ETV Bharat / city

କ୍ରିୟାଶୀଳ ହେଉଛି ବିଜେଡି ସଂଗଠନ, 6 ବରିଷ୍ଠ ନେତାଙ୍କୁ ରାଜ୍ୟ ଦାୟିତ୍ବ

କ୍ରିୟାଶୀଳ ହେଉଛି ବିଜେଡି ସଂଗଠନ । 6 ବରିଷ୍ଠ ନେତାଙ୍କୁ ରାଜ୍ୟ ଦାୟିତ୍ବ। ଅଧିକ ପଢନ୍ତୁ...

cm naveen patnaik appointed 6 senior party leader as district supervisor
କ୍ରିୟାଶୀଳ ହେଉଛି ବିଜେଡି ସଂଗଠନ, 6 ବରିଷ୍ଠ ନେତାଙ୍କୁ ରାଜ୍ୟ ଦାଇତ୍ୱ
author img

By

Published : Jun 26, 2021, 12:50 PM IST

Updated : Jun 26, 2021, 1:00 PM IST

ଭୁବନେଶ୍ବର : ଦଳର ସଂଗଠନକୁ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଭିତରେ ଥିବା ବିବାଦ ଦୂର କରିବା ଲାଗି ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦିଆଯାଇଛି । ପର୍ଯ୍ୟବେକ୍ଷକ ପରେ ବରିଷ୍ଠ ପର୍ଯ୍ୟବେକ୍ଷକ ଅଦଳ ବଦଳ କରିଛନ୍ତି ନବୀନ । ପୁରୁଣା ନିର୍ଦ୍ଦେଶନାମା ବାତିଲ କରି ଆଜି ନୂଆ ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛନ୍ତି ।

ବିକ୍ରମ କେଶରୀ ଆରୁଖ, ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ ଓ ମହେଶ୍ବର ମହାନ୍ତିଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ କରି ଦାୟିତ୍ବ ଦେଇଛନ୍ତି ନବୀନ । ବିକ୍ରମ କେଶରୀ ଆରୁଖଙ୍କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ଗଜପତି ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି ।

ଦେବୀଙ୍କୁ ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ବୌଦ୍ଧ ଦାୟିତ୍ବରେ ରହିବେ । ସେହିପରି ନିରଞ୍ଜନଙ୍କୁ ନୂଆପଡା, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ କାର୍ଯ୍ୟଭାର ସମ୍ଭାଳିବେ । ସୌମ୍ୟଙ୍କୁ ସର୍ବାଧିକ 7 ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ଦେଓଗଡ଼, ଅନୁଗୁଳ ଓ ଢେଙ୍କାନାଳ ଦାୟିତ୍ବ ମିଳିଥିବାବେଳେ ପ୍ରସନ୍ନଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଓ ମହେଶ୍ବରଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଦାୟିତ୍ବ ଦେଇଛି ଦଳ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated : Jun 26, 2021, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.