ETV Bharat / city

ସାଂସଦଙ୍କୁ ନବୀନଙ୍କ ନିର୍ଦ୍ଦେଶ, ସଂସଦରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଅ - ସାଂସଦଙ୍କୁ ନବୀନଙ୍କ ନିର୍ଦ୍ଦେଶ

ସଂସଦର ଆଗାମୀ ଅଧିବେଶନ ଲାଗି ଆଜି ବସିଥିଲା ବିଜେଡିର ସଂସଦୀୟ ଦଳ ବୈଠକ । ଭିସି ଜରିଆରେ ବସିଥିବା ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ କରିଛନ୍ତି । ରାଜ୍ୟର ସ୍ୱାର୍ଥ ସମ୍ବଳିତ ସମସ୍ତ ପ୍ରସଙ୍ଗକୁ ସଂସଦରେ ଜୋରଦାର ଉପସ୍ଥାପନ କରିବା ପାଇଁ ନବୀନ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

ସାଂସଦଙ୍କୁ ନବୀନଙ୍କ ନିର୍ଦ୍ଦେଶ
ସାଂସଦଙ୍କୁ ନବୀନଙ୍କ ନିର୍ଦ୍ଦେଶ
author img

By

Published : Jul 16, 2022, 9:48 PM IST

ଭୁବନେଶ୍ବର: ସଂସଦର ଆଗାମୀ ଅଧିବେଶନ ଲାଗି ଆଜି ବସିଥିଲା ବିଜେଡିର ସଂସଦୀୟ ଦଳ ବୈଠକ । ଭିସି ଜରିଆରେ ବସିଥିବା ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ କରିଛନ୍ତି । ରାଜ୍ୟର ସ୍ୱାର୍ଥ ସମ୍ବଳିତ ସମସ୍ତ ପ୍ରସଙ୍ଗକୁ ସଂସଦରେ ଜୋରଦାର ଉପସ୍ଥାପନ କରିବା ପାଇଁ ନବୀନ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀକୁ ମନୋନୀତ ହୋଇଛନ୍ତି । ଏହା ବାସ୍ତବରେ ଆମ ରାଜ୍ୟ ପାଇଁ ସମ୍ମାନ ଓ ଗର୍ବର ବିଷୟ । ଓଡିଶାବାସୀ ଏବଂ ବିଜେଡି ତରଫରୁ ଆସନ୍ତା 18 ରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ର୍ନିବାଚନରେ ତାଙ୍କ ପ୍ରାର୍ଥୀତ୍ୱକୁ ପୂର୍ଣ୍ଣ ସମର୍ଥନ ଦେବା ଜରୁରୀ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ମେ 30 ରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ରାଜ୍ୟର ସ୍ୱାର୍ଥ ସମ୍ପର୍କରେ ଅନେକ ଆଲୋଚନା କରିଛି । ସମସ୍ତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଛି । ସଂପୃକ୍ତ ମନ୍ତ୍ରଣାଳୟ ସହିତ ସମସ୍ତ ବିଚାରାଧୀନ ପ୍ରସଙ୍ଗଗୁଡିକ ଗ୍ରହଣ କରିବାକୁ କହିଛି । ଯାହା ଦ୍ୱାରା ଏଗୁଡିକ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମାଧାନ ହୋଇପାରିବ । ପ୍ରଧାନମନ୍ତ୍ରୀଙ୍କୁ 2021/22 ଖରିଫ ଋତୁ ପାଇଁ ରାଜ୍ୟରୁ 5 ଲକ୍ଷ ମେଟ୍ରିକ ଟନ୍‍ ବଳକା ଭିଟାମିନ୍ ଯୁକ୍ତ ଉଷୁନା ଚାଉଳ ଉଠାଇବା, 58% ଗ୍ରେଡରୁ କମ ମାନର ଲୁହାପଥର ଏବଂ ପେଲେଟ ଉପରେ ରପ୍ତାନି ଶୁଳ୍କ ପ୍ରତ୍ୟାହାର, ଫନି ପ୍ରଭାବିତ ପରିବାର ପାଇଁ 1.84 ଲକ୍ଷ ପିଏମ୍‍ଏୱାଇ ମଞ୍ଜୁର ଏବଂ ଆୱାସ + ଜରିଆରେ 5.09 ଲକ୍ଷ ତଥ୍ୟ ଆରଏଚ ପୋର୍ଟାଲରୁ ପିଡବ୍ଲ୍ୟୁଏଲ୍‍କୁ ସ୍ଥାନାନ୍ତର ଏବଂ 2022/23 ପରଠାରୁ ଡିଏମଏଫ ଟ୍ରଷ୍ଟକୁ ଆୟକର ଶୁଳ୍ପ ଛାଡ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଛି ।

ଉପରୋକ୍ତ ସମସ୍ତ ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରି ଆଗେଇ ନେବା ଆବଶ୍ୟକ । ରାଜ୍ୟରେ ବିଚାରାଧୀନ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା, କୃଷକଙ୍କ ସ୍ୱାର୍ଥ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ସ୍ୱାମୀନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା, ଉଭୟ ବିଧାନସଭା ଏବଂ ସଂସଦରେ ମହିଳାଙ୍କ ପାଇଁ 33% ସ୍ଥାନ ସଂରକ୍ଷଣ, ଓଡିଶା ବିଧାନ ପରିଷଦର ଗଠନ, ଆମର ଦାବି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଏବଂ ସମ୍ବିଧାନର ଅଷ୍ଟମ ସୂଚୀରେ ‘ହୋ’ ଭାଷାକୁ ଅନ୍ତର୍ଭୂକ୍ତ କରାଯିବା ସହିତ ଏହି ପ୍ରସଙ୍ଗକୁ ଜୋରଦାର ଉପସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରେଳବାଇ, ବ୍ୟାଙ୍କିଙ୍ଗ, ଟେଲି ସାନ୍ଧ୍ରତା, କୋଇଲା ରୟାଲଟି ଦେୟ, ସ୍ୱଚ୍ଛ ଶକ୍ତି ସେସ ଏବଂ ଉପକୂଳ ରାଜପଥ ର୍ନିମାଣ କ୍ଷେତ୍ରରେ ଆମେ ଅବହେଳିତ । ଓଡିଶାର ସ୍ୱାର୍ଥକୁ ନେଇ ଉପରୋକ୍ତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସଂସଦରେ ଉଠାଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବୈଠକରେ ନବନିଯୁକ୍ତ 3 ରାଜ୍ୟସଭା ସାଂସଦ ସୁଲୋତା ଦେଓ, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.