗର ସେଠୀ, ଦୀପକ ଜେନା, ପ୍ରିନ୍ସ ରାକେଶ ନାୟକ, ପ୍ରମୋଦ କୁମାର ପଣ୍ଡା, ଆଶିଷ କୁମାର ସାହୁ, ଅମରେନ୍ଦ୍ର ପ୍ରତାପ ସ୍ବାଇଁ, ଦେବାଶିଷ ମଲ୍ଲିକ, କୁମାର ଜଗତ ବଲ୍ଳଭ ମହାରଥା, ସତ୍ୟବ୍ରତ ମହାନ୍ତି, ପିଲାସ୍କି କୁମାର ସ୍ଵାଇଁ, ଅନ୍ବର ଅଲି, ଚିତରଞ୍ଜନ ଦାସ, ପୃଥିବୀରାଜ ପଣ୍ଡା ଓ ସତ୍ୟଜିତ ପଟ୍ଟନାୟକ ।

Last Updated : Aug 20, 2022, 9:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.