ETV Bharat / city

MSME ପାଇଁ ମୁଖ୍ୟମନ୍ତ୍ରୀଙ୍କ 289.42 କୋଟିର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

author img

By

Published : Dec 15, 2020, 5:26 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଏମଏସଏମଇର ସୁଦୃଢୀକରଣ ପାଇଁ 289.42 କୋଟିର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଏମଏସଏମଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ 289.42 କୋଟିର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ଭୁବନେଶ୍ବର: ଏମଏସଏମଇ ଶିଳ୍ପକୁ ସୁଦୃଢ କରିବାକୁ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଏମଏସଏମଇ ପାଇଁ 289.42 କୋଟିର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏହାଦ୍ବାରା ପ୍ରାୟ 1 ଲକ୍ଷ 70 ହଜାର ଏମଏସଏମଇ ଶିଳ୍ପ ଋଣ ପାଇପାରିବେ ।

ଏହି ସ୍ବତନ୍ତ୍ର ପ୍ୟାକେଜ ଫଳରେ ମହିଳା ଶିଳ୍ପୋଦୋଗୀମାନେ ବେଶ ଉପକୃତ ହେବେ । ବିଶେଷକରି ମହିଳାମାନଙ୍କ ଦ୍ବାରା ପରିଚାଳିତ ଏମଏସଏମଇଗୁ଼ଡିକ ପାଇଁ ସ୍ବତନ୍ତ୍ର ଭାବେ 108.29 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହାସହ ମଧ୍ୟ ବୁଣାକାରମାନେ ମଧ୍ୟ ଏହାର ଫାଇଦା ପାଇପାରିବେ ।

ସ୍ବତନ୍ତ୍ର ପ୍ୟାକେଜରେ ସାମାଜିକ ଦୁର୍ବଳ ଶ୍ରେଣୀ ଶିଳ୍ପ ଉଦ୍ୟୋଗୀଙ୍କ ପାଇଁ ଟପଅଫ ସବସିଡ୍ ବ୍ୟବସ୍ଥା କରାଯାଇଛି । ଏହି ପ୍ୟାକେଜ ଦ୍ବାରା ପ୍ରାୟ 1 ହଜାର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଲାଭବାନ ହେବେ । କୋଭିଡ ସ୍ଥିତିରେ ଦୁର୍ବଳ ହୋଇଥିବା ଏମଏସଏମଇ ଶିଳ୍ପକୁ ବଳ ଯୋଗାଇବାକୁ ଏହି ପ୍ୟାକେଜ ସହାୟକ ହେବ । ଏହାବ୍ୟତୀତ 27 କୋଟି ଏସିଏସଟି, ମାଇନର କମ୍ୟୁନିଟି ଓ ଦିବ୍ୟାଙ୍ଗମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.